ଏଇ ଭାରତରେ

ଏମିତି ବ୍ୟକ୍ତି ଦେଖିଛନ୍ତି ଯିଏ ତାଙ୍କ ସବୁ ସଞ୍ଚତ୍ତ ଧନ ଓ ସ୍ତ୍ରୀଙ୍କ ଗହଣା ବିକ୍ରି କରି ଗରିବଙ୍କୁ ଖାଦ୍ୟ ଯୋଗାଉଛନ୍ତି? ହଁ, ଦିଲ୍ଲୀର ପ୍ରବୀଣ ଗୋୟଲ ଏହି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଶ୍ୟାମ ଗୋୟଲ ରୋଷେଇ ମାଧ୍ୟମରେ ଗରିବଙ୍କୁ ୪ ବର୍ଷ ହେଲା ୧ଟଙ୍କାରେ ଖାଦ୍ୟ ଦେଉଛନ୍ତି। ସେ ସବୁଦିନ ଗରିବ ଲୋକଙ୍କୁ ଭାତ, ଡାଲି, ତରକାରି ଏବଂ ରୁଟି ଦେଉଛନ୍ତି। କେବଳ ଗରିବ ନୁହନ୍ତି ବରଂ ସବୁ ଅସହାୟ ବ୍ୟକ୍ତି ବି ଏଠାରେ ଖାଉଛନ୍ତି। ସେ ଥରେ ତାଙ୍କ ବ୍ୟବସାୟିକ କାର୍ଯ୍ୟରେ ବାହାଦୁରଗଡ଼ ଯିବା ସମୟରେ ଏକ ଢାବାରେ ପାଣି ପିଉଥିବାବେଳେ ଜଣେ ଲୋକ ୧୦ ଟଙ୍କାରେ ଖାଦ୍ୟ ମାଗିବାରୁ ଢାବା ମାଲିକ ମନା କରିଦେଲେ। ଏହି ଘଟଣା ପ୍ରବୀଣଙ୍କୁ ପ୍ରଭାବିତ କରିଥିଲା ଓ ସେ ସେହି ଲୋକଙ୍କୁ ଖାଦ୍ୟ ପାଇଁ ୧୦୦ ଟଙ୍କା ଦେଇଥିଲେ। ପ୍ରବୀଣ ସେହିଦିନ ୧ ଟଙ୍କାରେ ଗରିବଙ୍କୁ ଖାଦ୍ୟ ଦେବା ଲାଗି ନିଷ୍ପତ୍ତି ନେଇଥିଲେ। ପରେ ଘରକୁ ଫେରି ପରିବାର ସହ କଥା ହୋଇ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ୧୦ ଟଙ୍କାରେ ମିଲ୍‌ ଦେବା ଆରମ୍ଭ କରିଥିଲେ ବି ଏବେ ୧ ଟଙ୍କାରେ ତାହା ଯୋଗାଇ ଦେଉଛନ୍ତି। ଏପରି କି କରୋନା ସମୟରେ ବି ଗରିବଙ୍କୁ ଖାଦ୍ୟ ଦେବାରେ ଅବହେଳା କରି ନ ଥିଲେ। ଗରିବ ହେଲେ ବି ସେମାନଙ୍କ ସ୍ବାଭିମାନକୁ ସମ୍ମାନ ଜଣାଇ ୧ ଟଙ୍କା ନେଉଛନ୍ତି। ଏବେ ଶ୍ୟାମ ଗୋୟଲ ରୋଷେଇ ଏକ ଚାରିଟେବଲ ଟ୍ରଷ୍ଟ ହୋଇଯାଇଛି ଓ ଦେଶରୁ ଅନେକ ଲୋକ ତାଙ୍କ ସହ ଯୋଡ଼ି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri