ଏଇ ଭାରତରେ

ପଶ୍ଚିମବଙ୍ଗ କୋଲକାତାରେ ଏଭଳି ରୋଗ ବିଷୟରେ ଜାଣିବାକୁ ମିଳିଛି, ଯେଉଁଥିରେ ଜଣେ ବ୍ୟକ୍ତି ଉଦ୍ଭିଦରୁ ସଂକ୍ରମିତ ହୋଇଛନ୍ତି। ଏହି ରୋଗର ନାମ ହେଉଛି ‘କିଲର୍‌ ପ୍ଲାଣ୍ଟ ଫଙ୍ଗ୍‌ସ’, ଯାହା ଉଦ୍ଭିଦରୁ ମଣିଷ ପର୍ଯ୍ୟନ୍ତ ସଂକ୍ରମିତ ହୋଇଥାଏ। କୋଲକାତାରେ ଘଟିଥିବା ଏହି ଘଟଣା ଦୁନିଆର ପ୍ରଥମ ା ପ୍ରାପ୍ତ ସୂଚନା ଅନୁଯାୟୀ, କିଲର୍‌ ପ୍ଲାଣ୍ଟ ଫଙ୍ଗ୍‌ସ ନାମକ ଏହି ରୋଗରେ ଆକ୍ରାନ୍ତ ୬୧ ବର୍ଷ ବୟସ୍କ ବ୍ୟକ୍ତି ଜଣେ ପେସାଦାର ଉଦ୍ଭିଦ ମାଇକ୍ରୋଲୋଜିଷ୍ଟ। ସେ କ୍ଷୟ ହେଉଥିବା ପଦାର୍ଥ, ମୂଷା ଏବଂ ବିଭିନ୍ନ ଉଦ୍ଭିଦର କବକ ଉପରେ ଗବେଷଣା କରୁଥିଲେ। ଏହି ରୋଗର ଲକ୍ଷଣ ବିଷୟରେ କହିବାକୁ ଗଲେ ସଂକ୍ରମିତ ଆକ୍ରାନ୍ତଙ୍କ କଣ୍ଠସ୍ବରରେ ପରିବର୍ତ୍ତନ ଆସିଥିଲା। ଏହା ସହିତ ତାଙ୍କୁ ଖାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ସିଟି ସ୍କାନରେ ତାଙ୍କ ବେକରେ ଏକ ପାରାଟ୍ରାଚାଲ କ୍ଷତ ଦେଖିବାକୁ ମିଳିଥିଲା। ପୃଥିବୀରେ ଉଦ୍ଭିଦଠାରୁ ମଣିଷ ପର୍ଯ୍ୟନ୍ତ ଏଭଳି ପ୍ରଥମ ସଂକ୍ରମଣର କାରଣ ହେଉଛି କଣ୍ଡ୍ରୋଷ୍ଟେରିୟମ ପ୍ୟୁରିୟମ ଉଦ୍ଭିଦ। ଏହା ଏକ ଫଙ୍ଗାଲ ଉଦ୍ଭିଦ। ଗବେଷକମାନେ କହିଛନ୍ତି ଯେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ତାଙ୍କୁ ଆଣ୍ଟି-ଫଙ୍ଗଲ ଔଷଧ ଦିଆଯାଇଥିଲା, ଯେଉଁଥିରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri