ଏଇ ଭାରତରେ

ପଶ୍ଚିମବଙ୍ଗ କୋଲକାତାରେ ଏଭଳି ରୋଗ ବିଷୟରେ ଜାଣିବାକୁ ମିଳିଛି, ଯେଉଁଥିରେ ଜଣେ ବ୍ୟକ୍ତି ଉଦ୍ଭିଦରୁ ସଂକ୍ରମିତ ହୋଇଛନ୍ତି। ଏହି ରୋଗର ନାମ ହେଉଛି ‘କିଲର୍‌ ପ୍ଲାଣ୍ଟ ଫଙ୍ଗ୍‌ସ’, ଯାହା ଉଦ୍ଭିଦରୁ ମଣିଷ ପର୍ଯ୍ୟନ୍ତ ସଂକ୍ରମିତ ହୋଇଥାଏ। କୋଲକାତାରେ ଘଟିଥିବା ଏହି ଘଟଣା ଦୁନିଆର ପ୍ରଥମ ା ପ୍ରାପ୍ତ ସୂଚନା ଅନୁଯାୟୀ, କିଲର୍‌ ପ୍ଲାଣ୍ଟ ଫଙ୍ଗ୍‌ସ ନାମକ ଏହି ରୋଗରେ ଆକ୍ରାନ୍ତ ୬୧ ବର୍ଷ ବୟସ୍କ ବ୍ୟକ୍ତି ଜଣେ ପେସାଦାର ଉଦ୍ଭିଦ ମାଇକ୍ରୋଲୋଜିଷ୍ଟ। ସେ କ୍ଷୟ ହେଉଥିବା ପଦାର୍ଥ, ମୂଷା ଏବଂ ବିଭିନ୍ନ ଉଦ୍ଭିଦର କବକ ଉପରେ ଗବେଷଣା କରୁଥିଲେ। ଏହି ରୋଗର ଲକ୍ଷଣ ବିଷୟରେ କହିବାକୁ ଗଲେ ସଂକ୍ରମିତ ଆକ୍ରାନ୍ତଙ୍କ କଣ୍ଠସ୍ବରରେ ପରିବର୍ତ୍ତନ ଆସିଥିଲା। ଏହା ସହିତ ତାଙ୍କୁ ଖାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ସିଟି ସ୍କାନରେ ତାଙ୍କ ବେକରେ ଏକ ପାରାଟ୍ରାଚାଲ କ୍ଷତ ଦେଖିବାକୁ ମିଳିଥିଲା। ପୃଥିବୀରେ ଉଦ୍ଭିଦଠାରୁ ମଣିଷ ପର୍ଯ୍ୟନ୍ତ ଏଭଳି ପ୍ରଥମ ସଂକ୍ରମଣର କାରଣ ହେଉଛି କଣ୍ଡ୍ରୋଷ୍ଟେରିୟମ ପ୍ୟୁରିୟମ ଉଦ୍ଭିଦ। ଏହା ଏକ ଫଙ୍ଗାଲ ଉଦ୍ଭିଦ। ଗବେଷକମାନେ କହିଛନ୍ତି ଯେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ତାଙ୍କୁ ଆଣ୍ଟି-ଫଙ୍ଗଲ ଔଷଧ ଦିଆଯାଇଥିଲା, ଯେଉଁଥିରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri