‘ମୁନ୍‌ ଟୁ ମାର୍ସ’ର ମୁଖ୍ୟ

– ଜିତେନ୍ଦ୍ର କୁମାର ନାୟକ

 

ଆମେରିକୀୟ ମହାକାଶ ସଂସ୍ଥା ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ (ନାସା) ସର୍ବଦା ନୂଆ ମିଶନରେ ଯାଇ ଦୁନିଆକୁ ନୂତନ ପ୍ରକାରର ଭେଟି ଦେବାକୁ ଯୋଜନା କରିଥାଏ। ଏହାର ସଦ୍ୟତମ ଅଭିଯାନ ‘ମୁନ୍‌ ଟୁ ମାର୍ସ ପ୍ରୋଗ୍ରାମ୍‌’ ଲାଗି କାର୍ଯ୍ୟ ଜୋରସୋରରେ ଚାଲିଛି। ଏଥିଲାଗି ମୁନ୍‌ ଟୁ ମାର୍ସ ପ୍ରୋଗ୍ରାମ ଅଫିସ୍‌ ଚନ୍ଦ୍ର ମିଶନରେ ଯାଇ ମଙ୍ଗଳରେ ପ୍ରଥମ ଥର ସକାଶେ ମାନବକୁ ଅବତରଣ କରିବା ଦିଗରେ ନାସାକୁ ସାହାଯ୍ୟ କରିବ ବୋଲି ନାସା ପ୍ରଶାସକ ବିଲ୍‌ ନେଲ୍‌ସନ ଘୋଷଣା କରିଛନ୍ତି। ଆର୍ଟେମିସ୍‌ ପ୍ରୋଗ୍ରାମ୍‌ ମାଧ୍ୟମରେ ନାସା ତା’ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାର ଉଦ୍ଦେଶ୍ୟ ରଖିଛି। ଉଲ୍ଲେଖଯୋଗ୍ୟ, ଆର୍ଟେମିସ୍‌ ପ୍ରୋଗ୍ରାମ୍‌ ହେଉଛି ରୋବୋଟିକ୍‌ ଓ ଚନ୍ଦ୍ର ଅନ୍ବେଷଣ କାର୍ଯ୍ୟକ୍ରମ। ନାସା, ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି (ଇଏସ୍‌ଏ), ଜାପାନ ଏରୋସ୍ପେସ୍‌ ଏକ୍ସପ୍ଲୋରେଶନ ଏଜେନ୍ସି (ଜେଏଏକ୍ସଏ) ଓ କାନାଡିଆନ୍‌ ସ୍ପେସ୍‌ ଏଜେନ୍ସି (ସିଏସ୍‌ଏ)ର ମିଳିତ ଉଦ୍ୟମରେ କରାଯାଉଥିବା ଅଭିଯାନର ଉଦ୍ଦେଶ୍ୟ ହେଉଛି ୧୯୭୨ରେ ଆପୋଲୋ ୧୭ ମିଶନ ପରେ ଚନ୍ଦ୍ରରେ ମାନବର ଉପସ୍ଥିତି ଜାହିର କରିବା। ୧୬ ନଭେମ୍ବର ୨୦୨୨ରେ ଆର୍ଟେମିସ୍‌ ୧ ପ୍ରେରଣ ହୋଇଥିଲା। ତେବେ ଏପ୍ରିଲ ୩ (ଆସନ୍ତାକାଲି)ରେ ଆର୍ଟେମିସ୍‌ ୨ ମିଶନରେ ନାସା ପକ୍ଷରୁ ୪ ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରାଯିବ। ୨୦୨୪ ଶେଷ ଆଡ଼କୁ ଏମାନେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ୨୦୨୫ରେ ଆର୍ଟେମିସ୍‌ ୩ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚତ୍ବ ବୋଲି କୁହାଯାଉଛି, ଯେଉଁଠାରେ ପର୍ଯ୍ୟାପ୍ତ ପାଣି ଓ ବରଫର ରହିଥିବା ବିଶ୍ୱାସ କରାଯାଉଛି। ନାସା ପକ୍ଷରୁ କୁହାଯାଇଛି ଯେ, ସବୁକିଛି ଠିକ୍‌ ଠାକ୍‌ ଚାଲିଲେ ଚନ୍ଦ୍ର ଅନ୍ବେଷଣ ଶେଷ କରି ମହାକାଶଚାରୀମାନେ ଚଳିତ ଦଶନ୍ଧିର ଶେଷ ଆଡ଼କୁ ମଙ୍ଗଳରେ ପାଦ ଥାପିପାରିବେ। ଏଭଳି ଅଭିଯାନକୁ ସଫଳ କରିବା ଲାଗି ସୃଷ୍ଟି କରାଯାଇଥିବା କାର୍ଯ୍ୟାଳୟର ଗୁରୁତ୍ୱ ଯଥେଷ୍ଟ ରହିଛି। ନାସାର ପୂର୍ବତନ ମଧ୍ୟବର୍ତ୍ତିକାଳୀନ ଡେପୁଟି ଆସୋସିଏଟ୍‌ ଆଡ୍‌ମିନିଷ୍ଟ୍ରେଟର ଥିବା ଭାରତୀୟ ବଂଶୋଦ୍ଭବ ଅମିତ କ୍ଷତ୍ରିୟ ଏବେ ‘ମୁନ୍‌ ଟୁ ମାର୍ସ ଅଫିସ୍‌’ର ମୁଖ୍ୟ ହେବେ ବୋଲି ଘୋଷଣା ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି। ଚନ୍ଦ୍ର ଓ ମଙ୍ଗଳରେ ମାନବୀୟ ମିଶନକୁ ସଫଳ କରିବା ଲାଗି ଯୋଜନାଠାରୁ କାର୍ଯ୍ୟକାରିତା ପର୍ଯ୍ୟନ୍ତ ଗୁରୁଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି। ସେ କିଭଳି ଏହି ପଦବୀରେ ପହଞ୍ଚତ୍ବାକୁ ସକ୍ଷମ ହେଲେ ସେହି ବିଷୟରେ ଯୁବ ବୈଜ୍ଞାନିକ ତଥା ଇଞ୍ଜିନିୟରମାନେ ଜାଣିବାକୁ ଇଚ୍ଛା ରଖିବା ସ୍ବାଭାବିକ।
ଭାରତୀୟ ବଂଶୋଦ୍ଭବ ଅମିତଙ୍କ ଜନ୍ମ ଆମେରିକା ଇଲନଏର କୁକ୍‌ କାଉଣ୍ଟି ଅନ୍ତର୍ଗତ ବ୍ରୁକ୍‌ଫିଲ୍ଡ। ହେଲେ ସେ ଟେକ୍ସାସ୍‌ର କାଟିକୁ ତାଙ୍କ ନିଜ ସହର ଭାବେ ଦର୍ଶାଇଥାଆନ୍ତି। ଆମେରିକାକୁ ପ୍ରଥମ ପିଢ଼ିର ଭାରତୀୟ ପ୍ରବାସୀ ଭାବେ ଯାଇଥିବା ବର୍ଗଙ୍କ ଦାୟାଦ ଭାବେ ଅମିତ ନାସାର ଗୁରୁତ୍ୱପୂର୍ଣ୍ଣ ପଦବୀରେ ପହଞ୍ଚତ୍ବା ତାଙ୍କ ପ୍ରତିଭାକୁ ଦର୍ଶାଇଛି। କାଲିଫର୍ନିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜିରୁ ଗଣିତରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ଟେକ୍ସାସ ବିଶ୍ୱବିଦ୍ୟାଳୟରୁ ଗଣିତରେ ସ୍ନାତକୋତ୍ତର କରିଥିଲେ। ୨୦୦୩ରେ ସେ ସ୍ପେସ୍‌ ପ୍ରୋଗ୍ରାମ୍‌ରେ କ୍ୟାରିୟର କରିବାକୁ ଯାଇ ସଫ୍ଟଓ୍ବେର ଇଞ୍ଜିନିୟର, ରୋବୋଟିକ୍ସ ଇଞ୍ଜିନିୟର ଓ ସ୍ପେସ୍‌କ୍ରାଫ୍ଟ ଅପରେଟର ଭାବେ କାର୍ଯ୍ୟ କରିଥିଲେ। ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ ଲାଗି ରୋବୋଟିକ୍‌ ଆସେମ୍ବ୍ଲିର ସେ ନିଜ ଦକ୍ଷତା ପ୍ରତିପାଦନ କରିବା ପରେ ତାଙ୍କ କ୍ୟାରିୟର ଆଗକୁ ବଢ଼ିଚାଲିଲା। ୨୦୧୪ରୁ ୨୦୧୭ ଯାଏ ସେ ସ୍ପେସ୍‌ ଷ୍ଟେଶନ ଫ୍ଲାଇଟ୍‌ ଡାଇରେକ୍ଟର ଭାବେ ଅନ୍ତର୍ଜାତୀୟ ସ୍ତରର ସ୍ପେଶ୍‌ ଷ୍ଟେଶନ ଲାଗି ଟିମ୍‌ ପ୍ରସ୍ତୁତ କରି ତାହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିଥିଲେ। ଫଳରେ ୨୦୨୧ରେ ତାଙ୍କୁ ନାସା ମୁଖ୍ୟାଳୟରେ ଏକ୍ସପ୍ଲୋରେଶନ ସିଷ୍ଟମ୍ସ ଡେଭଲପ୍‌ମେଣ୍ଟ ମିଶନ ଡାଇରେକ୍ଟୋରେଟ୍‌ରେ ଅସିଷ୍ଟାଣ୍ଟ ଡେପୁଟି ଆସୋସିଏଟ୍‌ ଆଡମିନିଷ୍ଟ୍ରେଟର ଭାବେ ଅବସ୍ଥାପିତ ହୋଇଥିଲେ। ଆଜି ସେ ଯେଉଁଠାରେ ପହଞ୍ଚତ୍ ଏକ ବୃହତ୍‌ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି, ତାହା ଫଳବତୀ ହେଲେ ତାଙ୍କ ନାମ ବିଶ୍ୱବିଦିତ ହେବା ନିଶ୍ଚିତ। ସ୍ପେସ୍‌ ପ୍ରୋଗ୍ରାମ୍‌ରେ ନିଜକୁ ଜଡ଼ିତ କରି ସେ ନିରବଚ୍ଛିନ୍ନ ଯାତ୍ରା ବଜାୟ ରଖିଥିବାରୁ ନାସା ଆଉଟ୍‌ଷ୍ଟାଣ୍ଡିଂ ଲିଡରଶିପ୍‌ ମେଡାଲ ସମେତ ବହୁ ଉଚ୍ଚକୋଟୀର ସମ୍ମାନ ପାଇପାରିଛନ୍ତି। କିନ୍ତୁ ଆର୍ଟେମିଶ୍‌ ମିଶନ୍‌କୁ ସଫଳ କରିବା ହେଉଛି ତାଙ୍କ ସର୍ବୋଚ୍ଚ ଲକ୍ଷ୍ୟ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri