ଏଇ ଭାରତରେ

ପରିବେଶକୁ କାର୍ବନମୁକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ବି ମହାରାଷ୍ଟ୍ରର ଏକ ଏନ୍‌ଜିଓର ସଫଳତା ଉଦାହରଣ ସୃଷ୍ଟି କରିଛି। ଆୟୁର୍ବେଦିକ୍‌ ଡାକ୍ତର ଦମ୍ପତି ପ୍ରସାଦ ଓ ହର୍ଷଦା ଦେଓଧରଙ୍କ ଦ୍ୱାରା ପ୍ରତିଷ୍ଠିତ ଭଗୀରଥ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ ଦ୍ୱାରା ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲାର ନିଭାଜି ଗାଁ ସବୁଜ ଗୃହବାଷ୍ପ ନିର୍ଗମନମୁକ୍ତ ଗ୍ରାମ ହୋଇପାରିଛି। ପରିବେଶ ଉପଯୋଗୀ ପଦକ୍ଷେପ ଯଥା ବାୟୋଗ୍ୟାସ୍‌ ୟୁନିଟ୍‌, ରାସାୟନିକ ସାର ଓ କୀଟନାଶକ ମୁକ୍ତ ବା ଜୈବିକ କୃଷି, ବାଉଁଶ ରୋପଣ ଆଦି ଦ୍ୱାରା ଗାଁକୁ କାର୍ବନ ନିର୍ଗମନ ମୁକ୍ତ କରାଯାଇପାରିଛି। ଏହି ଗାଁରେ ପାଖାପାଖି ୩୫୦ ପରିବାର ରହନ୍ତି ଓ ଏହାର ୪୮% ଏବେ ଜଙ୍ଗଲରେ ପରିପୂର୍ଣ୍ଣ। କିନ୍ତୁ ଲୋକେ ଜାଳେଣି କାଠ ବଦଳରେ ବାୟୋଗ୍ୟାସ୍‌ ବ୍ୟବହାର କରୁଛନ୍ତି। କୃଷକମାନେ ରାସାୟନିକ ସାର ଓ କୀଟନାଶକ ବ୍ୟବହାର ନ କରି ଜୈବିକ କୃଷି କରୁଛନ୍ତି। ବଡ଼ କଥା ହେଲା, ଗ୍ରାମବାସୀ ବ୍ୟାପକ ବାଉଁଶ ଗଛ ଲଗାଇଛନ୍ତି। ଏହା ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍‌ ଶୋଷଣ କରୁଛି। ପ୍ରତ୍ୟେକ ପରିବାର ଗୋଟିଏ ଲେଖା ବାଉଁଶ ଜଙ୍ଗଲ ସୃଷ୍ଟି କରିଛନ୍ତି। ନିଭାଜିକୁ କାର୍ବନ ନିର୍ଗମନମୁକ୍ତ କରିବା ଲାଗି ୨୦୦୪ରୁ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସବୁଜ ଗ୍ରାମ ଏବେ ସବୁଜ ପର୍ଯ୍ୟଟନ ପାଇଁ ବାଟ ଖୋଲିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri