ଏଇ ଭାରତରେ

ଲୋକେ ଅନ୍‌ଲାଇନ କିମ୍ବା ନଗଦ ଟଙ୍କା ଦେଇ ମନପସନ୍ଦର ଦୁଇଚକିଆ ହେଉ କିମ୍ବା ୪ ଚକିଆ ଯାନ କିଣିଥାନ୍ତି। କିନ୍ତୁ ଆସାମରେ ମହମ୍ମଦ ସଇଦୁଲ ହକ୍‌ କେବଳ ୯୦,୦୦୦ ଟଙ୍କାର କଏନ ବା ଧାତବ ମୁଦ୍ରା ବିନିମୟରେ ସ୍କୁଟର କିଣିଛନ୍ତି। ହକ୍‌ ଡାରଙ୍ଗ ଜିଲା ସିପଜହର ଅଞ୍ଚଳରେ ରହୁଛନ୍ତି। ଗୁଆହାଟୀରେ ତାଙ୍କର ଏକ ଦୋକାନ ଅଛି। ସେ ସ୍କୁଟର କରିବା ଲକ୍ଷ୍ୟରେ ୨୦୧୭ରୁ କଏନ୍‌ ସଞ୍ଚୟ କରିବା ଆରମ୍ଭ କରିଥିଲେ। ମୁଖ୍ୟତଃ ଦୋକାନରୁ ମିଳୁଥିବା କଏନଗୁଡ଼ିକୁ ସେ ପ୍ରତିଦିନ ସଞ୍ଚୟ କରୁଥିଲେ। ତେବେ କଏନସବୁ ଦେଖି ଗାଡ଼ି ଶୋ‘ରୁମ୍‌ର ମାଲିକ ଆଶ୍ଚର୍ଯ୍ୟ ହେବା ସହ ଖୁସି ପ୍ରକଟ କରିଛନ୍ତି। ଶୋ ରୁମ୍‌ର ୪ ଜଣ କର୍ମଚାରୀ ସବୁ କଏନକୁ ୨ ଘଣ୍ଟା ଧରି ଗଣିଥିଲେ। ଦୀର୍ଘ ୬ ବର୍ଷ ହେଲା ଏହିସବୁ କଏନ ସଞ୍ଚୟ କରି ତାଙ୍କ ସ୍କୁଟର କିଣବା ସ୍ବପ୍ନ ପୂରଣ କରିଥିବାରୁ ଖୁସି ଅଛନ୍ତି ବୋଲି କହିଛନ୍ତି ହକ୍‌। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଉତ୍ତରାଖଣ୍ଡର ରୁଦ୍ରପୁରରେ ଜଣେ ବ୍ୟକ୍ତି ୫୦,୦୦୦ ଟଙ୍କାର କଏନ ଦେଇ ଟିଭିଏସ୍‌ ଜୁପିଟର ସ୍କୁଟି କଣିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri