ଏଇ ଭାରତରେ

ପରିବେଶ ପାଇଁ କ୍ଷତିକାରକ ପ୍ଲାଷ୍ଟିକ୍‌ ଜିନିଷଠାରୁ ଦୂରେଇ ରହିବା ଲାଗି ଏହାର ବିକଳ୍ପ ଭାବେ ବାଉଁଶ ଜିନିଷ ପ୍ରସ୍ତୁତ କରିଛନ୍ତି କୋଲକାତାର ଅଗ୍ନି ମିତ୍ର। ସେ ‘ଆମୁଡୋ ଇକୋ ପ୍ରଡକ୍ଟ’ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି ତା’ ମାଧ୍ୟମରେ ନିତ୍ୟବ୍ୟବହାର୍ଯ୍ୟ ବାଉଁଶ ଉତ୍ପାଦ ତିଆରି କରୁଛନ୍ତି। ବାଉଁଶରେ ଟୁଥ୍‌ ବ୍ରଶ୍‌ଠାରୁ ଆରମ୍ଭ କରି ପାନିଆ ଏବଂ ସେଲ୍ଫ କେୟାର ପ୍ରଡକ୍ଟ ଆଦି ପ୍ରସ୍ତୁତ କରାଯାଉଛି। ଅଗ୍ନି ଜର୍ମାନୀରୁ ମେଡିକାଲ ଫଟୋନିକ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେଠାରେ ଥିବା ସମୟରେ ପରିବେଶ ଉପଯୋଗୀ ବାଉଁଶ ଉତ୍ପାଦ ବ୍ୟବହାର କରିବା ଆରମ୍ଭ କରିଥିଲେ। ଭାରତକୁ ଫେରିବା ପରେ ପ୍ଲାଷ୍ଟିକର ନକାରାମତ୍କ ପ୍ରଭାବରୁ ଲୋକଙ୍କୁ ମୁକ୍ତ ରଖିବା ଓ ବର୍ଜ୍ୟଜନିତ ପ୍ରଦୂଷଣରୁ ପରିବେଶକୁ ରକ୍ଷା କରିବା ଲକ୍ଷ୍ୟରେ ବାଉର୍ଁଶ ଉତ୍ପାଦକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଲାଗି କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୮ରେ ଆମୁଡୋ ଇକୋ ପ୍ରଡକ୍ଟ ଷ୍ଟାର୍ଟଅପ୍‌ ଗଠନ କରିବା ପରେ ଏବେ ସେଥିରେ ତାଙ୍କ ସହ ୪୦ ଜଣିଆ ଟିମ୍‌ କାମ କରୁଛି। ଏହି ବ୍ୟବସାୟରେ ଅଗ୍ନି ବାର୍ଷିକ ୨.୬୫ କୋଟି ଟଙ୍କା କାରବାର କରୁଛନ୍ତି। ଏବେ ତାଙ୍କ ଉତ୍ପାଦକୁ ୧୦୦ କର୍ପୋରେଟ ଓ ହୋଟେଲ ନିୟମିତ ଭାବେ ନେଉଛନ୍ତି। ଦିନକୁ ଦେଶରେ ସେ ପାଖାପାଖି ୫୦୦ରୁ ଊର୍ଦ୍ଧ୍ୱ ଅର୍ଡର ପାଉଛନ୍ତି। କେବଳ ଏତିକି ନୁହେଁ ଦୁବାଇ, ଇଂଲଣ୍ଡ, ମାଲେସିଆ, ସିଙ୍ଗାପୁର, ଜର୍ମାନୀ ଏବଂ ସ୍ଲୋଭାକିଆରୁ ବି ତାଙ୍କୁ ଅର୍ଡର ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri