ଏଇ ଭାରତରେ

ପରିବେଶ ପାଇଁ କ୍ଷତିକାରକ ପ୍ଲାଷ୍ଟିକ୍‌ ଜିନିଷଠାରୁ ଦୂରେଇ ରହିବା ଲାଗି ଏହାର ବିକଳ୍ପ ଭାବେ ବାଉଁଶ ଜିନିଷ ପ୍ରସ୍ତୁତ କରିଛନ୍ତି କୋଲକାତାର ଅଗ୍ନି ମିତ୍ର। ସେ ‘ଆମୁଡୋ ଇକୋ ପ୍ରଡକ୍ଟ’ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି ତା’ ମାଧ୍ୟମରେ ନିତ୍ୟବ୍ୟବହାର୍ଯ୍ୟ ବାଉଁଶ ଉତ୍ପାଦ ତିଆରି କରୁଛନ୍ତି। ବାଉଁଶରେ ଟୁଥ୍‌ ବ୍ରଶ୍‌ଠାରୁ ଆରମ୍ଭ କରି ପାନିଆ ଏବଂ ସେଲ୍ଫ କେୟାର ପ୍ରଡକ୍ଟ ଆଦି ପ୍ରସ୍ତୁତ କରାଯାଉଛି। ଅଗ୍ନି ଜର୍ମାନୀରୁ ମେଡିକାଲ ଫଟୋନିକ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେଠାରେ ଥିବା ସମୟରେ ପରିବେଶ ଉପଯୋଗୀ ବାଉଁଶ ଉତ୍ପାଦ ବ୍ୟବହାର କରିବା ଆରମ୍ଭ କରିଥିଲେ। ଭାରତକୁ ଫେରିବା ପରେ ପ୍ଲାଷ୍ଟିକର ନକାରାମତ୍କ ପ୍ରଭାବରୁ ଲୋକଙ୍କୁ ମୁକ୍ତ ରଖିବା ଓ ବର୍ଜ୍ୟଜନିତ ପ୍ରଦୂଷଣରୁ ପରିବେଶକୁ ରକ୍ଷା କରିବା ଲକ୍ଷ୍ୟରେ ବାଉର୍ଁଶ ଉତ୍ପାଦକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଲାଗି କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୮ରେ ଆମୁଡୋ ଇକୋ ପ୍ରଡକ୍ଟ ଷ୍ଟାର୍ଟଅପ୍‌ ଗଠନ କରିବା ପରେ ଏବେ ସେଥିରେ ତାଙ୍କ ସହ ୪୦ ଜଣିଆ ଟିମ୍‌ କାମ କରୁଛି। ଏହି ବ୍ୟବସାୟରେ ଅଗ୍ନି ବାର୍ଷିକ ୨.୬୫ କୋଟି ଟଙ୍କା କାରବାର କରୁଛନ୍ତି। ଏବେ ତାଙ୍କ ଉତ୍ପାଦକୁ ୧୦୦ କର୍ପୋରେଟ ଓ ହୋଟେଲ ନିୟମିତ ଭାବେ ନେଉଛନ୍ତି। ଦିନକୁ ଦେଶରେ ସେ ପାଖାପାଖି ୫୦୦ରୁ ଊର୍ଦ୍ଧ୍ୱ ଅର୍ଡର ପାଉଛନ୍ତି। କେବଳ ଏତିକି ନୁହେଁ ଦୁବାଇ, ଇଂଲଣ୍ଡ, ମାଲେସିଆ, ସିଙ୍ଗାପୁର, ଜର୍ମାନୀ ଏବଂ ସ୍ଲୋଭାକିଆରୁ ବି ତାଙ୍କୁ ଅର୍ଡର ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri