ଏଇ ଭାରତରେ

ଦେଶର ବିଭିନ୍ନ ଅଞ୍ଚଳରେ ହୋଲି ପାଳନର ନିଆରା ପରମ୍ପରା ରହିଥିବାବେଳେ ଅନେକ ସ୍ଥାନରେ ଏହା ପାଳନ କରା ନ ଯିବାର ମଧ୍ୟ ଅଜବ ପ୍ରଥା ଓ ଅନ୍ଧବିଶ୍ୱାସ ରହିଆସିଛି। ଏଭଳି ଏକ ଗାଁ ହେଉଛି ବିହାରର ମୁଙ୍ଗେର ଜିଲା ଅସରଗଞ୍ଜ ବ୍ଲକ୍‌ର ସତୀସ୍ଥାନ ଗାଁ। ସଜୁଆ ପଞ୍ଚାୟତ ଅନ୍ତର୍ଗତ ଏହି ଗାଁର ନାମକରଣ ବି ସତୀଦାହ ପ୍ରଥାରୁ ହୋଇଛି ଓ ଏହି ପ୍ରଥାକୁ ନେଇ ଗାଁଲୋକେ ହୋଲି ପାଳନ କରିବାକୁ ଡରୁଛନ୍ତି। ଏଥିପାଇଁ ୧୫୫୦ ଜନସଂଖ୍ୟାବଶିଷ୍ଟ ଉକ୍ତ ଗାଁରେ ଲୋକେ ହୋଲି ଆସିବା କ୍ଷଣି ସତର୍କ ହୋଇଯାଆନ୍ତି। ସେମାନେ ରଙ୍ଗ ଖେଳରୁ ଦୂରେଇ ରହନ୍ତି। ଏମିତିକି ଆଖପାଖ ଗାଁର ଲୋକେ ମଧ୍ୟ ସେହି ଗାଁର ଲୋକଙ୍କୁ ରଙ୍ଗ କରିବାକୁ ଆସନ୍ତିି ନାହିଁ। ଏଭଳି ଅନ୍ଧବିଶ୍ୱାସ ପଛରେ ଏକ କାହାଣୀ ଅଛି। ସେହି ଗାଁରେ ପତି ପତ୍ନୀ ଦୁହେଁ ରହୁଥିଲେ। ହୋଲି ଦିନ ପତିଙ୍କ ମୃତ୍ୟୁପରେ ଲୋକେ ଶ୍ମଶାନକୁ ନେଉଥିବା ମୃତଦେହ ବାରମ୍ବାର କୋକେଇରୁ ତଳକୁ ଖସିପଡ଼ୁଥିଲା। ଘରେ ବନ୍ଦ ହୋଇଥିବା ପନତ୍ୀଙ୍କୁ ଖୋଲିଦେବା ପରେ ସେ ଶ୍ମଶାନକୁ ଗଲେ ଓ ସେଠାରେ ତାଙ୍କ ଲାଗି ଚିତା ପ୍ରସ୍ତୁତ କରାଗଲା। ତାଙ୍କ କନିଷ୍ଠ ଆଙ୍ଗୁଳିରୁ ଅଗ୍ନି ବାହାରି ଉଭୟ ଚିତା ଜଳିଗଲା। ଏହି ଘଟଣା ପରେ ସେହି ଗାଁରେ ସେହିଦିନଠାରୁ ଦୁଇଶତାବ୍ଦୀ ହେଲା ଲୋକେ ଆଉ ହୋଲି ପାଳନ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri