ଏଇ ଭାରତରେ

ହିନ୍ଦୁଧର୍ମ ପରମ୍ପରାରେ ହୋଲି ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ପ୍ରତିବର୍ଷ ଦୋଳରେ ଏହାକୁ ଧୁମ୍‌ଧାମରେ ପାଳନ କରାଯାଉଥିବାବେଳେ ଅନେକ ଗାଁ ଅଜବ ବିଶ୍ୱାସକୁ ଆଧାରକରି ହୋଲି ପାଳନ ନ କରିବା ଦେଖାଯାଏ। ଏଭଳି ଦୁଇଟି ଗାଁ ରହିଛି ଛତିଶଗଡ଼ର କୋରବା ଜିଲାରେ। ପ୍ରଥମ ଗାଁଟି ହେଉଛି ଖରହରି। ଏଠାରେ ଦୀର୍ଘ ୧୫୦ ବର୍ଷ ହେଲା ହୋଲି ପାଳନ କରାଯାଇନାହିଁ। ଏହା ପଛରେ ବି ଏକ ଅନ୍ଧବିଶ୍ୱାସ ରହିଛି। କୁହାଯାଏ, ୧୫୦ ବର୍ଷ ପୂର୍ବେ ଗାଁରେ ଭୀଷଣ ନିଆଁ ଲାଗି ସ୍ଥିତି ପୂରା ଆୟତ୍ତ ବାହାରକୁ ଚାଲିଯାଇଥିଲା। ନିଆଁ ଲାଗିବା ପରେ ଗାଁରେ ମହାମାରୀ ମଧ୍ୟ ବ୍ୟାପିଥିଲା। ଏହି ମହାମାରୀରୁ ରକ୍ଷା ପାଇବା ଲାଗି ଦେବୀ ଜଣେ ବ୍ୟକ୍ତିଙ୍କୁ ସ୍ବପ୍ନାଦେଶ ଦେଇ କହିଥିଲେ ଯେ, ଗ୍ରାମବାସୀ ହୋଲି ପାଳନ ନ କଲେ ଗାଁକୁ ଶାନ୍ତି ଫେରିବ। ସ୍ବପ୍ନାଦେଶ ମାନି ସେବେଠାରୁ ଗାଁ ଲୋକେ ହୋଲି ପାଳନ କରୁନାହାନ୍ତି। କେବଳ ଏହି ଗାଁ ନୁହେଁ, ଛତିଶଗଡ଼ର ଧମନଗୁଡ଼ି ଗାଁରେ ମଧ୍ୟ ୨୦୦ ବର୍ଷ ହେଲା ହୋଲି ପାଳନ ହେଉନତ। ଉକ୍ତ ଗାଁରେ ଦେବୀଙ୍କ କୋପରୁ ସେବେଠାରୁ ହୋଲି ପାଳନ କରାଯାଉନାହିଁ। ଲୋକେ ଲାଲ୍‌ ରଙ୍ଗ ଓ ହୋଲିକା ଦହନରୁ ଦୂରେଇ ରୁହନ୍ତି। ଏପରି କି ହୋଲି ଦିନ ରଙ୍ଗକୁ ଏତେ ଡରନ୍ତି ଯେ ସେମାନେ ଘରୁ ବାହାରକୁ ବାହାରନ୍ତିନି।


Enter your email to get our daily news in your inbox.

All Right Reserved By Dharitri.Com

ମାତୃଭୂମିର ମନ୍ତ୍ରଦାତା

ଉତ୍କଳ ଗୌରବ ମଧୁସୂଦନ ଏବଂ ଉତ୍କଳମଣି ଗୋପବନ୍ଧୁ ଉଭୟ ଥିଲେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉତ୍ସର୍ଗୀକୃତ ପ୍ରାଣ। ଓଡ଼ିଆ ଭାଷା ଅଞ୍ଚଳକୁ ନେଇ...

ମାଙ୍କଡ଼ ହାତେ ଶାଳଗ୍ରାମ

ରାଜୀବ କର୍ମି ଶିକ୍ଷା ପାଇବା ସମସ୍ତଙ୍କର ମୌଳିକ ଅଧିକାର। ଶିକ୍ଷା ସରକାରଙ୍କର ଅତ୍ୟାବଶ୍ୟକ ସେବା। ଶିକ୍ଷା ମୁକ୍ତ ଏବଂ ବାଧ୍ୟତାମୂଳକ। କିଏ, କେଉଁଠି କହିଛି ଏହାର...

ଏଇ ଭାରତରେ

୯୦ ବର୍ଷ ବୟସରେ ବୁଲା କୁକୁରମାନଙ୍କ ଯନତ୍ ନେଉଛନ୍ତି ଉତ୍ତରପ୍ରଦେଶ ଗାଜିଆବାଦର କନକ ସକ୍ସସେନା। ସେ ତାଙ୍କ ନାତୁଣୀ ସନାଙ୍କ ସହଯୋଗରେ ୧୨୦ କୁକୁରଙ୍କ ପାଇଁ...

ଏଇ ଭାରତରେ

ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଛନ୍ତି ୯୦ ବର୍ଷୀୟା ମା’। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଶାହଡୋଲଠାରେ। ଦୀର୍ଘ ୧୧ ବର୍ଷ...

ରୁଷିଆର ପରମାଣୁ ଆକ୍ରମଣ ସାମର୍ଥ୍ୟ

ଗତ ଫେବୃୟାରୀ ୨୪ଠାରୁ ରୁଷିଆ ୟୁକ୍ରେନ୍‌ ବିପକ୍ଷରେ ସାମରିକ ଅଭିଯାନ ଆରମ୍ଭ କରିଛି। ରୁଷିଆର କ୍ରମାଗତ କ୍ଷେପଣାସ୍ତ୍ର ଓ ବୋମା ମାଡ଼ରେ ୟୁକ୍ରେନ୍‌ର ବିଭିନ୍ନ ସହର...

ରାଜଦ୍ରୋହ ଆଇନ ଉଚ୍ଛେଦର ଯଥାର୍ଥତା

ସର୍ବେଶ୍ୱର ବେହେରା ଗତବର୍ଷ ଦେଶରେ ପାଞ୍ଚଟି ରାଜ୍ୟର ନିର୍ବାଚନ ପୂର୍ବରୁ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭର୍ତ୍ସନା କରିଥିଲେ। ଦୁଆ ପାଞ୍ଚ...

ଏଇ ଭାରତରେ

ବାହାଘରକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ହେଲେ ଗୁଜରାଟର ଛୋଟା ଉଦୟପୁରରେ ଥିବା ସୁରଖେଡା ଗାଁର ଆଦିବାସୀଙ୍କ ବିବାହ ପ୍ରଥା...

ଏଇ ଭାରତରେ

ଦିବ୍ୟାଙ୍ଗ ପିଲାଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦେଇଛନ୍ତି ଜବଲପୁରର ଶ୍ରଦ୍ଧା ସୋପରକାର। ସେ ମଧୁରମ ଚାରିଟେବୁଲ ଟ୍ରଷ୍ଟ ଗଠନ କରି ତା’ ମାଧ୍ୟମରେ ୮୦୦ ଦିବ୍ୟାଙ୍ଗ...

Advertisement
Archives

Model This Week