ଏଇ ଭାରତରେ

ସ୍କୁଲ ଦୁଆରମୁହଁ ମାଡ଼ି ନ ଥିଲେ ବି ବହୁ ସମୟରେ ତୃଣମୂଳସ୍ତରରେ ବହୁ ମହିଳା ନିଜର ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ନୂତନତ୍ୱ ହାସଲ କରିଥା’ନ୍ତି, ଯାହାର ଏକ ଦୃଷ୍ଟାନ୍ତ ହେଉଛନ୍ତି ଲହରି ବାଈ। ମଧ୍ୟପ୍ରଦେଶର ବଇଗା ଆଦିବାସୀ ମହିଳା ଲହରି ୧୫୦ରୁ ଊର୍ଦ୍ଧ୍ୱ କିସମର ଦୁର୍ଲଭ ମିଲେଟ (ଯଅ, ମାଣ୍ଡିଆ, ବାଜରା ଆଦି ଶସ୍ୟ) ମଞ୍ଜି ସଂରକ୍ଷଣ କରି ରଖିଛନ୍ତି। ସେ ଏଥିପାଇଁ ଏକ ‘ବିଜ୍‌ ବ୍ୟାଙ୍କ’ ବା ‘ବିହନ ବ୍ୟାଙ୍କ’ କରିଛନ୍ତି। ୨୭ ବର୍ଷୀୟା ଲହରି ତାଙ୍କ ଆଈ ମା’ଙ୍କଠାରୁ ମିଲେଟ୍‌ର ଉପକାରୀ ଗୁଣ ସମ୍ପର୍କରେ ଜାଣିବା ପରେ ଏହାର ସଂରକ୍ଷଣ ପାଇଁ ମନ ବଳାଇଥିଲେ। ୧୮ ବର୍ଷ ବୟସରୁ ସେ ମିଲେଟ ସଂଗ୍ରହ ଆରମ୍ଭ କରିଦେଇଥିଲେ। ସେ ରହୁଛନ୍ତି ଡିଣ୍ଡୋରି ଜିଲା ସିଲପଦି ଗାଁରେ ଓ ବିଭିନ୍ନ ଗାଁ ବୁଲି କୃଷକମାନଙ୍କଠାରୁ ଏପରିକି ଜଙ୍ଗଲରୁ ମିଲେଟ ସଂଗ୍ରହ କରିଛନ୍ତି। ଲହରି ମଧ୍ୟ ଲୋପ ପାଇଯାଇଥିବା ମିଲେଟ ବିହନ ଚାଷୀଙ୍କୁ ଦେଉଛନ୍ତି। ସେ ୧ କେ.ଜି. ବିହନ ବଦଳରେ ସେମାନଙ୍କଠାରୁ ଅମଳ ପରେ ସେହି କିସମର ୧.୫ କେଜି ବିହନ ଆଣୁଛନ୍ତି। ଅଧିକ ଚାଷୀଙ୍କୁ ବିହନ ଦେବା ଲାଗି ସେ ଏହା କରୁଛନ୍ତି ବୋଲି କହନ୍ତି ଲହରି। ଦିନ ମଜୁରିଆ ଭାବେ କାମ କରି ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସେ ଜୀବିକା ନିର୍ବାହ କରୁଛନ୍ତି। ଲହରିଙ୍କୁ ଯୋଧପୁରସ୍ଥିତ ଆଇସିଏଆର୍‌ ୧୦ ଲକ୍ଷ ଟଙ୍କାର ସ୍କଲାରଶିପ୍‌ ଲାଗି ନାମ ସୁପାରିସ କରିଛି। ଏହା ପାଇଲେ ସେ ଛାତ୍ରମାନଙ୍କୁ ମିଲେଟ ଉପରେ ମାର୍ଗଦଶର୍ର୍ନ କରିପାରିବେ। କେବଳ ଏତିକି ନୁହେଁ, ଲହରିଙ୍କୁ ଇଣ୍ଟରନ୍ୟାଶନାଲ ଇୟର ଅଫ ମିଲେଟର ବ୍ରାଣ୍ଡ୍‌ ଆମ୍ବାସାଡର ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri