ଏଇ ଭାରତରେ

ସ୍କୁଲ ଦୁଆରମୁହଁ ମାଡ଼ି ନ ଥିଲେ ବି ବହୁ ସମୟରେ ତୃଣମୂଳସ୍ତରରେ ବହୁ ମହିଳା ନିଜର ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ନୂତନତ୍ୱ ହାସଲ କରିଥା’ନ୍ତି, ଯାହାର ଏକ ଦୃଷ୍ଟାନ୍ତ ହେଉଛନ୍ତି ଲହରି ବାଈ। ମଧ୍ୟପ୍ରଦେଶର ବଇଗା ଆଦିବାସୀ ମହିଳା ଲହରି ୧୫୦ରୁ ଊର୍ଦ୍ଧ୍ୱ କିସମର ଦୁର୍ଲଭ ମିଲେଟ (ଯଅ, ମାଣ୍ଡିଆ, ବାଜରା ଆଦି ଶସ୍ୟ) ମଞ୍ଜି ସଂରକ୍ଷଣ କରି ରଖିଛନ୍ତି। ସେ ଏଥିପାଇଁ ଏକ ‘ବିଜ୍‌ ବ୍ୟାଙ୍କ’ ବା ‘ବିହନ ବ୍ୟାଙ୍କ’ କରିଛନ୍ତି। ୨୭ ବର୍ଷୀୟା ଲହରି ତାଙ୍କ ଆଈ ମା’ଙ୍କଠାରୁ ମିଲେଟ୍‌ର ଉପକାରୀ ଗୁଣ ସମ୍ପର୍କରେ ଜାଣିବା ପରେ ଏହାର ସଂରକ୍ଷଣ ପାଇଁ ମନ ବଳାଇଥିଲେ। ୧୮ ବର୍ଷ ବୟସରୁ ସେ ମିଲେଟ ସଂଗ୍ରହ ଆରମ୍ଭ କରିଦେଇଥିଲେ। ସେ ରହୁଛନ୍ତି ଡିଣ୍ଡୋରି ଜିଲା ସିଲପଦି ଗାଁରେ ଓ ବିଭିନ୍ନ ଗାଁ ବୁଲି କୃଷକମାନଙ୍କଠାରୁ ଏପରିକି ଜଙ୍ଗଲରୁ ମିଲେଟ ସଂଗ୍ରହ କରିଛନ୍ତି। ଲହରି ମଧ୍ୟ ଲୋପ ପାଇଯାଇଥିବା ମିଲେଟ ବିହନ ଚାଷୀଙ୍କୁ ଦେଉଛନ୍ତି। ସେ ୧ କେ.ଜି. ବିହନ ବଦଳରେ ସେମାନଙ୍କଠାରୁ ଅମଳ ପରେ ସେହି କିସମର ୧.୫ କେଜି ବିହନ ଆଣୁଛନ୍ତି। ଅଧିକ ଚାଷୀଙ୍କୁ ବିହନ ଦେବା ଲାଗି ସେ ଏହା କରୁଛନ୍ତି ବୋଲି କହନ୍ତି ଲହରି। ଦିନ ମଜୁରିଆ ଭାବେ କାମ କରି ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସେ ଜୀବିକା ନିର୍ବାହ କରୁଛନ୍ତି। ଲହରିଙ୍କୁ ଯୋଧପୁରସ୍ଥିତ ଆଇସିଏଆର୍‌ ୧୦ ଲକ୍ଷ ଟଙ୍କାର ସ୍କଲାରଶିପ୍‌ ଲାଗି ନାମ ସୁପାରିସ କରିଛି। ଏହା ପାଇଲେ ସେ ଛାତ୍ରମାନଙ୍କୁ ମିଲେଟ ଉପରେ ମାର୍ଗଦଶର୍ର୍ନ କରିପାରିବେ। କେବଳ ଏତିକି ନୁହେଁ, ଲହରିଙ୍କୁ ଇଣ୍ଟରନ୍ୟାଶନାଲ ଇୟର ଅଫ ମିଲେଟର ବ୍ରାଣ୍ଡ୍‌ ଆମ୍ବାସାଡର ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri