ଏଇ ଭାରତରେ

ଛୋଟ ଚାକିରିରେ ସନ୍ତୁଷ୍ଟି ବା ଜବ୍‌ ସାଟିସ୍‌ଫିକେଶନ କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ତାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବିବେକଙ୍କ କ୍ଷେତ୍ରରେ। ବିବେକ ପ୍ରଥମେ ଦିଲ୍ଲୀ ପୋଲିସରେ ହାବିଲଦାର ଥିଲେ ଓ ପରେ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ପରୀକ୍ଷା ଦେଇ ବିଏସ୍‌ଏଫ୍‌ର ଆସିଣ୍ଟାଣ୍ଟ କମାଣ୍ଡାଣ୍ଟ ହୋଇଥିଲେ। କିନ୍ତୁ ଚାକିରି ସନ୍ତଷ୍ଟି ନ ପାଇ ପୁଣି ଆସିଲେ ହାବିଲଦାରକୁ। ବିବେକ ହାବିଲଦାର (ମିନିଷ୍ଟରିଆଲ) ଭାବରେ ଦିଲ୍ଲୀ ପୋଲିସ ଏକାଡେମୀରେ ନିଯୁକ୍ତ ହୋଇଥିଲେ। ପରେ ସେ ସିଏପିଏଫ୍‌ରେ ମନୋନୀତ ହୋଇ ବିଏସ୍‌ଏଫ୍‌ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ କାର୍ଯ୍ୟ କରିବାକୁ ଯୋଗ୍ୟ ହୋଇଥିଲେ। ପରେ ସେ ଦିଲ୍ଲୀ ପୋଲିସରୁ ଇସ୍ତଫା ଦେଇ ବିଏସ୍‌ଏଫ୍‌ରେ ପ୍ରଶିକ୍ଷଣ ନେବା ଆରମ୍ଭ କଲେ। କିନ୍ତୁ ହାବିଲଦାର କାମର ସନ୍ତୁଷ୍ଟି ସେଥିରେ ପାଇପାରିଲେ ନାହିଁ। ଏଥିପାଇଁ ୨୦ ଜାନୁୟାରୀ ୨୦୨୩ରେ ବିଏସ୍‌ଏଫ୍‌ରୁ ଇସ୍ତଫା ଦେବା ପରେ ସିସିଏସ୍‌ ପେନ୍‌ସନ ନିୟମ ଅନୁଯାୟୀ ଦିଲ୍ଲୀ ପୋଲିସ୍‌ରେ ପୁଣି ଯୋଗଦେବାକୁ ଆବେଦନ କରିଥିଲେ। ଦିଲ୍ଲୀ ପୋଲିସ ତାଙ୍କ ଆବେଦନକୁ ବି ଗ୍ରହଣ କରିଥିଲେ। ବିବେକ ଗେଜେଟେଡ ଅଫିସର ଚାକିରି ଛାଡି ପୁଣି ହାବିଲଦାର ଚାକିରିରେ ଯୋଗ ଦେବା ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ ଦିଲ୍ଲୀ ପୋଲିସର ଚିଠି ମଧ୍ୟ ଭାଇରାଲ ହୋଇଛି। ତାଙ୍କୁ ଦିଲ୍ଲୀ ପୋଲିସ ଏକାଡେମୀ, ଝୌଦୋଡା କାଲାନରେ ପୋଷ୍ଟିଂ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦାନକଲେ ପୁଣ୍ୟ ଅର୍ଜନ ହୋଇଥାଏ। ଅର୍ଥଦାନ, ଅନ୍ନଦାନ, କନ୍ୟାଦାନ, ଗୋ-ଦାନ ଏବଂ ଭୂମିଦାନ ଆଦି ଅନେକ ପ୍ରକାର ଦାନ କରାଯାଉଥିବା ବେଳେ କେଶଦାନ କରିବା ନୂଆ...

ଉପନିବେଶବାଦର କୂଟନୀତି ଓ ଆମ ଅର୍ଥନୀତି

ଡ. ଅସୀମା ସାହୁ ଆଶ୍ଚର୍ଯ୍ୟର କଥା ଆଜି ମଧ୍ୟ ବିଶ୍ୱ ତଥା ଆମ ଦେଶର କିଛି ବୁଦ୍ଧିଜୀବୀ ୨୦୦ ବର୍ଷର ଇଂରେଜ ଶାସନକୁ ସକାରାତ୍ମକ ଦୃଷ୍ଟିରେ...

ଶ୍ୱାସରୁଦ୍ଧ ପାରିବାରିକ ସମ୍ପର୍କ

ମୀରା ବେଉରା   ଭାରତବର୍ଷ ସାଧୁ ସନ୍ନ୍ୟାସୀଙ୍କ ଦେଶ, ମୁନିଋଷିଙ୍କ ଦେଶ; ଯେଉଁଠି ପରିବାର ହିଁ ସମାଜର ମୂଳପିଣ୍ଡ ଆଉ ସେହି ପରିବାରର ଅଧିଷ୍ଠାତ୍ରୀ ଦେବୀ...

ଏଇ ଭାରତରେ

ଦାଦନ ଶ୍ରମିକଙ୍କୁ ଶୋଷଣକାରୀଙ୍କ ବେଡ଼ିରୁ ମୁକ୍ତିଦେବା ସହ ସେମାନଙ୍କୁ ଥଇଥାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କର୍ନାଟକର ଡ. କିରନ ପ୍ରସାଦ। ଦୀର୍ଘ ୩୦...

ବିଚିତ୍ର ଆଖି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଭାବନ୍ତୁ ତ, ଯଦି ଆପଣଙ୍କ ନାକ ମୁଣ୍ଡ ଉପରେ ରହିବ, ପାକସ୍ଥଳୀ ଉପରେ ରହିବ, ଆଖି ଓ ମୁହଁ ରହିବ...

ପ୍ରତିକ୍ରିୟାଶୀଳ ଶାସନତନ୍ତ୍ର

ରବିନାରାୟଣ ସାମଲ   ଭୀମାନଦୀ କୂଳରେ କୋରେଗାଓଁ ଗ୍ରାମ। ବର୍ତ୍ତମାନ ଏହା ଏକ ଛୋଟ ସହର। ମହାରାଷ୍ଟ୍ରର ସତାରା ଜିଲାରେ ଅବସ୍ଥିତ ଏହି ସହରୀ ଗ୍ରାମ...

ଚିକିତ୍ସାର ଚିତ୍ର ବଦଳୁଛି

ଡା. ଉମେଶ ଚନ୍ଦ୍ର ପାତ୍ର କିଛି ମାସ ତଳୁ ଓଡ଼ିଶାର ଲୋକପ୍ରିୟ ଖବରକାଗଜ ‘ଧରିତ୍ରୀ’ ଅଙ୍ଗଦାନ ପାଇଁ ସଚେତନତା ସୃଷ୍ଟି କରି ସମସ୍ତଙ୍କ ଭିତରେ ସେବା...

ଇତିହାସର ପୁନରାବୃତ୍ତି

ରଞ୍ଜନ କୁମାର ଦାସ ପିଲାବେଳେ ସ୍କୁଲରେ ଆମେ ପଢ଼ିଥିଲୁ ଯେ ପୃଥିବୀ ଗୋଲ। ତେଣୁ ଜଣେ ମଣିଷ ନାକସିଧା ଆଗକୁ ମାଡ଼ି ଚାଲିଲେ ସେ ଯେଉଁଠୁ...

Advertisement
Archives

Model This Week