ଏଇ ଭାରତରେ

ବହୁ ସମୟରେ ବିଭିନ୍ନ ଅଞ୍ଚଳରେ ସାମାଜିକ କଟକଣା ମହିଳାମାନଙ୍କୁ ସେମାନଙ୍କ ଲକ୍ଷ୍ୟ ହାସଲରେ ବାଧକ ସାଜିଥାଏ; ଯାହା ଘଟିଥିଲା ସୁରଜ ବାଈଙ୍କ ଜୀବନରେ। ରାଜସ୍ଥାନର ରାନ୍ଥମ୍ବୋର ଜାତୀୟ ଉଦ୍ୟାନ ନିକଟ ଏକ ଗାଁରେ ରହନ୍ତି ସୁରଜ। ସେହି ଗାଁରେ ବାଳିକାଙ୍କୁ ଶିକ୍ଷାପ୍ରାପ୍ତ କରି କ୍ୟାରିୟର ଗଢ଼ିବା ମନା। କେବଳ ରୋଷେଇ କରିବା, ସନ୍ତାନ ଜନ୍ମ ଦେଇ ତା’ର ଲାଳନପାଳନ ଓ ଘରଦ୍ୱାର ସଫା କାର୍ଯ୍ୟ ପାଇଁ ସେମାନଙ୍କ ଜନ୍ମ ବୋଲି ସେମାନଙ୍କୁ କୁହାଯାଇଥାଏ। ଏପରି କି ଜଣେ ଝିଅ ଶିକ୍ଷିତା ହେଲେ ସେହି ଝିଅର ପିତାଙ୍କୁ ଦୁଇଗୁଣ ଯୌତୁକ ଦେବାକୁ ପଡ଼େ। ସୁରଜ ଏଭଳି ଜୀବନ ନ ଜିଇବାକୁ ପିଲାଦିନୁ ନିଷ୍ପତ୍ତି ନେଇ ପଢ଼ିବା ଆରମ୍ଭ କରିଥିଲେ। ଏଥିରେ ତାଙ୍କ ଭାଇ ହେମରାଜ ତାଙ୍କୁ ପ୍ରେରିତ କରିବା ସହ ପାଖ ଗାଁର ଏକ ହିନ୍ଦୀ ସ୍କୁଲ୍‌ରେ ନାମ ଲେଖାଇଥିଲେ। ଏହାକୁ ଗାଁ ଲୋକେ ବିରୋଧ କରିଥିଲେ। କିନ୍ତୁ ଏଭଳି କଟକଣାକୁ ଖାତିର ନ କରି ୧୬ ବର୍ଷ ବୟସରେ ସୁରଜ ରାନ୍ଥମ୍ବୋରର ପ୍ରଥମ ମହିଳା ପରିବେଶବିତ୍‌ ଓ ଗାଇଡ୍‌ ହୋଇପାରିଥିଲେ। ଏବେ ତାଙ୍କ ବୟସ ୩୩। ବର୍ତ୍ତମାନ ସେ ପର୍ଯ୍ୟଟକଙ୍କୁ ସେଠାକାର ପଶୁପକ୍ଷୀଙ୍କ ସମ୍ପର୍କରେ ଅବଗତ କରାଉଛନ୍ତି ଓ ବିଭିନ୍ନ ସ୍କୁଲକୁ ବନ୍ୟପ୍ରାଣୀ ଏବଂ ପକ୍ଷୀଙ୍କ ବିଷୟରେ କହିବାକୁ ଯାଉଛନ୍ତି। ଏଥିପାଇଁ ତାଙ୍କୁ ବେଷ୍ଟ ଲେଡି ଗାଇଡ୍‌ ଭାବେ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri