ଏଇ ଭାରତରେ

ଦିନକୁ ଦିନ ଦୁଇଚକିଆ ଯାନର ବିଭିନ୍ନ ମଡେଲ ବଜାରକୁ ଆସୁଛି। ଇ-ବାଇକ୍‌ ହେଉ କିମ୍ବା ପେଟ୍ରୋଲଚାଳିତ, ପ୍ରତ୍ୟେକ ମଡେଲର ଆଦର ମଧ୍ୟ ବଢ଼ିବାରେ ଲାଗିଛି। ଯେତେ ନୂଆ, ସେତେ ପସନ୍ଦ, ହେଲେ ପୁରୁଣା ଗାଡ଼ି ସାଇତି ରଖିବା ଲୋକ ବହୁତ କମ୍‌। ଏମାନଙ୍କ ମଧ୍ୟରେ ମହାରାଷ୍ଟ୍ର ପୁଣେର ବିନିତ୍‌ କେଞ୍ଜାଲେ ଅନ୍ୟତମ। ସେ ପଞ୍ଚଗାନି-ମହାବଳେଶ୍ୱର ରାସ୍ତା କଡ଼ ଗାଁ ମେଟରୁଆଡ୍‌ରେ ଏକ ମ୍ୟୁଜିୟମ୍‌ ଖୋଲି ୫୦୦ରୁ ଊର୍ଦ୍ଧ୍ୱ ପୁରୁଣା ଗାଡ଼ି ରଖିଛନ୍ତି। ଏହା ଭାରତର ପ୍ରଥମ ପୁରୁଣା ଦୁଇଚକିଆ ଯାନ ମ୍ୟୁଜିୟମ୍‌। ଏଥିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ଗିର୍‌ନାର ସ୍କୁଟରଠାରୁ ଆରମ୍ଭ କରି ‘ବବି’ ବାଇକ୍‌ ଓ ୮୦ ଦଶକର ଦୁଇଚକିଆ ଯାନ ଆଦି ସ୍ଥାନ ପାଇଛି। ଏହା ବ୍ୟତୀତ ଜଓ୍ବାର ପ୍ରଥମ ମୋଫେଡ୍‌, ବ୍ରିଟିଶ୍‌ ସୈନ୍ୟ ବ୍ୟବହାର କରୁଥିବା ରୟାଲ ଏନ୍‌ଫିଲ୍ଡର ଫାଣ୍ଟାବୁଲୋସ, ଲାମ୍ବ୍ରେଟା-୫୯, ରାମୋନା-୧୯୬୦ ଆଦି ବାଇକ୍‌ ଆକର୍ଷଣର କେନ୍ଦ୍ର ପାଲଟିଛି। ବିନିତ୍‌ ୨୦୨୧ରେ ଏହି ମ୍ୟୁଜିୟମ୍‌ ଆରମ୍ଭ କରିଥିଲେ। ମାତ୍ର ଦୁଇ ବର୍ଷ ମଧ୍ୟରେ ୫୦୦ରୁ ଊର୍ଦ୍ଧ୍ୱ ପୁରୁଣା ବାଇକ୍‌ ଯୋଗାଡ଼ କରିବାରେ ସକ୍ଷମ ହେବା ତାଙ୍କ ପାଇଁ ବଡ଼ ଉପଲବ୍ଧି ବୋଲି କହନ୍ତି ୫୬ ବର୍ଷୀୟ ବିନିତ୍‌। ଏହି ମ୍ୟୁଜିୟମ୍‌କୁ ବହୁ ପର୍ଯ୍ୟଟକ ଆସୁଛନ୍ତି ଓ ସେମାନେ ପୁରୁଣା ଗାଡ଼ିକୁ ଦେଖି ପୁରୁଣା ଦିନର ସ୍ମୃତିକୁ ଉଜାଗର କରୁଛନ୍ତି। ମ୍ୟୁଜିୟମ ବୁଲି ଦେଖିବା ଲାଗି ପ୍ରବେଶ ଦେୟ ୧୦୦ ଟଙ୍କା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri