ଏଇ ଭାରତରେ

ଯୁବକମାନଙ୍କ ପାଇଁ ପୁଣେର ହର୍ଷବର୍ଦ୍ଧନ ପଟବର୍ଦ୍ଧନ ଏକ ଆଦର୍ଶ। ୩୧ ବର୍ଷୀୟ ହର୍ଷବର୍ଦ୍ଧନ ଏମ୍‌ବିଏରେ ଡିଗ୍ରୀ ହାସଲ କରିଛନ୍ତି। ସେ ତ୍ରୟଦଶ କିମ୍ବା ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ଆରମ୍ଭ ହୋଇଥିବା କୋହ୍ଲାପୁରୀ ଚପଲର ଲୋକପ୍ରିୟତା ବଢ଼ାଇବାରେ ସଫଳ ହୋଇଛନ୍ତି। ଚପଲ ତିଆରି କରିବାରେ ସେ ୨୦୧୫ରେ ମାତ୍ର ୫,୦୦୦ ଟଙ୍କା ନିବେଶ କରିଥିଲେ, ଯାହା ଏବେ ୯ କୋଟି ଟଙ୍କାରେ ପହଞ୍ଚତ୍ଲାଣି। ସେ ସେଥିରେ ପାରମ୍ପରିକ ପଦ୍ଧତିରେ ନୂଆ ଡିଜାଇନ୍‌ ଦେଉଛନ୍ତି ଓ ଏଥିପାଇଁ ହର୍ଷବର୍ଦ୍ଧନ କାନପୁର, ଆଗ୍ରା, ଚେନ୍ନାଇ ଯାଇ ସେଠାରୁ ଚପଲ ତିଆରି କୌଶଳ ଶିକ୍ଷା କରିଛନ୍ତି। ପ୍ରଥମେ ସେ ଚପଲ ତିଆରି କରି ସାଙ୍ଗମାନଙ୍କୁ ଦେଇଥିଲେ। ସେ ପୁଣେରେ ଏକ ଷ୍ଟଲ୍‌ ଖୋଲି ଦିନକରେ ୧୦୦ ଚପଲ ବିକ୍ରି କରିଥିଲେ। ପରେ ତାଙ୍କ ଚପଲର ଆଦର ବଢ଼ିବାରେ ଲାଗିଲା ଓ ଦିନକୁ ଦିନ ସେ ଅଧିକରୁ ଅଧିକ ଅର୍ଡର ପାଇବାକୁ ଲାଗିଲେ। ଏବେ ସେ ଚପଲ ତିଆରିରେ ୨୫ ଜଣ ଲୋକଙ୍କୁ ନିଯୁକ୍ତ କରିଛନ୍ତି ଓ ମାସକୁ ୧,୫୦୦ ଅର୍ଡର ପାଉଛନ୍ତି। ତାଙ୍କ ଚପଲର ମୂଲ୍ୟ ୨,୦୦୦ରୁ ଆରମ୍ଭ ହୋଇ ୫୦,୦୦୦ ଟଙ୍କା ଯାଏ ରହିଛି। କେବଳ ପୁଣେରେ ଏହି ଚପଲର ୩୫,୦୦୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା ସୃଷ୍ଟି କରିଛନ୍ତି। ଏହାବ୍ୟତୀତ ଦେଶର ପ୍ରାୟ ସବୁ ବଡ଼ ସହର ସମେତ ୟୁରୋପ ଓ ଆମେରିକା ଭଳି ୨୭ଟି ଦେଶରେ ତାଙ୍କ ଚପଲର ଚାହିଦା ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri