ଜଣେ ଗରିବ ମା’ର ଦିବ୍ୟାଙ୍ଗ ପିଲାଟିି ଅନିଲ ଜୋଶେଫଙ୍କୁ ପ୍ରଭାବିତ କରିଥିଲା। ପରେ ସେ ଗରିବ ଓ ଅସହାୟ ଦିବ୍ୟାଙ୍ଗ ପିଲାମାନଙ୍କ ସାହାରା ପାଲଟିଗଲେ। ସମୟକ୍ରମେ ଅନିଲ ଏକ ଆଶ୍ରୟସ୍ଥଳୀ ନିର୍ମାଣ କରି ସେଠାରେ ୭୫ ଜଣ ଦିବ୍ୟାଙ୍ଗ ଶିଶୁଙ୍କୁ ରଖି ସେମାନଙ୍କ ଲାଳନପାଳନ କରୁଛନ୍ତି। ଉକ୍ତ ଆଶ୍ରୟସ୍ଥଳୀର ନାମ ରଖିଛନ୍ତି ‘ଆଶ୍ରମ’। ପିଲାମାନଙ୍କ ଶିକ୍ଷା ଓ ଚିକିତ୍ସା ଖର୍ଚ୍ଚ ନିଜେ ହିଁ ବହନ କରୁଛନ୍ତି। ଏହି କାର୍ଯ୍ୟ କରିବା ଲାଗି ସେ ୨୦୦୨ରେ ସ୍ପେଶାଲ ଏଜୁକେଶନରେ ଡିପ୍ଲୋମା କରିବା ପରେ ‘ଦେବା ଇଣ୍ଟରନ୍ୟାଶନାଲ ସୋସାଇଟି’ ଗଠନ କରି ସେଠାରେ ବିଶେଷ ଶିକ୍ଷକ ଭାବେ କାମ ଆରମ୍ଭ କରିଥିଲେ। ପ୍ରଥମେ ସେ ଏକ ଭଡ଼ା ଘରେ ଦିବ୍ୟାଙ୍ଗ ଶିଶୁମାନଙ୍କୁ ରଖିଥିଲେ। ପରେ ଏହି ସେବା ସମ୍ବନ୍ଧରେ ଅନ୍ୟମାନେ ଜାଣିବା ପରେ ସହଯୋଗର ହାତ ବଢ଼ାଇଲେ। ଫଳରେ ଜଣକ ପରେ ଜଣେ ଦିବ୍ୟାଙ୍ଗ ପିଲା ତାଙ୍କ ପାଖକୁ ଆସିବାକୁ ଲାଗିଲେ। ଯେଉଁ ଗରିବ ପରିବାର ଦିବ୍ୟାଙ୍ଗ ପିଲାଙ୍କୁ ବୋଝ ଭାବି ଅନ୍ୟତ୍ର ଛାଡ଼ିଦେବା ଲାଗି ଚାହଁୁଛନ୍ତି ସେମାନଙ୍କଠାରୁ ସେଭଳି ପିଲାଙ୍କୁ ଆଣି ଅନିଲ ତାଙ୍କ ଆଶ୍ରମରେ ରଖୁଛନ୍ତି। ସେମାନଙ୍କଠାରେ ପରିବର୍ତ୍ତନ ଆସିିବା ପରେ ସେମାନଙ୍କୁ ଭୋକେଶନାଲ ଟ୍ରେନିଂ ବି ଦେଉଛନ୍ତି। ଏବେ ତାଙ୍କ ଆଶ୍ରମରେ ପିଲାମାନଙ୍କ ସେବା ଲାଗି ୧୮ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଡାକ୍ତର, ଫିଜିଓଥେରାପିଷ୍ଟ,ମନସ୍ତତ୍ତ୍ୱବିତ୍ ରହିଛନ୍ତି।
ଏଇ ଭାରତରେ
ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍ଏସ୍) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…
ଶବ୍ଦଘାତକର ଯୁଗଯନ୍ତ୍ରଣା
ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…
ପ୍ଲାଷ୍ଟିକମୟ ପୃଥିବୀ
ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…
ବିଦ୍ରୋହୀ ରାଜା
୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…
ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ
ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…
ପୁରୁଷ, ନାରୀ ଓ ସଭ୍ୟତା
ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…
ଚିତାରେ ସତୀ
ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…
ଏଇ ଭାରତରେ
ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…
Archives

