ଜଣେ ଗରିବ ମା’ର ଦିବ୍ୟାଙ୍ଗ ପିଲାଟିି ଅନିଲ ଜୋଶେଫଙ୍କୁ ପ୍ରଭାବିତ କରିଥିଲା। ପରେ ସେ ଗରିବ ଓ ଅସହାୟ ଦିବ୍ୟାଙ୍ଗ ପିଲାମାନଙ୍କ ସାହାରା ପାଲଟିଗଲେ। ସମୟକ୍ରମେ ଅନିଲ ଏକ ଆଶ୍ରୟସ୍ଥଳୀ ନିର୍ମାଣ କରି ସେଠାରେ ୭୫ ଜଣ ଦିବ୍ୟାଙ୍ଗ ଶିଶୁଙ୍କୁ ରଖି ସେମାନଙ୍କ ଲାଳନପାଳନ କରୁଛନ୍ତି। ଉକ୍ତ ଆଶ୍ରୟସ୍ଥଳୀର ନାମ ରଖିଛନ୍ତି ‘ଆଶ୍ରମ’। ପିଲାମାନଙ୍କ ଶିକ୍ଷା ଓ ଚିକିତ୍ସା ଖର୍ଚ୍ଚ ନିଜେ ହିଁ ବହନ କରୁଛନ୍ତି। ଏହି କାର୍ଯ୍ୟ କରିବା ଲାଗି ସେ ୨୦୦୨ରେ ସ୍ପେଶାଲ ଏଜୁକେଶନରେ ଡିପ୍ଲୋମା କରିବା ପରେ ‘ଦେବା ଇଣ୍ଟରନ୍ୟାଶନାଲ ସୋସାଇଟି’ ଗଠନ କରି ସେଠାରେ ବିଶେଷ ଶିକ୍ଷକ ଭାବେ କାମ ଆରମ୍ଭ କରିଥିଲେ। ପ୍ରଥମେ ସେ ଏକ ଭଡ଼ା ଘରେ ଦିବ୍ୟାଙ୍ଗ ଶିଶୁମାନଙ୍କୁ ରଖିଥିଲେ। ପରେ ଏହି ସେବା ସମ୍ବନ୍ଧରେ ଅନ୍ୟମାନେ ଜାଣିବା ପରେ ସହଯୋଗର ହାତ ବଢ଼ାଇଲେ। ଫଳରେ ଜଣକ ପରେ ଜଣେ ଦିବ୍ୟାଙ୍ଗ ପିଲା ତାଙ୍କ ପାଖକୁ ଆସିବାକୁ ଲାଗିଲେ। ଯେଉଁ ଗରିବ ପରିବାର ଦିବ୍ୟାଙ୍ଗ ପିଲାଙ୍କୁ ବୋଝ ଭାବି ଅନ୍ୟତ୍ର ଛାଡ଼ିଦେବା ଲାଗି ଚାହଁୁଛନ୍ତି ସେମାନଙ୍କଠାରୁ ସେଭଳି ପିଲାଙ୍କୁ ଆଣି ଅନିଲ ତାଙ୍କ ଆଶ୍ରମରେ ରଖୁଛନ୍ତି। ସେମାନଙ୍କଠାରେ ପରିବର୍ତ୍ତନ ଆସିିବା ପରେ ସେମାନଙ୍କୁ ଭୋକେଶନାଲ ଟ୍ରେନିଂ ବି ଦେଉଛନ୍ତି। ଏବେ ତାଙ୍କ ଆଶ୍ରମରେ ପିଲାମାନଙ୍କ ସେବା ଲାଗି ୧୮ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଡାକ୍ତର, ଫିଜିଓଥେରାପିଷ୍ଟ,ମନସ୍ତତ୍ତ୍ୱବିତ୍ ରହିଛନ୍ତି।
ଏଇ ଭାରତରେ
ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍ବିଏ ପାସ୍ କରିବା...
ଜୀବନର ଧାଁ ଦଉଡ଼
ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...
ଟଙ୍କାଖିଆ ମଣିଷ
ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...
ଦୁଇ ଦେଶ ଲୁଟୁଛନ୍ତି
ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...
ଏଇ ଭାରତରେ
ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍ ନ ନେଇ ପଲିଥିନରେ ପରିବା...
ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ
ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...
ଗାନ୍ଧୀ ନୂଅଁାଖାଇ
ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...
ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ
ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...
Archives


