ଏଇ ଭାରତରେ

ଶସ୍ୟ ଖୁଣ୍ଟା ପୋଡ଼ିଜନିତ ବାୟୁପ୍ରଦୂଷଣ ରୋକିବା ଲାଗି ବେଙ୍ଗାଲୁରୁର ସୁହାସ ବକ୍ସି ଓ ଅଶ୍ୱିନୀ ସାଭେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୨୦୨୦ରେ ‘ବାୟୋଫୁଏଲ ସର୍କଲ’ ଷ୍ଟାର୍ଟଅପ୍‌ ଗଠନ କରି କୃଷକମାନଙ୍କୁ ଶସ୍ୟବର୍ଜ୍ୟ ବିକ୍ରି କରିବାରେ ସାହାଯ୍ୟ କରିଆସୁଛନ୍ତି। ଏହା ଏକ ଅନ୍‌ଲାଇନ ମାର୍କେଟ ପ୍ଲେସ, ଯାହା ଗ୍ରାମାଞ୍ଚଳ କୃଷକଙ୍କୁ ଜୈବ ଇନ୍ଧନ, ଜୈବ ଖତ ଓ ଜୈବଗ୍ୟାସ୍‌ ଉପତ୍ାଦକଙ୍କ ସହ ସିଧା ଯୋଡ଼ିବାରେ ସହାୟକ ହୋଇଛି। ଏହି ଷ୍ଟାର୍ଟଅପ୍‌ ଦ୍ୱାରା ସୁହାସ ଓ ଅଶ୍ୱିନୀ ୧୫୦୦ କୃଷକଙ୍କୁ ଆର୍ଥିକ ଲାଭ ଦେଉଛନ୍ତି। କୃଷକମାନେ ସେମାନଙ୍କ ମଧ୍ୟରେ କୃଷକ ଉପତ୍ାଦକ ସଂଘ ଗଠନ କରି ଶସ୍ୟ ଅବଶେଷାଂଶ ସଂଗ୍ରହ କରି ତାହାକୁ ବିକ୍ରି କରୁଛନ୍ତି। ପାଖାପାଖି ୨ ଏକର ଜମି ଥିବା କୃଷକଟିଏ ଶସ୍ୟ ଅବଶେଷାଂଶ ବିକ୍ରି କରି ବର୍ଷକୁ ୧୦,୦୦୦ରୁ ୧୫,୦୦୦ ଟଙ୍କା ରୋଜଗାର କରିପାରୁଛନ୍ତି। ଏହି ଷ୍ଟାର୍ଟଅପ ପ୍ରଥମେ ମହାରାଷ୍ଟ୍ରରେ କାର୍ଯ୍ୟ ଆରମ୍ଭ କରିବା ପରେ ଏହାକୁ ଗୁଜରାଟ ଓ ତାମିଲନାଡ଼ୁକୁ ସମ୍ପ୍ରସାରିତ କରାଯାଇଛି ଓ ୨୦୨୧ରେ ୨୫,୦୦୦ ମେଟ୍ରିକ ଟନ୍‌ ଶସ୍ୟ ଅବଶେଷାଂଶ ସଂଗ୍ରହ ହୋଇଛି। ଏହା ଖୁବ୍‌ ଶୀଘ୍ର ଅନ୍ୟ ରାଜ୍ୟଗୁଡ଼ିକରେ ଆରମ୍ଭ କରାଯିବ ବୋଲି କହିଛନ୍ତି ସୁହାସ।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri