ଏଇ ଭାରତରେ

ସହରରେ ରହି ୬ ବର୍ଷ ହେବ ପାଣି ବାବଦରେ ଟଙ୍କାଟିଏ ଖର୍ଚ୍ଚ ନ କରିବା କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବେଙ୍ଗାଲୁରର ସମ୍ପଥ ଏସ୍‌.ଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ସେ ଛାତ ଉପରୁ ବର୍ଷାଜଳ ସଂରକ୍ଷଣ କରି ତାହାକୁ ଘରର ସବୁ କାମରେ ଉପଯୋଗ କରୁଛନ୍ତି। ତାଙ୍କ ବୟସ ଏବେ ୬୬। ସେ ବ୍ୟାଙ୍କରେ ଚାକିରି କରି ଅବସର ନେଇଛନ୍ତି। ତାଙ୍କ ଘର ପାଖରେ ମାଟି ତଳେ ଏକ ପାଣି ଟାଙ୍କି କରି ସେଥିରେ ୪୦,୦୦୦ ଲିଟର ବର୍ଷାଜଳ ସଞ୍ଚୟ କରି ରଖୁଛନ୍ତି। ପରେ ତାହାକୁ ଫିଲଟର କରି ପିଇବା ସହ ଅନ୍ୟ ସମସ୍ତ କାର୍ଯ୍ୟରେ ଲଗାଉଛନ୍ତି। ବର୍ଷାଜଳ ସଂରକ୍ଷଣ ସହ ଏହାର ଫିଲଟର ସିଷ୍ଟମ ବା ପଦ୍ଧତି ସମ୍ପର୍କରେ ଇଣ୍ଟରନେଟରୁ ଶିଖି ତାହାକୁ ଉପଯୋଗ କରିଛନ୍ତି। ପାରମ୍ପରିକ ପଦ୍ଧତିରେ ପାଣି ଫିଲ୍‌ଟର କରୁଛନ୍ତି। ସୂତା ଓ ନାଇଲନ କପଡ଼ାରେ ଫିଲ୍‌ଟର ପ୍ରସ୍ତୁତ କରିଛନ୍ତି ସମ୍ପଥ। ଫିଲ୍‌ଟର ପଦ୍ଧତିରେ ସେ ୨୦ ଲିଟର ରଙ୍ଗ ବାଲଟିସବୁ ବ୍ୟବହାର କରିଛନ୍ତି। ଏହାକୁ ପିଭିସି ପାଇପ୍‌ ଦ୍ୱାରା ସଂଯୋଗ କରି ତ୍ରିସ୍ତରୀୟ ଫିଲଟର ସିଷ୍ଟମ କରିଛନ୍ତି। ବର୍ଷା ସମୟରେ ସେ ୧୫ ମିନିଟ ଛାତ ପାଣିକୁ ସକ୍‌ପିଟକୁ ଛାଡିଦିଅନ୍ତି। ଏହାପରେ ପାଣିକୁ ଫିଲଟର ସିଷ୍ଟମକୁ ଛାଡିଥାନ୍ତି। ପୂରା ସିଷ୍ଟମ ଲାଗି ସେ ୨୦,୦୦୦ ଟଙ୍କା ଖର୍ଚ୍ଚ କରିଛନ୍ତି। ସମ୍ପଥଙ୍କର ଏହି ଫିଲଟର ସିଷ୍ଟମକୁ ଅନ୍ୟମାନେ ଘରେ ଲଗାଇବା ସହ ପାଣି ବାବଦରେ ଖର୍ଚ୍ଚକାଟ କରିବାରେ ସକ୍ଷମ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri