ଏଇ ଭାରତରେ

ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ରାଜ୍ୟଗୁଡ଼ିକରେ ଧାନ କିମ୍ବା ଗହମ ଅମଳ ପରେ କୃଷକମାନେ ଖୁଣ୍ଟା ପୋଡ଼ିଦିଅନ୍ତି। ଏହାଦ୍ୱାରା ଦିଲ୍ଲୀ ସମେତ ଉତ୍ତର ଭାରତର ବହୁ ସହରରେ ବାୟୁର ମାନ ହ୍ରାସ ପାଇବା ଦ୍ୱାରା ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜୁଛି। ଖୁଣ୍ଟା ପୋଡ଼ି ରୋକି ଏଭଳି ସମସ୍ୟା ଦୂର କରିବାରେ ନୂଆ ବାଟ ଦେଖାଇଛନ୍ତି ଚଣ୍ଡିଗଡ଼ର ତିନି ବନ୍ଧୁ ବୀରେନ୍ଦ୍ର ସିଂ, ନୀତୀନ କୁମାର ସାଲୁଜା ଏବଂ ବିଳାସ ଚିକ୍କରା। କୃଷକ ପରିବାରରେ ଜନ୍ମିତ ଏହି ତିନିବନ୍ଧୁ ଏକ ମେଶିନ ନିର୍ମାଣ କରିଛନ୍ତି; ଯାହା ଶସ୍ୟ ଖୁଣ୍ଟାକୁ ପାଉଡର କରିପାରୁଛି ଓ ଏହାକୁ ଇଟାତିଆରିରେ ବ୍ୟବହାର କରାଯାଉଛି। କେବଳ ଏତିକି ନୁହେଁ ଏହି ପାଉଡରରୁ ବାୟୋଫୁଏଲ ମଧ୍ୟ ପ୍ରସ୍ତୁତ କରାଯାଉଛି। ୨୦୧୮ରେ ସେମାନେ ଜିଏଫ୍‌ଟି ଟେକ୍ନୋଲୋଜି ଷ୍ଟାର୍ଟଅପ୍‌ ଗଠନ କରି ତା’ ଦ୍ୱାରା ନିର୍ମାଣ କରିଥିବା ମେଶିନର ନାମ ରଖିଛନ୍ତି ‘ମୋକ୍ଷ’ । ଏହାକୁ ଏକ ଟ୍ରାକ୍ଟରରେ ଖଞ୍ଜାଯିବା ପରେ ଏହା ବିଲରୁ ଖୁଣ୍ଟା ସଂଗ୍ରହ କରି ପାଉଡର କରିଦେଉଛି । ୪୦ ମିନିଟରେ ଏହା ୧ ଏକର ଜମରୁ ଖୁଣ୍ଟା ସଫା କରିଦେଉଛି। ଫଳରେ ଚାଷୀମାନଙ୍କର ଜମି ସଫା କରିବା ବ୍ୟୟ କମ୍‌ ହେବା ସହ ପରିବେଶ ମଧ୍ୟ ସୁସ୍ଥ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri