ଏଇ ଭାରତରେ

ପରିବାର ଅଣଦେଖା କରୁଥିବା ମାନସିକ ଓ ଶାରୀରିକ ଦିବ୍ୟାଙ୍ଗମାନଙ୍କ ଅଶାବାଡ଼ି ପାଲଟିଛନ୍ତି ଉତ୍ତରପ୍ରଦେଶର ୩୮ ବର୍ଷୀୟ ଅନିଲ ଜୋଶେଫ। ସେ ଏଭଳି ପିଲାମାନଙ୍କ ପାଇଁ ଖାଦ୍ୟ, ବସ୍ତ୍ର, ଚିକିତ୍ସା ଆଦିର ସମସ୍ତ ବ୍ୟବସ୍ଥା କରୁଛନ୍ତି। ଅନିଲ ଏକ ଏନ୍‌ଜିଓରେ କାମ କରୁଥିବା ସମୟରେ ଜଣେ ଦିବ୍ୟାଙ୍ଗ ସନ୍ତାନର ଜନନୀଙ୍କୁ ଭେଟିଥିଲେ। ଏଭଳି ଶିଶୁ ଲାଗି ତାଙ୍କୁ ତାଙ୍କ ସ୍ବାମୀ ବାହାର କରିଦେବାକୁ ଧମକ ଦେଇଥିବା ଜାଣିବା ପରେ ଅନିଲ ପିଲାଟିକୁ ସାହାରା ହୋଇଥିଲେ ଓ ନିଜ ଘରେ ଆଣି ରଖିଥିଲେ। ପରେ ଆଉ କେତେଜଣ ମା’ ସେମାନଙ୍କ ଦିବ୍ୟାଙ୍ଗ ସନ୍ତାନଙ୍କୁ ଆଣି ଅନିଲଙ୍କ ଘରେ ପହଞ୍ଚତ୍ଥିଲେ। ସେମାନଙ୍କୁ ନେଇ ତାଙ୍କ ପାଖରେ ଦିବ୍ୟାଙ୍ଗ ଶିଶୁଙ୍କ ସଂଖ୍ୟା ୩ରେ ପହଞ୍ଚତ୍ଲା। ଏମାନେ ଥିଲେ ବିଶାଲ, ଦେବୀ ଓ ଓମ୍‌ ଏବଂ ଏମାନଙ୍କ ବୟସ ଏବେ ୨୦ ପାଖାପାଖି ହୋଇଗଲାଣି। ଅନିଲଙ୍କ ପାଖରେ ଦିବ୍ୟାଙ୍ଗ ପିଲାଙ୍କ ସଂଖ୍ୟା ଏବେ ୭୨ରୁ ଅଧିକ ହୋଇଗଲେଣି। ଏମାନଙ୍କ ଯତ୍ନ ନେବା ଲାଗି ସେ ‘ଇଣ୍ଟିଗ୍ରେଟେଡ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ରିହାବିିଲିଟେଶନ ଫର୍‌ ଡିଜାବିଲିଟି’ ସଂସ୍ଥା ଗଢ଼ିଛନ୍ତି। ଆଗ୍ରା ନିକଟରେ ଏକ ସେଲଟର ହୋମ୍‌ ‘ଆଶ୍ରୟ’ ନିର୍ମାଣ କରି ଏହି ପିଲାମାନଙ୍କୁ ରଖିଛନ୍ତି। ସମସ୍ତ କାର୍ଯ୍ୟ ପାଇଁ ସେ ରୋଷେୟା, ହେଲ୍‌ପର, ଡ୍ରାଇଭରଙ୍କ ସମେତ ୧୫ ଜଣ କର୍ମଚାରୀ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri