ଏଇ ଭାରତରେ

ବହୁ ସମୟରେ ତୃଣମୂଳ ସ୍ତରରେ ଲୋକେ ବୈଜ୍ଞାନିକଙ୍କ ଭଳି କିଛି ଉଦ୍ଭାବନ କରନ୍ତି, ଯାହା ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ। ଏଭଳି ପରିଚୟ ଆଣିପାରିଛନ୍ତି ତାମିଲନାଡ଼ୁର ଚାଷୀ ପି.ଏମ୍‌. ମୁରୁଗେସାନ। ସେ ଏକ ମେଶିନ ଉଦ୍ଭାବନ କରିଛନ୍ତି, ଯେଉଁଥିରେ କଦଳୀ ବର୍ଜ୍ୟରୁ ଦଉଡ଼ି ତିଆରି କରି ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ସେ ଅଧାରୁ ପାଠ ଛାଡ଼ି ଚାଷରେ ତାଙ୍କ ବାପାଙ୍କୁ ସାହାଯ୍ୟ କରିବା ସମୟରେ କିଛି ନୂତନତ୍ୱ ଆଣିବା ଲାଗି ଚିନ୍ତା କରିଥିଲେ। ସେତେବେଳେ ସେ ଅନେକ ଟନ୍‌ କଦଳୀ ବର୍ଜ୍ୟ ପୋଡ଼ି ଦେଉଥିଲେ। ଏଣୁ ଏହାର ସଦୁପଯୋଗ କରିବା ଲାଗି ଚିନ୍ତା କରି ସେଥିରୁ ଦଉଡ଼ି ତିଆରି କରିବାର ଯୋଜନା ଆରମ୍ଭ କରିଥିଲେ ୨୦୦୮ରେ। ପରେ ୧.୫ ଲକ୍ଷ ଟଙ୍କା ବ୍ୟୟରେ ଏକ ମେଶିନ ନିର୍ମାଣ କରି ତାହାକୁ ପାଣ୍ଟେଟ କରିଥିଲେ। ଏବେ ଗୋଟିଏ ମେଶିନ୍‌ରେ ଦିନକୁ ୧୫ ହଜାର ମିଟର ଦଉଡ଼ି ତିଆରି ହୋଇପାରୁଛି। ଅଧିକ ମେଶିନ ନିର୍ମାଣ କରି ଏବେ ଉକ୍ତ କାର୍ଯ୍ୟରେ ୩୫୦ ଜଣ ଲୋକଙ୍କୁ ନିଯୁକ୍ତ କରିଛନ୍ତି। ମଦୁରାଇରେ ପ୍ରତିଷ୍ଠା କରିଥିବା ଏମ୍‌ଏସ୍‌ ରୋପ୍ସ ପ୍ରଡକ୍‌ସନ ସେଣ୍ଟର କରି ବର୍ଷକୁ ପାଖାପାଖି ୫୦୦ ଟନ୍‌ କଦଳୀ ବର୍ଜ୍ୟ ପ୍ରୋସେସିଂ କରି ସେଥିରୁ ୧.୫ କୋଟି ଟଙ୍କା ରୋଜଗାର କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri