ବାଲ୍ୟ ବିବାହ କରିବା ପରେ ବାଲ୍ୟ ବିଧବା ପାଲଟିଯାଇଥିବା ଜଣେ ଝିଅ ନିଜର ଇଚ୍ଛାଶକ୍ତି ଓ ନିଷ୍ଠା ବଳରେ କିପରି ସଶକ୍ତ ହୋଇ ସମାଜସେବା କରିପାରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ପିଥୋରଗଡ଼ ଗାଁରେ ଜନ୍ମିତ ବାସନ୍ତୀ ଦେବୀ ୧୨ବର୍ଷ ବୟସରେ ବାଲ୍ୟ ବିବାହ କରିଥିଲେ। ଦୁଇବର୍ଷ ପରେ ସେ ସ୍ବାମୀଙ୍କୁ ହରାଇ ଅସହାୟ ହୋଇଯାଇଥିଲେ। ପରେ ତାଙ୍କୁ କୌସାନି ସ୍ଥିତ ଲକ୍ଷ୍ମୀ ଆଶ୍ରମକୁ ପଠାଇ ଦିଆଗଲା। ସେଠାରେ ସେ ପୁନର୍ବାର ତାଙ୍କ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ପଢ଼ିବା ସମୟରେ ସେ କୋଷି ନଦୀ ବିପଦରେ ଥିବା ବିଷୟ ଜାଣିବାକୁ ପାଇଥିଲେ। ଏହାର ଅବବାହିକାରେ ବ୍ୟାପକ ଜଙ୍ଗଲ ଧ୍ୱଂସ ହେବା ଯୋଗୁ ଏଭଳି ବିପଦ ଉପୁଜିବାରେ ଲାଗିଥିଲା। ଏହାକୁ ଲକ୍ଷ୍ୟକରି ବାସନ୍ତୀ ଆଖପାଖ ଗାଁକୁ ଯାଇ ମହିଳାମାନଙ୍କୁ କୋଷି ନଦୀ ସୁରକ୍ଷା ସମ୍ପର୍କରେ ଅବଗତ କରିବା ସହ ସେମାନଙ୍କୁ ତାଙ୍କ ଅଭିଯାନରେ ସାମିଲ କରିଥିଲେ। ତାଙ୍କ ଅଭିଯାନର ନାମ ‘ସେଭ୍ କୋଷି ମୁଭ୍ମେଣ୍ଟ’। ଏହି ଅଭିଯାନକୁ ଏବେ ୨୦ ବର୍ଷ ପୂରିଗଲାଣି। ଇତିମଧ୍ୟରେ ସେ ୨୦୦ ଗାଁରୁ ଅନେକ ଶହ ମହିଳାଙ୍କୁ ଏକାଠି କରି କୋଷି ନଦୀ ଅବବାହିକାରେ ଗଛର ସୁରକ୍ଷା କରିବା ସହ ବୃକ୍ଷରୋପଣ କରୁଛନ୍ତି। ଏଥିପାଇଁ ତାଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି।
ଏଇ ଭାରତରେ
ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…
ଧନ୍ୟ ସେ ଉପାସନା
କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…
ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର
ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…
ଗୋଲ୍ଡି ମାନିଲେ
କାନାଡାରେ ଜୁନ୍ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଭାରତକୁ…
ଏଇ ଭାରତରେ
ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…
ଚାଲ ଦୁଷ୍ଟାମି କରିବା
ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…
ଶାସକ, ଶାସନ ଓ ସଭ୍ୟତା
ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…
ବିଚାରପତି ଭଗବାନ୍ ନୁହନ୍ତି
ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…
Archives

