ଏଇ ଭାରତରେ

ମଧ୍ୟପ୍ରଦେଶର ମେହୁଲ ଶ୍ରଫ୍‌ କଦଳୀ ବାହୁଙ୍ଗା ଓ ଗଣ୍ଡିରୁ ପ୍ରାକୃତିକ ତନ୍ତୁ ପ୍ରସ୍ତୁତକରି ସେଥିରୁ ପରିବେଶ ଉପଯୋଗୀ ସାମଗ୍ରୀ ତିଆରି କରୁଛନ୍ତି। ଏହାକୁ ବିକ୍ରିକରି ଅନେକ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ଯୋଗୁ ବହୁ କୃଷକ ମଧ୍ୟ ଲାଭବାନ୍‌ ହେଉଛନ୍ତି। ବୁରହାନପୁର ଜିଲାରେ ୧୬,୦୦୦ ହେକ୍ଟର ଜମିରେ କଦଳୀ ଚାଷ ହେଉଛି। କୃଷକମାନେ କଦଳୀ କାଟିନେବା ପରେ ଜମିରୁ ବହୁଙ୍ଗା ଓ ଗଣ୍ଡି ସଫାକରିବା ପାଇଁ ଖର୍ଚ୍ଚାନ୍ତ ହୁଅନ୍ତି। ଏହାକୁ ଲକ୍ଷ୍ୟ କରି ଏମ୍‌ବିଏ ଡିଗ୍ରୀ ହାସଲ କରିବା ପରେ ୨୦୧୮ରେ ମେହୁଲ ଏକ ଷ୍ଟାର୍ଟଅପ୍‌ ଗଠନକରି ପ୍ରତିଦିନ ୫୦ରୁ ୧୦୦ କୃଷକଙ୍କଠାରୁ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ମାସକୁ ପାଖାପାଖି ୫ଟନ୍‌ ବର୍ଜ୍ୟର ଉପଯୋଗ କରୁଛନ୍ତି। ସେଥିରୁ ପ୍ରାକୃତିକ ତନ୍ତୁ ବାହାରକରି ବିଭିନ୍ନ ହସ୍ତକଳା, ପୋଷାକ ଏବଂ କାଗଜ ତିଆରି କରାଯାଉଛି। ଉତ୍ପାଦଗୁଡ଼ିକର ମୂଲ୍ୟ ୧୦୦ରୁ ଆରମ୍ଭ କରି ୨,୦୦୦ ଟଙ୍କାରେ ବିକ୍ରି ହେଉଛି। ଏଥିରୁ ପ୍ରସ୍ତୁତ ଯୋଗ ମ୍ୟାଟ୍‌ର ବିଶେଷ ଆଦର ରହିଛି। ହସ୍ତକଳା ଲାଗି ସେ ୪୦ଜଣ ମହିଳାଙ୍କୁ ନିଯୁକ୍ତ କରିଛନ୍ତି। କେବଳ ଏତିକି ନୁହେଁ, ସେ ମଧ୍ୟ କଦଳୀଗଛ ବର୍ଜ୍ୟରୁ ଏକ ପ୍ରକାର ଜୈବିକ ଦ୍ରବଣ ପ୍ରସ୍ତୁତ କରୁଛନ୍ତି; ଯାହା ମାଟିର ଉର୍ବରତା ବୃଦ୍ଧି କରୁଛି। ନବସାରୀ ଏଗ୍ରିକଲଚର ୟୁନିଭର୍ସିଟି ଦ୍ୱାରା ଏହାର ପରୀକ୍ଷା କରାଯାଇ ବ୍ୟବହାର ଲାଗି ସବୁଜ ସଙ୍କେତ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri