ଏଇ ଭାରତରେ

ମଧ୍ୟପ୍ରଦେଶର ମେହୁଲ ଶ୍ରଫ୍‌ କଦଳୀ ବାହୁଙ୍ଗା ଓ ଗଣ୍ଡିରୁ ପ୍ରାକୃତିକ ତନ୍ତୁ ପ୍ରସ୍ତୁତକରି ସେଥିରୁ ପରିବେଶ ଉପଯୋଗୀ ସାମଗ୍ରୀ ତିଆରି କରୁଛନ୍ତି। ଏହାକୁ ବିକ୍ରିକରି ଅନେକ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ଯୋଗୁ ବହୁ କୃଷକ ମଧ୍ୟ ଲାଭବାନ୍‌ ହେଉଛନ୍ତି। ବୁରହାନପୁର ଜିଲାରେ ୧୬,୦୦୦ ହେକ୍ଟର ଜମିରେ କଦଳୀ ଚାଷ ହେଉଛି। କୃଷକମାନେ କଦଳୀ କାଟିନେବା ପରେ ଜମିରୁ ବହୁଙ୍ଗା ଓ ଗଣ୍ଡି ସଫାକରିବା ପାଇଁ ଖର୍ଚ୍ଚାନ୍ତ ହୁଅନ୍ତି। ଏହାକୁ ଲକ୍ଷ୍ୟ କରି ଏମ୍‌ବିଏ ଡିଗ୍ରୀ ହାସଲ କରିବା ପରେ ୨୦୧୮ରେ ମେହୁଲ ଏକ ଷ୍ଟାର୍ଟଅପ୍‌ ଗଠନକରି ପ୍ରତିଦିନ ୫୦ରୁ ୧୦୦ କୃଷକଙ୍କଠାରୁ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ମାସକୁ ପାଖାପାଖି ୫ଟନ୍‌ ବର୍ଜ୍ୟର ଉପଯୋଗ କରୁଛନ୍ତି। ସେଥିରୁ ପ୍ରାକୃତିକ ତନ୍ତୁ ବାହାରକରି ବିଭିନ୍ନ ହସ୍ତକଳା, ପୋଷାକ ଏବଂ କାଗଜ ତିଆରି କରାଯାଉଛି। ଉତ୍ପାଦଗୁଡ଼ିକର ମୂଲ୍ୟ ୧୦୦ରୁ ଆରମ୍ଭ କରି ୨,୦୦୦ ଟଙ୍କାରେ ବିକ୍ରି ହେଉଛି। ଏଥିରୁ ପ୍ରସ୍ତୁତ ଯୋଗ ମ୍ୟାଟ୍‌ର ବିଶେଷ ଆଦର ରହିଛି। ହସ୍ତକଳା ଲାଗି ସେ ୪୦ଜଣ ମହିଳାଙ୍କୁ ନିଯୁକ୍ତ କରିଛନ୍ତି। କେବଳ ଏତିକି ନୁହେଁ, ସେ ମଧ୍ୟ କଦଳୀଗଛ ବର୍ଜ୍ୟରୁ ଏକ ପ୍ରକାର ଜୈବିକ ଦ୍ରବଣ ପ୍ରସ୍ତୁତ କରୁଛନ୍ତି; ଯାହା ମାଟିର ଉର୍ବରତା ବୃଦ୍ଧି କରୁଛି। ନବସାରୀ ଏଗ୍ରିକଲଚର ୟୁନିଭର୍ସିଟି ଦ୍ୱାରା ଏହାର ପରୀକ୍ଷା କରାଯାଇ ବ୍ୟବହାର ଲାଗି ସବୁଜ ସଙ୍କେତ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri