ଏଇ ଭାରତରେ

ଯାନବାହନ ଚଳାଚଳ, ଶିଳ୍ପ ବିକାଶ ସହ ଆମ ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁ ଅଧିକ ଧୂଆଁ ଓ ସବୁଜଗୃହ ବାଷ୍ପ ନିର୍ଗମନ ବୃଦ୍ଧିପାଉଛି । ଫଳରେ ବାୟୁମଣ୍ଡଳ ଉତ୍ତପ୍ତ ହେବା ସହ ପ୍ରଦୂଷଣ ମଧ୍ୟ ବଢିଚାଲିଛି। ବାୟୁ ପ୍ରଦୂଷଣର ଭୟଙ୍କର ସ୍ଥିତି ଦେଖିବାକୁ ମିିଳିଛି ଦିଲ୍ଲୀ ସମେତ ଉତ୍ତର ଭାରତର ବହୁ ସହରରେ। ବିଶେଷ କରି ହରିୟାଣା, ପଞ୍ଜାବ ଓ ଉତ୍ତରପ୍ରଦେଶରେ କୃଷକମାନେ ଖୁଣ୍ଟା ପୋଡ଼ି ପ୍ରଦୂଷଣକୁ ଭୟଙ୍କର ସ୍ତରକୁ ନେଇଯାଉଛନ୍ତି। ଏଭଳି ସ୍ଥିତିରେ ଖୁଣ୍ଟା ପୋଡ଼ି ରୋକିବା ଲାଗି ଦିଲ୍ଲୀର ବିକାଶ ଆବ୍ରାହମଙ୍କ ବ୍ୟକ୍ତିଗତ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ସେ ୧୯୯୮ରେ ଅର୍ବାନ ଫାର୍ମର୍ସ କର୍ପୋରେଶନ ଗଠନ କରି ତାଙ୍କ ଟିମ୍‌ ସହାୟତାରେ ୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକଙ୍କୁ ସାହାଯ୍ୟ କରି ବର୍ଷକୁ ୭୦୦୦ ମେଟ୍ରିକ ଟନ୍‌ ଓଜନର ନଡ଼ା ପୋଡ଼ି ରୋକିପାରିଛନ୍ତି। ଏହି ଫାଉଣ୍ଡେଶନ ଏବେ ୧୭ଟି ରାଜ୍ୟରେ କାମ କରୁଛି। କୃଷକମାନଙ୍କଠାରୁ ଖୁଣ୍ଟା ଅବଶେଷାଂଶ ସଂଗ୍ରହ କରି ତାହାକୁ ଖତ କରାଯାଉଛି। ଏବେ ସୁଦ୍ଧା ଉକ୍ତ କମ୍ପାନୀ ୭,୦୦୦ ମେଟ୍ରିକ୍‌ ଟନ୍‌ ଖତ ପ୍ରସ୍ତୁତ କରି ଚାଷୀମାନଙ୍କୁ ଯୋଗାଇ ଦେଇଛି। ଖୁଣ୍ଟା ପୋଡ଼ି ରୋକିବା ଦ୍ୱାରା ୧,୫୦୦ ମେଟ୍ରିକ ଟନ୍‌ କାର୍ବନ ଡାଇଅକ୍ସାଇଡ ନିର୍ଗମନ କମିଯାଇଛି ବୋଲି କହନ୍ତି ଆବ୍ରାହମ। ସେ ମଧ୍ୟ ସେହି କୃଷକମାନଙ୍କୁ ଜୈବିକ ଚାଷ ଲାଗି ପ୍ରେରିତ କରିପାରିଛନ୍ତି। ସେମାନେ ଦୈନିକ ୧୦ରୁ ୧୨ ଟନ୍‌ ପରିବା ଦିଲ୍ଲୀ ମାର୍କେଟକୁ ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri