ଏଇ ଭାରତରେ

ଭାରତରେ ଜନ୍ମିତ ଅନେକ ବ୍ୟକ୍ତି ନିଜ ଦେଶରେ ବଢ଼ି, ପଢ଼ି ବିଦେଶରେ ପ୍ରତିଷ୍ଠିତ ହେବା ପରେ ଜନ୍ମମାଟିକୁ ଅଣଦେଖା କରିବା ଦେଖାଯାଏ। କିନ୍ତୁ ମହାରାଷ୍ଟ୍ରର ଦତ୍ତ ପାଟିଲ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। ସେ ଜଳ ସଙ୍କଟ ଜିଲା ଲାଟୁରର ହଲଗରା ଗାଁରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଉଚ୍ଚଶିକ୍ଷା ଲାଭକରି ଆମେରିକାରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ। କିନ୍ତୁ ପ୍ରତିବର୍ଷ ଥରେ ସେ ଗାଁକୁ ଆସୁଛନ୍ତି ଓ ଜଳସଙ୍କଟ ଦୂର କରିବା ଅଭିଯାନ ବି ଆରମ୍ଭ କରୁଛନ୍ତି। ଦତ୍ତ ତାଙ୍କ ଗାଁ ଓ ଆଖପାଖ ଅଞ୍ଚଳରେ ଜଳ ସଙ୍କଟ ଦୂର କରିବା ଲାଗି ଜଳାଶୟ ଖୋଳି ଭୂତଳ ଜଳସ୍ତର ବୃଦ୍ଧି କରିବା ସହ ଲୋକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରୁଛନ୍ତି। ଏହା ବ୍ୟତୀତ ସେ ୨୦ କିମି ପରିତ୍ୟକ୍ତ କେନାଲରୁ ମଇଳା ସଫା କରିବା ସହ ୨୦ଟି ରିଚାର୍ଜ ଓ୍ବେଲ୍‌ ଓ ୨୬ଟି ଚେକ୍‌ଡ୍ୟାମ୍‌ ନିର୍ମାଣ କରିଛନ୍ତି। ଏ ବାବଦରେ ଦତ୍ତ ନିଜ ପକେଟରୁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ଏହା ବ୍ୟତୀତ ସେ ଆମେରିକାରେ ତାଙ୍କ ସହକର୍ମୀଙ୍କୁ ଜଳ ସଙ୍କଟ ସମ୍ପର୍କରେ ଅବଗତ କରି ପାଣ୍ଠି ଯୋଗାଡ଼ କରିବା ସହ ଭାରତରେ ବି ତାଙ୍କ ସାଥୀମାନଙ୍କୁ ଆର୍ଥିକ ସହଯୋଗ କରିବାକୁ ପ୍ରେରିତ କରିଛନ୍ତି। ଏବେ ଅଧିକ ପାଣ୍ଠି ଯୋଗାଡ଼ କରି ସେ ଆହୁରି ଅଧିକ ଗାଁରେ ଜଳସଙ୍କଟ ଦୂର କରିବା ପାଇଁ ଯୋଜନା କରିଛନ୍ତି। ତେବେ ତାଙ୍କ ଉଦ୍ୟମରେ ହଲଗରା ଗାଁରେ ଏବେ ୨୦୦ କୋଟି ଲିଟର ଜଳ ଷ୍ଟୋର କରି ଏକ ଆଦର୍ଶ ଗାଁରେ ପରିଣତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri