ଏଇ ଭାରତରେ

ଜୀବନରେ ବହୁ ସଂଘର୍ଷକୁ ସାମ୍ନା କରି ଅନେକଙ୍କ ଜୀବନରେଖା ପାଲଟିଛନ୍ତି ପ୍ରସେନ୍‌ଜିତ ମଣ୍ଡଳ। ସେ ‘ସୁନ୍ଦରବନ ଫାଉଣ୍ଡେଶନ’ ଗଢ଼ି ସୁଦରବନର ବାଲି ଦ୍ୱୀପରେ ଲୋକମାନଙ୍କ ଜୀବନର ଆଶାବାଡ଼ି ପାଲଟିଛନ୍ତି। ସୁନ୍ଦରବନରେ ରହି ତାଙ୍କ ପରିବାର ଜୀବିକା ପାଇଁ ବହୁ କଷ୍ଟ ସହିଛନ୍ତି ଓ ତାଙ୍କ ଜୀବନ ମଧ୍ୟ ଅଭାବରେ କଟିଥିଲା। ପ୍ରସେନ୍‌ଜିତ୍‌ ସ୍କୁଲ ଶିକ୍ଷା ଶେଷ କରି ଉଚ୍ଚଶିକ୍ଷା ଲାଭ କରିବାକୁ କୋଲକାତାକୁ ଯାଇଥିଲେ। ଏହି ସମୟରେ ସେ ବିଭିନ୍ନ ଜାଗାରେ କାମ କରି ପଢ଼ା ଖର୍ଚ୍ଚ ପୂରଣ କରିବା ସହ ଘର ଚଳିବା ଲାଗି ଟଙ୍କା ପଠାଉଥିଲେ। ପରେ ସେ ସ୍ନାତକୋତ୍ତର ଡିଗ୍ରୀ ଓ କମ୍ପ୍ୟୁଟର ଶିକ୍ଷା ଶେଷ କରି ବାଲି ଦ୍ୱୀପରେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ଘରକୁ ଫେରି ଆସିଥିଲେ ୨୦୧୬ରେ। ପରେ ସୁନ୍ଦରବନ ଫାଉଣ୍ଡେଶନ ଗଠନ କରି ଲୋକମାନଙ୍କୁ ଜୀବିକା ଯୋଗାଇବା ସହ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି। ବର୍ଷକୁ ପାଖାପାଖି ୬୦୦ ଲୋକ ସ୍ବାସ୍ଥ୍ୟସେବା ପାଇପାରୁଛନ୍ତି। ଏକ ପ୍ରି ପ୍ରାଇମେରୀ ସ୍କୁଲ ଖୋଲିଛନ୍ତି; ଯେଉଁଥିରେ ୬୦ ପିଲା ପଢୁଛନ୍ତି। ସେ ୧ ଲକ୍ଷରୁ ଊର୍ଦ୍ଧ୍ୱ ମାନ୍‌ଗ୍ରୋଭ୍‌ ଗଛ ରୋପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଏଇ ଭାରତରେ

ଉତ୍ତମ ଟେରୋନ ଜଣେ ଶିକ୍ଷକ। ରହନ୍ତି ଆସାମର ଏକ ଛୋଟ ଗାଁରେ। ତାଙ୍କୁ ବୟସ ଏବେ ୪୭ ବର୍ଷ। ସେ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଗଁାରେ…

ବସାଘର

ମଣିଷ, ଜୀବଜଗତ ଖାଦ୍ୟ ଓ ବାସସ୍ଥାନ ଆବଶ୍ୟକ କରିଥାନ୍ତି। ଆଦିମ ସଭ୍ୟତାରେ ମଣିଷ ଯାହା ପାଇଲା ତାହା ଖାଉଥିଲା ଓ ଯେଉଁଠି ପାରୁଥିଲା ସେଇଠି ବିଶ୍ରାମ ନେଉଥିଲା।…

ଖଣି ଆଇନ ସଂଶୋଧନର ପ୍ରଭାବ

ଯନ୍ତରମନ୍ତରରେ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ଅତ୍ୟାଚାରକୁ ନେଇ ସଂସଦର ଗତ ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଚାଲିଥିବା ବେଳେ କେନ୍ଦ୍ର ସରକାର ‘ଖଣି ଓ ଖଣିଜ (ବିକାଶ ଏବଂ…

ଭେନେଜୁଏଲା ତୈଳ

ଭନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮ ମାସ ତଳେ ଆମେରିକା ସେନା ଉଠାଇ ନେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri