Advertisement

ଏଇ ଭାରତରେ

ଛତୁଚାଷରେ ୯୦୦୦ ମହଳିାଙ୍କୁ ନିୟୋଜିତ କରି ସେମାନଙ୍କୁ ଏକ ନୂଆ ପରିଚୟ ଦେଇଛନ୍ତି ପଶ୍ଚିମବଙ୍ଗର ଦମ୍ପତି ଅନିର୍ବାଣ ଓ ପୌଲମୀ ନନ୍ଦି। ସିଲିଗୁଡ଼ି ଓ ଜଲ୍‌ପାଇଗୁଡ଼ି ଜିଲାର ୩୨ରୁ ଊର୍ଦ୍ଧ୍ୱ ଗାଁର ଏହି ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସେମାନେ ୨୦୧୯ରେ ‘ଲିଭିଂ ଲାଇଫ୍‌ ହାପିଲି’ ଏନ୍‌ିଜିଓ ପ୍ରତିଷ୍ଠା କରି ତା’ଦ୍ୱାରା ଏହି କାର୍ଯ୍ୟ କରୁଛନ୍ତି। ଏହି ଦମ୍ପତି ରହୁଛନ୍ତି ସିଲିଗୁଡ଼ି ସହରରେ। ଆଇଆଇଟି ଖଡଗ୍‌ପୁରରେ ୨୦୧୬ରେ ଅନିର୍ବାଣ ଗ୍ରମୀଣ ବିକାଶ ଉପରେ ପିଏଚ୍‌ଡି କରୁଥିବା ସମୟରେ ଇକୋନୋମିକ୍ସ ଛାତ୍ରୀ ଥିଲେ ପୌଲମୀ। ସେମାନେ ପ୍ରୋଜେକ୍ଟ କାର୍ଯ୍ୟରେ ସିଲିଗୁଡ଼ି ଯିବା ସମୟରେ ସେଠାକାର ମହିଳାମାନଙ୍କୁ ରୋଜଗାର ଦେବା ଲଗି ଏଭଳି ପଦକ୍ଷେପ ନେଇଥିଲେ। ପିଲାମାନଙ୍କୁ ପଢ଼ାଇବା ଲାଗି ଉକ୍ତ ଦମ୍ପତି ମୋବାଇଲ ଲାଇବ୍ରେରି ଆରମ୍ଭ କର ଗାଁ ଗାଁ ବୁଲି ପିଲାମାନଙ୍କୁ ମାଗଣାରେ ବହି ଯୋଗାଉଛନ୍ତି। ଏବେ ଲାଇବ୍ରେରିରେ ୯,୦୦୦ ବହି ଅଛି ଓ ପାଖାପାଖି ୭୦୦୦ ପିଲା ଏଥିରୁ ଉପକୃତ ହେଉଛନ୍ତି। ସେମାନେ ୧୦ ଟଙ୍କା ଦେୟରେ ବି ପିଲାମାନଙ୍କୁ ଟିଉଶନ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟରେ ଆଇଆଇଟି ଓ ଶାନ୍ତି ନିକେତନ ଭଳି କଲେଜରୁ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପିଲା ସ୍ବେଚ୍ଛାସେବୀ ଭାବେ କାମ କରୁଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହରରେ ଦେଶକୁ ଅକ୍ସିଜେନ ଅଭାବର ସାମ୍ନା କରିବାକୁ ପଡ଼ିଛି। ତେବେ ସରକାରୀ ସ୍ତରରେ ଏହି ସଙ୍କଟ ଦୂର କରିବା ଲାଗି ପଦକ୍ଷେପ...

ଇଲେକ୍ଟୋରାଲ ବଣ୍ଡ୍‌ର ଅସଲ କଥା

ଶ୍ରୀଗିରିଶ ଜଲିହାଲ, ପୁନମ୍‌ ଅଗ୍ରଓ୍ବାଲ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ କମ୍ପାନୀ ଏବଂ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଦତ୍ତ ଗୋପନୀୟ ରାଜନୈତିକ ପାଣ୍ଠି ଭାରତର ୨୮୦୦ ରାଜନୈତିକ ଦଳ...

ଏଇ ଭାରତରେ

କୋରିଓଗ୍ରାଫର ବିନୟ ଶର୍ମାଙ୍କ ସମର୍ପିତ ଜୀବନ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା। ସେ ନିର୍ଦ୍ଦେଶନା ଛାଡ଼ି ବସ୍ତି ପିଲାମାନଙ୍କୁ ମାଗଣାରେ ଡ୍ୟାନ୍ସ ଶିକ୍ଷା ଦେଉଛନ୍ତି। ବିନୟଙ୍କ...

ଗାଁ ସହରର ଜନାଦେଶ

ଅନିଲ କୁମାର ବିଶ୍ୱାଳ ରାଜ୍ୟରେ ଦୁଇ ମାସ ଧରି ଚାଲୁଥିବା ଗଣତାନ୍ତ୍ରିକ ବ୍ୟବସ୍ଥାର ସବୁଠାରୁ ତୃଣମୂଳ ସ୍ତରର ଅଥଚ ବହୁ ଗୁରୁତ୍ୱ ବହନ କରୁଥିବା ପଞ୍ଚାୟତ...

ଏଇ ଭାରତରେ

ପୁଣେର ସିଷ୍ଟେମା ବାୟୋ ଷ୍ଟାର୍ଟଅପ୍‌ ବାୟୋଡାଇଜେଷ୍ଟର ମାଧ୍ୟମରେ କୃଷକମାନଙ୍କୁ ଜାଳେଣି ଗ୍ୟାସ ଯୋଗାଇ ଦେବା ସହ ପରିବେଶ ସୁରକ୍ଷାରେ ପ୍ରମୁଖ ଭୂମିକା ନେଉଛି। ଏହି ଅଭିଯାନରେ...

ସମ୍ପାଦକୀୟ/ ଅରୁଚିକର

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯ରେ ବାକ୍‌ ସ୍ବାଧୀନତା ବିଷୟରେ ଉଲ୍ଲେଖ କରାଯାଇଛି। ଜଣେ ବ୍ୟକ୍ତି ବିନା ଭୟରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିପାରିବେ। କିନ୍ତୁ ନିର୍ଦ୍ଦିଷ୍ଟ...

ଲଦାଖର ତତ୍ତ୍ୱାବଧାରକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଜମ୍ମୁ ଓ କଶ୍ମୀରରେ ଲାଗୁ ହୋଇଆସିଥିବା ସମ୍ବିଧାନର ୩୭୦ ଧାରାକୁ କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଉଚ୍ଛେଦ କରିଥିଲେ। ଏଥିସହିତ...

ଯୁଦ୍ଧରେ ହାରନ୍ତି ଜନତା

ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ ଆଜି ଛାର୍‌ଖାର୍‌। ଅନେକ ଲୋକ ମୃତାହତ ହେଲେଣି। କେବଳ ସାମରିକସ୍ଥଳୀ ନୁହେଁ, ଅନେକ ସର୍ବସାଧାରଣ ସ୍ଥାନରେ ରୁଷିଆ ବୋମାମାଡ଼ କରୁଥିବାର ସୂଚନା...

Advertisement
Archives

Model This Week