ଏଇ ଭାରତରେ

ସେବା ଆଗରେ ଧନସମ୍ପତ୍ତି ତୁଚ୍ଛ, ଯାହା ପ୍ରମାଣ କରିଛନ୍ତି କେରଳ କୋଟ୍ଟାୟାମର କରୁସେରିଲ ଏନ୍‌ ଥନ୍‌କଆମ୍ମା ।
ତାଙ୍କୁ ଏବେ ବୟସ ୮୯। ଥନକ୍‌ଆମ୍ମା ଥାମ୍ପଲାକଡର ଏନଏସ୍‌ଏସ୍‌ ଅପର ପ୍ରାଇମେରୀ ସ୍କୁଲରେ ହିନ୍ଦୀ ଶିକ୍ଷୟିତ୍ରୀ ଥିଲେ। ଅବସର ନେବା ପରେ ବିଭିନ୍ନ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ଏବେ ତାଙ୍କ ପୁରୁଣା ପୈତୃକ ଗୃହକୁ ବୟସ୍କ ମହିଳାମାନଙ୍କ ସେବା ଲାଗି ଛାଡ଼ି ଦେଇଛନ୍ତି। ଏହି ସେବା ଗୃହର ନାମ ରଖିଛନ୍ତି ମାନଭୋଦ୍ୟା ପାକଲ୍‌ଭେଦୁ। ୨୦୧୭ରେ ଏହାକୁ ପଞ୍ଜୀକରଣ କରି ସେବା କାର୍ଯ୍ୟ ଆରମ୍ଭ କରିଥିଲେ। ମୋଟରେ ଏବେ ତାଙ୍କ ପାଖରେ ୩୦ ଜଣ ବୟସ୍କା ମହିଳା ରହୁଛନ୍ତି। ସମସ୍ତଙ୍କ ବୟସ ୬୦ରୁ ଊର୍ଦ୍ଧ୍ୱ। ତାଙ୍କ ଘରେ କିଛି ମହିଳା କର୍ମଚାରୀ ମହମବତୀ, ଧୂପକାଠି, କାଗଜ ବ୍ୟାଗ, ଡିଟରଜେଣ୍ଟ ଆଦି ପ୍ରସ୍ତୁତ କରୁଛନ୍ତି ଓ ଏହି ବୟସ୍କା ମହିଳାମାନେ ସେଗୁଡ଼ିକୁ ପ୍ୟାକିଂ କରୁଛନ୍ତି। ସେମାନଙ୍କୁ ସହଯୋଗ କରିବାରେ ଦୁଇ ଜଣ ଯୁବତୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଏହି କାର୍ଯ୍ୟରେ ଥନକ୍‌ଆମ୍ମା ପେନ୍‌ସନ ଅର୍ଥ ଖର୍ଚ୍ଚ କରିବା ସହ ତାଙ୍କ ସନ୍ତାନମାନେ ବି ଆର୍ଥିକ ସହଯୋଗ କରୁଛନ୍ତି। ସେ ଏହି ଗୃହରେ ଏକ କମ୍ପ୍ୟୁଟର ସେଣ୍ଟର ଖୋଲି ମାଗଣାରେ ଶିକ୍ଷା ଦେଉଛନ୍ତି ଓ ଏହି କାର୍ଯ୍ୟରେ ଦୁଇଜଣ ଇନ୍‌ଷ୍ଟ୍ରକଟରଙ୍କୁ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri