ଏଇ ଭାରତରେ

ସମ୍ପ୍ରତି ଆମେ ପ୍ରାୟତଃ ସ୍ମାର୍ଟଫୋନ ପାଇଁ ଲୋକଙ୍କ ମଧ୍ୟରେ ଥିବା ପାଗଳାମି ଖବର ଶୁଣିଥାଉ। କିନ୍ତୁ ପଶ୍ଚିମବଙ୍ଗରେ ଯାହା ଘଟିଛି ସେଥିରେ ଯେକୌଣସି ଲୋକ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଜଣେ ୧୬ ବର୍ଷ ବୟସ୍କା ନାବାଳିକା ନିଜର ରକ୍ତ ବିକ୍ରି କରି ସ୍ମାର୍ଟଫୋନ କିିଣିବା ଲାଗି ବାଲୁରଘାଟ ଜିଲା ଡାକ୍ତରଖାନାର ବ୍ଲଡ୍‌ ବ୍ୟାଙ୍କରେ ପହଞ୍ଚିଥିଲେ। ନାବାଳିକାଙ୍କ ବାପା ପରିବା ବିକ୍ରି କରନ୍ତି ଓ ମା’ ଗୃହିଣୀ। ସମ୍ପର୍କୀୟଙ୍କ ମୋବାଇଲରୁ ସେ ୯ ହଜାର ଟଙ୍କାର ସ୍ମାର୍ଟଫୋନ୍‌ ଲାଗି ଅର୍ଡର କରିବା ପରେ ସେହି ଟଙ୍କା ଯୋଗାଡ଼ କରିବା ସକାଶେ ଏଭଳି ପଦକ୍ଷେପ ନେଇଥିଲେ। ସେ ପଢ଼ିବାକୁ ଯିବା ବାହାନାରେ ଘରୁ ବାହାରି ଡାକ୍ତରଖାନାରେ ପହଞ୍ଚତ୍ଥିଲେ। ସେ ରକ୍ତ ସଂଗ୍ରହ କରିବାକୁ ଆସିଥିବା ପ୍ରଥମେ ଅନୁମାନ କରାଯାଉଥିଲା, କିନ୍ତୁ ତାଙ୍କ ସହିତ କିଛି ସମୟ କଥା ହେବା ପରେ ଜଣାପଡ଼ିଥିଲା ଯେ, ସେ ସ୍ମାର୍ଟଫୋନ କିଣିବା ଲାଗି ରକ୍ତ ବିକ୍ରି କରିବାକୁ ଚାହଁୁଛନ୍ତି। ବ୍ଲଡ୍‌ ବ୍ୟାଙ୍କର ଅଧିକାରୀମାନେ ଏହା ଜାଣିବା ମାତ୍ରେ ଚାଇଲ୍ଡ ଲାଇନକୁ ଏ ସମ୍ପର୍କରେ ଜଣାଇଥିଲେ। ପରେ ତାଙ୍କୁ ଜିଲା ଶିଶୁ କଲ୍ୟାଣ କମିଟି ମାଧ୍ୟମରେ ତାଙ୍କ ମାତାପିତାଙ୍କ ନିକଟକୁ ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri