ଏଇ ଭାରତରେ

ପରିବେଶ ସହନୀୟ ସବୁଜ ବିବାହ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଅଶ୍ୱିନୀ ମାଲଓ୍ବାଡେ ଏବଂ ନୂପୁର ଅଗ୍ରଓ୍ବାଲ। କେବଳ ଏତିକି ନୁହେଁ ଉଭୟ ଏଥିପାଇଁ ୨୦୨୦ରେ ଗ୍ରୀନ୍‌ ମୈନା ବା ସବୁଜ ସାରୀ ଅଭିଯାନ ଆରମ୍ଭ କରି ସବୁଜ ବିବାହ ଲାଗି ଲୋକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ମୁମ୍ବାଇର ଭରଶୋଭା ବିଚ୍‌ ସଫା କରିବା ସମୟରେ ଅଶ୍ୱିନୀ ଓ ନୂପୁର ପରସ୍ପରକୁ ଭେଟିଥିଲେ। ପରେ ସମାନ ବିଚାରଧାରା ସେମାନଙ୍କୁ ନିକଟତର କରିଥିଲା ଓ ସବୁଜ ବିବାହ ଲାଗି ନିଷ୍ପତ୍ତି ନେଇ ଯୋଜନା ମୁତାବକ ସେମାନେ ପୁଣେରେ ବିବାହ କରିଥିଲେ। ପୁନଃ ବ୍ୟବହାର କରିହେବା ଭଳି ସାମଗ୍ରୀଗୁଡ଼ିକୁ ସେଠାରେ ବ୍ୟବହାର କରାଯିବା ସହ ବ୍ୟବହୃତ ଫୁଲକୁ ଖତ କରାଯାଇଥିଲା। ଦୁହେଁ ପରିବେଶ ଉପଯୋଗୀ ପୋଷାକ ପିନ୍ଧି ବିଦ୍ୟୁତ୍‌ଚାଳିତ କାର୍‌ରେ ବିବାହ ସ୍ଥଳରେ ପହଞ୍ଚିଥିଲେ। ଭୋଜିରେ କୌଣସି ଖାଦ୍ୟ ନଷ୍ଟ କରାଯାଇ ନ ଥିଲା। ବଳକା ଖାଦ୍ୟକୁ ଅସହାୟଙ୍କୁ ବାଣ୍ଟି ଦିଆଯାଇଥିଲା। ବର ଓ କନ୍ୟା ସବୁଜ ବାର୍ତ୍ତା ଦେବା ଲାଗି ବିବାହରେ ଯୋଗ ଦେଇଥିବା ଅତିଥିଙ୍କ ପାଇଁ ୪ଟି ଗଛ ରୋପଣ କରିଥିଲେ। ଉଭୟେ ମଧ୍ୟ ଅତିଥିମାନଙ୍କୁ ଉପହାର କାଗଜ ବ୍ୟାଗ୍‌ରେ ଦେଇଥିଲେ। ଏବେ ସୁଦ୍ଧା ସେମାନେ ଏହି ଧାରାରେ ବହୁ ସବୁଜ ବିବାହ କରାଇ ୩୦୦ ବୃକ୍ଷ ରୋପଣ କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri