ଏଇ ଭାରତରେ

ଭୋକିଲାଙ୍କ ପେଟ ଭରୁଛନ୍ତି ମୁମ୍ବାଇର ଟ୍ରାନ୍ସଜେଣ୍ଡରମାନେ। ଏହି ସମୁଦାୟର ୫,୦୦୦ ଜଣ ଏକାଠି ଏକ କମ୍ୟୁନିଟି କିଚେନ କରି ଭୋକିଲାମାନଙ୍କୁ ୧ଟଙ୍କାରେ ଜଳଖିଆ ଓ ୧୦ ଟଙ୍କାରେ ମଧ୍ୟାହ୍ନଭୋଜନ ଯୋଗାଇ ଦେଉଛନ୍ତି। ମୁମ୍ବାଇ କଲ୍ୟାଣ ରେଲଓ୍ବେ ଷ୍ଟେଶନ ନିକଟରେ ସେମାନେ ଲୋକଙ୍କୁ ଖାଦ୍ୟ ଦେବାର ବ୍ୟବସ୍ଥା କରିଛନ୍ତି। ସେମାନେ ଖ୍ବାହିଶ ଫାଉଣ୍ଡେଶନ ଗଠନ କରି ତା ’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ପ୍ରଥମେ ପୁନମ୍‌ ଆମ୍ମା ଏହି ସଂସ୍ଥା ଆରମ୍ଭ କରିଥିଲେ ଓ ପରେ ଅନ୍ୟମାନେ ଏହା ସହ ସାମିଲ ହୋଇଛନ୍ତି। ଏବେ ରୋଷେଇ କାର୍ଯ୍ୟରେ ୧୫ ଜଣ କର୍ମଚାରୀ ରହିଛନ୍ତି। ଲୋକମାନେ ଧାଡ଼ିରେ ରହି ଖାଦ୍ୟ ନେଉଛନ୍ତି। ଏହା ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏ ଚାଲୁଛି। ପ୍ରତିଦିନ ୮୦୦ରୁ ଊର୍ଦ୍ଧ୍ୱ ଲୋକ ଖାଉଛନ୍ତି। ଖାଦ୍ୟ ବାବଦରେ ଖର୍ଚ୍ଚ ଭରଣା କରିବା ଲାଗି ପାଖାପାଖି ୩୦୦ ଟ୍ରାନ୍ସଜେଣ୍ଡର ଦୈନିକ ୨୦୦ ଟଙ୍କା ଦେଉଛନ୍ତି, ଆଉ ଯାହା ଆବଶ୍ୟକ ତାହା ଦାନରୁ ପୂରଣ କରାଯାଉଛି। ଏହି ଦାନ କେବଳ ରାଶନ ଆକାରରେ ଗ୍ରହଣ କରାଯାଉଛି। କମ୍ୟୁନିଟି କିଚେନକୁ ଥାଣେ ଜିଲାପାଳ ରାଜେଶ ନର୍ଭେକର ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri