ଏଇ ଭାରତରେ

ବିନା ମାଟିରେ, କେବଳ ପାଣିରେ ଚାଷ(ହାଇଡ୍ରୋପୋନିକ୍ସ) କରିବା ଲାଗି ୫୦୦୦ କୃଷକଙ୍କୁ ସାହାଯ୍ୟ କରି ଏକ ଉଦାହରଣ ପାଲଟିଛନ୍ତି ଗୌରବ ନାରଙ୍ଗ। ସେ ଆଇଆଇଏମ୍‌ କୋଲ୍‌କାତାରୁ ଡିଗ୍ରୀ ହାସଲ କରିବା ପରେ ପ୍ରଥମେ ଫାର୍ମା ସେକ୍ଟରରେ କାର୍ଯ୍ୟ କରୁଥିଲେ। ୨୦୧୭ରେ ତାହାକୁ ଛାଡ଼ି ସେ ଓ ତାଙ୍କ ସ୍ତ୍ରୀ ‘ସିଟି ଗ୍ରୀନ୍‌’ ଷ୍ଟାର୍ଟଅପ୍‌ ଗଠନ କରି ତା’ ମାଧ୍ୟମରେ ହାଇଡ୍ରୋପୋନିକ୍ସ ଚାଷକୁ ସମ୍ପ୍ରସାରିତ କରୁଛନ୍ତି। ଉକ୍ତ କାର୍ଯ୍ୟରେ ୨୦୨୦ରେ କୋଲ୍‌କାତା ଆଇଆଇଏମ୍‌ରୁ ଡିଗ୍ରୀ ହାସଲ କରିଥିବା ରାହୁଲ ଇଣ୍ଡୋରକର ମଧ୍ୟ ଯୋଗଦେଇଥିଲେ। ନାରଙ୍ଗ ଓ ତାଙ୍କ ଟିମ୍‌ କୃଷକମାନଙ୍କୁ ଟେକ୍ନୋଲୋଜି ସହାୟତାଠାରୁ ଆରମ୍ଭ କରି ଫାର୍ମ ପ୍ରତିଷ୍ଠା ଯାଏ ସହଯୋଗ କରୁଛନ୍ତି। ନ୍ୟୁଟ୍ରିଣ୍ଟ, ଲାଇଟ୍‌ ଏବଂ ଅନ୍ୟ ସମସ୍ତ ଆବଶ୍ୟକତା ପୂରଣ କରୁଛି ସିଟି ଗ୍ରୀନ୍‌। ଏହାଦ୍ୱାରା କୃଷକମାନେ ଉପତ୍ାଦନକୁ ୧୨ ଗୁଣ ବୃଦ୍ଧି କରିବାକୁ ସକ୍ଷମ ହୋଇପାରିଛନ୍ତି। କୃଷକମାନଙ୍କ ଉପତ୍ାଦର ମାର୍କେଟିଂ ପାଇଁ ସବୁପ୍ରକାର ବ୍ୟବସ୍ଥା ମଧ୍ୟ କରୁଛନ୍ତି। ବିଗତ ଦୁଇ ବର୍ଷ ମଧ୍ୟରେ ଭାରତର ବିଭିନ୍ନ ସହରରେ ୨୫ରୁ ଊର୍ଦ୍ଧ୍ୱ ଫାର୍ମ କରାଯାଇପାରିଛି। ଏହା ବ୍ୟତୀତ ଆଲମୋରା, ହରିଦ୍ୱାର, ଅହମ୍ମଦାବାଦ, ବରୋଦା, କୋଏମ୍ବାଟୁର, ହାଇଦ୍ରାବାଦ ଆଦି ସହରରେ ଇନ୍‌ଡୋର ଭର୍ଟିକାଲ ହାଇଡ୍ରୋପୋନିକ୍ସ ଫାର୍ମ ବି ପ୍ରତିଷ୍ଠା କରାଯାଇଛି। ସିଟି ଗ୍ରୀନ୍‌ର ଏଭଳି ଅଭିଯାନକୁ ଲକ୍ଷ୍ୟ କରି ସରକାର ୬୫ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri