ଏଇ ଭାରତରେ

ବିହାର ବକ୍ସରର ହରି ଓମ୍‌ ଚୌବେ ସାପକାମୁଡ଼ାକୁ ନେଇ ରହିଥିବା ଅନ୍ଧବିଶ୍ୱାସ ଦୂର କରିବାରେ ଲାଗିଛନ୍ତି। ଈଶ୍ୱର ସନ୍ତୁଷ୍ଟ ନ ହେଲେ ସାପ କାମୁଡନ୍ତି ବୋଲି ଉକ୍ତ ଅଞ୍ଚଳରେ ଅନ୍ଧବିଶ୍ୱାସ ରହିଛି। ଏଣୁ କାହାକୁ ସାପ କାମୁଡ଼ିଲେ ସେମାନେ ପ୍ରାଥମିକ ଚିକିତ୍ସାରୁ ବିରତ ରହିବା ଦ୍ୱାରା ବହୁ ଲୋକଙ୍କ ମୃତ୍ୟୁ ଘଟିଥାଏ। ଏଭଳି ଅନ୍ଧବିଶ୍ୱାସ ଦୂର କରିବା ଏବଂ ସାପକାମୁଡ଼ାଜନିତ ମୃତ୍ୟୁ ରୋକିବା ଲାଗି ଚୌବେ ସାପ ଉଦ୍ଧାର କାର୍ଯ୍ୟ କରିବା ସହ ଲୋକମାନଙ୍କୁ ସଚେତନ କରୁଛନ୍ତି। ଏଯାବତ୍‌ ସେ ୩୦୦୦ ସାପ ଉଦ୍ଧାର କରିସାରିଲେଣି। ତାଙ୍କ ଦାଦାଙ୍କଠାରୁ ପାଇଥିବା ‘ସ୍ନେକ୍ସ ଅଫ୍‌ ଇଣ୍ଡିଆ’ ପୁସ୍ତକ ପଢ଼ି ସେ ବିଷଧର ସାପ ଉଦ୍ଧାର ପଦ୍ଧତି ଶିକ୍ଷା କରିଥିଲେ। ଏହି ଜ୍ଞାନ ଏବେ ତାଙ୍କୁ ସହଯୋଗ କରୁଛି। କେବଳ ଏତିକି ନୁହେଁ, ସେ ଚୁରାମନପୁରରେ ଏକ ପ୍ରାଣୀ ଉଦ୍ଧାର କେନ୍ଦ୍ର ଖୋଲିଛନ୍ତି। ୧୫୨ ପ୍ରାଣୀଙ୍କୁ ଉଦ୍ଧାର କରି ସେଠାରେ ରଖିଛନ୍ତି। ପ୍ରତିଦିନ କୁକୁର, ମାଙ୍କଡ଼, ବିଲେଇ, ସାପ ଆଦି ଉଦ୍ଧାର କରିବା ଲାଗି ପାଖାପାଖି ୨୫ କଲ୍‌ ପାଉଛନ୍ତି। ସାପ ଉଦ୍ଧାର କରି ଯାହା ରୋଜଗାର କରୁଛନ୍ତି ତାହାକୁ ଏହି କେନ୍ଦ୍ରରେ ଖର୍ଚ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri