ଏଇ ଭାରତରେ

ଆଗ୍ରାର ଐତିହାସିକ ରାମଲୀଳାରେ ହିନ୍ଦୁ-ମୁସଲମାନ ଏକତାର ବାର୍ତ୍ତା ଉଦାହରଣ ସୃଷ୍ଟି କରୁଛି। ଆଗ୍ରାରେ ରାବଣ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମୂର୍ତ୍ତିଗୁଡ଼ିକ ମଥୁରାର କୋସିକଳାର ମୁସଲମାନ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଏଥର ଆଗ୍ରା ଦୁର୍ଗ ନିକଟ ରାମଲୀଳା ମୈଦାନରେ ୧୦୦ ଫୁଟର ରାବଣ ମୂର୍ତ୍ତି ତିଆରି ଚାଲିଛି। ୨୫ ଦିନ ଧରି ୫ କାରିଗର ମୂର୍ତ୍ତି ତିଆରିରେ ନିୟୋଜିତ ଅଛନ୍ତି। ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କ ମୂର୍ତ୍ତି ପାଇଁ ୨୦,୦୦୫ ବାଉଁଶ, ଏକ କୁଇଣ୍ଟାଲ କାଗଜ ସହିତ ୫୦ କିଲୋଗ୍ରାମ ସୂତା ଏବଂ ଅନ୍ୟାନ୍ୟ ଜିନିଷ ଲାଗିବ। ଶ୍ରୀ ରାମଲୀଲା କମିଟିର ଉପାଧ୍ୟକ୍ଷ ଆନନ୍ଦ ମଙ୍ଗଲ କହିଛନ୍ତି, ଏଠାରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଦଶହରାରେ ପାରସ୍ପରିକ ସହଯୋଗରେ ଉତ୍ସବକୁ ପାଳନ କରିଥାନ୍ତି। ମଥୁରାର କୋସି ନିବାସୀ ଜାଫର ଅଲି କୁହନ୍ତି, ପୂର୍ବରୁ ଆମ ପିତୃପୁରୁଷ ରାବଣ ଓ କୁମ୍ଭକର୍ଣ୍ଣଙ୍କ ମୂର୍ତ୍ତି ତିଆରି କରୁଥିଲେ। ଆମେ ପ୍ରାୟ ୧୩୫ ବର୍ଷ ଧରି ପିଢ଼ି ପରେ ପିଢ଼ି ଏହା କରୁଛୁ। ବର୍ଷା ଲାଗି ରହିଛି, ତେଣୁ ମୂର୍ତ୍ତି ତିଆରି କରିବାରେ ସମସ୍ୟା ହେଉଛି। ଏପଟେ ଦଶହରା ମଧ୍ୟ ପାଖେଇ ଆସୁଛି। ଶୀଘ୍ର ଆମେ ଅଧିକ କାରିଗର ଯୋଗାଡ଼ କରି ଧାର୍ଯ୍ୟ ଦିନ ପୂର୍ବରୁ କାମ ଶେଷ କରିବୁ। ଆମ ପାଇଁ ଉଭୟ ହିନ୍ଦୁ ଏବଂ ମୁସଲମାନ ଧର୍ମ ସମାନ। ଯେପରି ଆମ ପାଇଁ ଆଲ୍ଲା ଅଛନ୍ତିି, ସେହିପରି ଆମ ପାଇଁ ରାମ ମଧ୍ୟ ଅଛନ୍ତି। କାରଣ ଏଠାରେ କାମ କରି ଆମେ ରୋଜଗାର ପାଇଥାଉ, ଯେଉଁ କାରଣରୁ ଆମ ଘରର ଚୁଲି ଜଳେ। ତେଣୁ ଏହା ଆମ ପାଇଁ ଭାଇଚାରା ଛଡ଼ା ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri