ଏଇ ଭାରତରେ

ଅନେକ ସମୟରେ ତୃଣମୂଳ ସ୍ତରରେ ଜଣଙ୍କ ଅଭିନବ ଉପାୟ ଅନେକଙ୍କ ପାଇଁ ଲାଭଦାୟକ ହୋଇଥାଏ, ଯାହା କରିଛନ୍ତି ମହାରାଷ୍ଟ୍ରର ଜଗନ ପ୍ରହଲ୍ଲାଦ ବଗଡ଼େ। ସେ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବରୁ ଫସଲକୁ ରକ୍ଷା କରିବା ଲାଗି କଣ୍ଟାଜାତୀୟ ଗଛରେ ଜୈବ ବାଡ଼ କରିବା ସହ ଅନ୍ୟମାନଙ୍କୁ ଏଥିଲାଗି ପ୍ରୋତ୍ସାହିତ କରୁଛନ୍ତି। ଏଣୁ ତାଙ୍କୁ ଲୋକେ ‘କାକ୍‌ଟସ ମ୍ୟାନ୍‌’ ବୋଲି କହୁଛନ୍ତି। ଏହି ବାଡ଼ ପରିବେଶ ଉପଯୋଗୀ ଏବଂ କମ୍‌ ଖର୍ଚ୍ଚରେ ହୋଇପାରୁଛି। ଅକୋଲା ଜିଲା ଖପାରଓ୍ବାଡ଼ି ବୁଡ୍ରୁକ ଗାଁରେ ୩୦ ଏକର ପରିମିତ ଫାର୍ମରେ ନାଗଫେଣୀ ବଂଶର କଣ୍ଟାଗଛରେ ୧୨ ଫୁଟର ବାଡ଼ କରିଛନ୍ତି। ଏଥିପାଇଁ ତାଙ୍କୁ ୭ ବର୍ଷ ସମୟ ଲାଗିଯାଇଛି। ଏହି ଜୈବ ବାଡ଼କୁ ଜୀବନ୍ତ ବାଡ଼ ମଧ୍ୟ କୁହାଯାଉଛି। ଉକ୍ତ ବାଡ଼ କରିବା ସମୟରେ ଲୋକେ ତାଙ୍କୁ ପାଗଳ ବୋଲି କହୁଥିଲେ। ହେଲେ ତାଙ୍କ ପଦ୍ଧତିକୁ ଏବେ ଶହ ଶହ ଚାଷୀ ଆପଣାଇଛନ୍ତି। କେବଳ ଏତିକି ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ତାଙ୍କ ଦ୍ୱାରା କରାଯାଇଥିବା ଜୈବ ବାଡ଼କୁ ଦେଖିବାକୁ ଆସୁଛନ୍ତି ଓ ବାଡ଼ ସମ୍ପର୍କରେ ଶିକ୍ଷା ଗ୍ରହଣ କରିବା ସହ ମାଗଣାରେ କାକ୍‌ଟସ କଟିଂ ନେଇଯାଉଛନ୍ତି। ଜୈବ ବାଡ଼ କରି ଚାଷୀମାନେ ତାରବାଡ଼ କରିବାରେ ହେଉଥିବା ଅତ୍ୟଧିକ ବ୍ୟୟରୁ ମୁକ୍ତ ହୋଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri