ଏଇ ଭାରତରେ

ଚା ଦୋକାନରୁ ଘିକୁଆଁରୀ ଉତ୍ପାଦ ଯାଏ ଏକ ଦୀର୍ଘ ଯାତ୍ରାର କାହାଣୀ ଯୋଡ଼ି ହୋଇଛି ରାଜସ୍ଥାନର ଅଜୟ ସ୍ବାମୀଙ୍କ ଜୀବନରେ। ହନୁମାନଗଡ଼ ଜିଲା ପରଲିକା ଗାଁର ୩୧ ବର୍ଷୀୟ ଅଜୟ ଅଷ୍ଟମ ପାସ୍‌ କରିବା ପରେ ପରିବାର ଚଳାଇବା ଲାଗି ୧୯୯୯ରେ ଚା’ ଦୋକାନ କରିଥିଲେ। ପରେ ଘିକୁଆଁରୀ ଚାଷ ଲାଗି ଚା’ ଦୋକାନ ବନ୍ଦ କରିଦେଇଥିଲେ। ଧୀରେ ଧୀରେ ଏହି ଚାଷକୁ ସମ୍ପ୍ରସାରିତ କରିବା ସହ ରାଜସ୍ଥାନ କୃଷି ବୈଜ୍ଞାନିକ କେନ୍ଦ୍ରକୁ ଯାଇ ଘିକୁଆଁରୀର ବିଭିନ୍ନ ଉତ୍ପାଦ ସମ୍ପର୍କରେ ଶିକ୍ଷା କରିଥିଲେ। ପ୍ରଥମେ ସେ ଘିକୁଆଁରୀ ଜୁସ ପ୍ରସ୍ତୁତ କରିଥିଲେ। ଏହାକୁ ଅନ୍ୟ କମ୍ପାନୀମାନେ ବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରିବା ଯୋଗୁ ଅଜୟଙ୍କ ଉତ୍ପାଦନ ବୃଦ୍ଧି ପାଇଥିଲା। ପରେ ୨୦୧୨ରେ ସେ ନିଜର ନେଚୁରାଲ ହେଲ୍‌ଥ ବ୍ରାଣ୍ଡ ନାମରେ ଘିକୁଆଁରୀରୁ ପ୍ରସ୍ତୁତ ସାମ୍ପୋ, କଣ୍ଡିଶନର, ଟୁଥ୍‌ପେଷ୍ଟ, ଜୁସ୍‌, ଚକୋଲେଟ ଆଦି ୪୫ ପ୍ରକାର ଉତ୍ପାଦ ବିକ୍ରି କରିବା ଆରମ୍ଭ କରିଥିଲେ। ଏବେ ସେଥିରୁ ସେ ବର୍ଷକୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଅଜୟଙ୍କ ଦ୍ୱାରା ଘିକୁଆଁରୀରୁ ପ୍ରସ୍ତୁତ ଲଡୁର ଚାହିଦା ଅଧିକ। କେଜି ପ୍ରତି ଏହାର ଦାମ ରଖିଛନ୍ତି ୩୫୦ ଟଙ୍କା । ତାଙ୍କ ଉତ୍ପାଦିତ ସାମଗ୍ରୀକୁ ସେ ୨୦ଟି କମ୍ପାନୀକୁ ବିକ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri