ଏଇ ଭାରତରେ

କ୍ଷତିକାରକ ପ୍ଲାଷ୍ଟିକ୍‌ ପ୍ୟାକେଜିଂ ଦ୍ରବ୍ୟର ବ୍ୟବହାର ରୋକିବା ପାଇଁ ମୁମ୍ବାଇର ନେହା ଜୈନ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେ ଗୁଗଲରୁ ଚାକିରି ଛାଡ଼ି ସାମୁଦ୍ରିକ ଶୈବାଳରୁ ପ୍ୟାକେଜିଂ ପାଇଁ ବିଘଟନ ଓ ଦ୍ରବଣୀୟ ଯୋଗ୍ୟ ଦ୍ରବ୍ୟ ଉପତ୍ାଦନ କରୁଛନ୍ତି। ଏହାକୁ ପ୍ଲାଷ୍ଟିକ୍‌ର ବିକଳ୍ପ ଭାବେ ବ୍ୟବହାର କରାଯାଉଛି। ଏହା ଶସ୍ତା ହେଉଛି। ଏଥିରୁ ମଧ୍ୟ ହ୍ୟାଣ୍ଡ୍‌ବ୍ୟାଗ୍‌, ବ୍ୟାଗ୍‌ ପ୍ରସ୍ତୁତ କରାଯାଉଛି। ଏହା ବ୍ୟତୀତ ଖାଦ୍ୟ ପ୍ୟାକ୍‌ କରିବା ଲାଗି ଫିଲ୍ମ ବା ସୂକ୍ଷ୍ମ ଆବରଣ ତିଆରି କରାଯାଉଛି ଓ ଦିନକୁ ୧ଟନ୍‌ ଫିଲ୍ମ ଉପତ୍ାଦନ କରିବାକୁ ନେହା ଯୋଜନା କରିଛନ୍ତି । ଏହିସବୁ ଦ୍ରବ୍ୟ ମାଟିରେ ସହଜରେ ବିଘଟନ ହୋଇ ଖତ ପାଲଟିଯାଉଛି। ସେ ‘ଜିରୋସର୍କଲ’ ଷ୍ଟାର୍ଟଅପ୍‌ ମାଧ୍ୟମରେ ଉକ୍ତ କାର୍ଯ୍ୟ କରୁଛନ୍ତି। ବେଙ୍ଗାଲୁରୁର କ୍ରାଏଷ୍ଟ କଲେଜରୁ ସାମ୍ବାଦିକତାରେ ଡିଗ୍ରୀ ହାସଲ କରି ଗୁଗଲରେ ନେହା ୫ ବର୍ଷ କାର୍ଯ୍ୟ କରିବା ପରେ ୨୦୧୮ରେ ଚାକିରି ଛାଡ଼ି ଉକ୍ତ ପରିବେଶ ସହନୀୟ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି। ଦ୍ରବ୍ୟ ଉପତ୍ାଦନ ଲାଗି ଗୁଜରାଟ ଏବଂ ତାମିଲନାଡୁର ୨ଟି ଫାର୍ମ ସାହାଯ୍ୟରେ ୧୨,୦୦୦ ପ୍ରଜାତିର ସାମୁଦ୍ରିକ ଶୈବାଳ ଚାଷ କରାଯାଉଛି। ପରିବେଶ ଉପଯୋଗୀ ଦ୍ରବ୍ୟ ତିଆରି କରି ଆଗାମୀ ୩ ବର୍ଷ ମଧ୍ୟରେ ୨୫୦୦ରୁ ୩୦୦୦ ଟନ୍‌ ପ୍ଲାଷ୍ଟିକ ବ୍ୟବହାର କମ୍‌ କରିବାକୁ ନେହା ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri