କ୍ଷତିକାରକ ପ୍ଲାଷ୍ଟିକ୍ ପ୍ୟାକେଜିଂ ଦ୍ରବ୍ୟର ବ୍ୟବହାର ରୋକିବା ପାଇଁ ମୁମ୍ବାଇର ନେହା ଜୈନ ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେ ଗୁଗଲରୁ ଚାକିରି ଛାଡ଼ି ସାମୁଦ୍ରିକ ଶୈବାଳରୁ ପ୍ୟାକେଜିଂ ପାଇଁ ବିଘଟନ ଓ ଦ୍ରବଣୀୟ ଯୋଗ୍ୟ ଦ୍ରବ୍ୟ ଉପତ୍ାଦନ କରୁଛନ୍ତି। ଏହାକୁ ପ୍ଲାଷ୍ଟିକ୍ର ବିକଳ୍ପ ଭାବେ ବ୍ୟବହାର କରାଯାଉଛି। ଏହା ଶସ୍ତା ହେଉଛି। ଏଥିରୁ ମଧ୍ୟ ହ୍ୟାଣ୍ଡ୍ବ୍ୟାଗ୍, ବ୍ୟାଗ୍ ପ୍ରସ୍ତୁତ କରାଯାଉଛି। ଏହା ବ୍ୟତୀତ ଖାଦ୍ୟ ପ୍ୟାକ୍ କରିବା ଲାଗି ଫିଲ୍ମ ବା ସୂକ୍ଷ୍ମ ଆବରଣ ତିଆରି କରାଯାଉଛି ଓ ଦିନକୁ ୧ଟନ୍ ଫିଲ୍ମ ଉପତ୍ାଦନ କରିବାକୁ ନେହା ଯୋଜନା କରିଛନ୍ତି । ଏହିସବୁ ଦ୍ରବ୍ୟ ମାଟିରେ ସହଜରେ ବିଘଟନ ହୋଇ ଖତ ପାଲଟିଯାଉଛି। ସେ ‘ଜିରୋସର୍କଲ’ ଷ୍ଟାର୍ଟଅପ୍ ମାଧ୍ୟମରେ ଉକ୍ତ କାର୍ଯ୍ୟ କରୁଛନ୍ତି। ବେଙ୍ଗାଲୁରୁର କ୍ରାଏଷ୍ଟ କଲେଜରୁ ସାମ୍ବାଦିକତାରେ ଡିଗ୍ରୀ ହାସଲ କରି ଗୁଗଲରେ ନେହା ୫ ବର୍ଷ କାର୍ଯ୍ୟ କରିବା ପରେ ୨୦୧୮ରେ ଚାକିରି ଛାଡ଼ି ଉକ୍ତ ପରିବେଶ ସହନୀୟ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି। ଦ୍ରବ୍ୟ ଉପତ୍ାଦନ ଲାଗି ଗୁଜରାଟ ଏବଂ ତାମିଲନାଡୁର ୨ଟି ଫାର୍ମ ସାହାଯ୍ୟରେ ୧୨,୦୦୦ ପ୍ରଜାତିର ସାମୁଦ୍ରିକ ଶୈବାଳ ଚାଷ କରାଯାଉଛି। ପରିବେଶ ଉପଯୋଗୀ ଦ୍ରବ୍ୟ ତିଆରି କରି ଆଗାମୀ ୩ ବର୍ଷ ମଧ୍ୟରେ ୨୫୦୦ରୁ ୩୦୦୦ ଟନ୍ ପ୍ଲାଷ୍ଟିକ ବ୍ୟବହାର କମ୍ କରିବାକୁ ନେହା ଲକ୍ଷ୍ୟ ରଖିଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

