ଏଇ ଭାରତରେ

ବିନା ଚାରାରେ ଅଭିନବ ପଦ୍ଧତିରେ ଜଙ୍ଗଲ ସୃଷ୍ଟି କରୁଛନ୍ତି ମହାରାଷ୍ଟ୍ର ଲାଟୁରର ଅଦିତି ପାଟିଲ। ଉଡ୍‌ଗିରରେ ରୁହନ୍ତି ୩୦ ବର୍ଷୀୟ ଅଦିତି। ସେ ୨୦୧୮ରେ ସିଡ୍‌ବଲ ଅଭିଯାନ ଆରମ୍ଭ କରିଥିଲେ। ତାଙ୍କ ସଂସ୍ଥା କାରଓ୍ବାଁ ମାଧ୍ୟମରେ ୪ ବର୍ଷରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ସୃଷ୍ଟି କରୁଛନ୍ତି। ସେ ସୃଷ୍ଟି କରିଥିବା ଦୁଇଟି ଛୋଟ ଜଙ୍ଗଲରେ ୧୨୦୦ରୁ ଅଧିକ ଗଛ ରହିଛି। ଅଦିତି ଲାଟୁର ଜିଲାର ୧୫୦ରୁ ଊର୍ଦ୍ଧ୍ୱ ସ୍କୁଲରେ ୧୫,୦୦୦ରୁ ଅଧିକ ପିଲାଙ୍କୁ ସିଡ୍‌ବଲ ଅଭିଯାନରେ ଯୋଡ଼ିବାରେ ସକ୍ଷମ ହୋଇଛନ୍ତି। ସିଡ୍‌ବଲ ଜାପାନୀ ବୈଜ୍ଞାନିକ ମାସାନୋବୁ ଫୁକୁଓକାଙ୍କ ଟେକ୍‌ନିକ। ଏହି ପଦ୍ଧତିରେ ପରିବା ଓ ଫଳ ମଞ୍ଜିକୁ ଏକାଠି କରି ମାଟିର ବଲ ତିଆରି କରାଯାଏ। ସେଥିରେ ମଞ୍ଜି ସୁରକ୍ଷିତ ରହିଥାଏ। ଉକ୍ତ ବଲ୍‌କୁ ଜଙ୍ଗଲ କରିବାକୁ ଥିବା ନିର୍ଦ୍ଧାରିତ ଅଞ୍ଚଳରେ ଫିଙ୍ଗି ଦିଆଯାଏ। ବର୍ଷା ହେଲା ପରେ ତାହା ଖୋଲିଯାଏ ଓ ଗଛ ବଢ଼ିବାରେ ଲାଗେ। ପ୍ରତିଟି ସିଡ୍‌ବଲ ପାଇଁ ୧୦ ଟଙ୍କା ଖର୍ଚ୍ଚ ହେଉଛି। ଏବେ ସୁଦ୍ଧା ଅଦିତି ଓ ତାଙ୍କ ସାଥୀମାନେ ୬୦ ହଜାରରୁ ଊର୍ଦ୍ଧ୍ୱ ସିଡ୍‌ବଲ ତିଆରି କରିସାରିଛନ୍ତି। ସେ ଅନ୍‌ଲାଇନରେ ମଧ୍ୟ ସିଡ୍‌ବଲ ତିଆରି କରିବାର କୌଶଳ ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ଏହା ବ୍ୟତୀତ ସିଡ୍‌ବଲ ମାଧ୍ୟମରେ ଜଙ୍ଗଲ ସୃଷ୍ଟି କରିବା ଲାଗି ସେ ଓ ତାଙ୍କ ସାଥୀମାନେ ୭୨୫ କି.ମି. ସାଇକେଲ ଯାତ୍ରା ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ଶିଶୁ୍‌: ନା ଭାଗ୍ୟବାନ୍‌ ନା ଆୟୁଷ୍ମାନ୍‌

ଡ. ରମେଶ ଚନ୍ଦ୍ର ପରିଡ଼ା ୨୦୨୪ ମସିହା ବେଳକୁ ଭାରତ ଏକ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ଆମ ପ୍ରଧାନମନ୍ତ୍ରୀ ଆଶା...

୩୧ରେ ୧

ଗତବର୍ଷ ଡିସେମ୍ବର ୧୫ରେ କେନ୍ଦ୍ର କ୍ୟାବିନେଟ ଝିଅମାନଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ଲାଗି ଅନୁମୋଦନ କରିଥିଲେ। ଏହା ପରେ ଡିସେମ୍ବର ୨୧ରେ...

ବିଶ୍ୱନିନ୍ଦୁକଙ୍କ ସମ୍ପର୍କରେ

ଚିତ୍ର ଚରିତ୍ର / ଅଧ୍ୟାପକ ନିରଞ୍ଜନ ପାଢ଼ୀ ଆମ ଶାସ୍ତ୍ରକାରମାନେ ମଣିଷ ଭିତରେ ଥିବା ରିପୁ ସମୂହକୁ କାମ, କ୍ରୋଧ, ହିଂସା, ଲୋଭ ଆଦି ଷଡ଼ରିପୁରେ...

ନଳ ଭିତରେ ଜଳ ଯୋଜନା

ତତ୍ତ୍ୱ ଓ ତର୍କ/ ବିମଳ ପାଣ୍ଡିଆ କେହି କେହି ଅବଶ୍ୟ ଦୂର ସ୍ଥାନରୁ ବୋହି ପାଣି ଆଣିବାକୁ ମହିଳାଙ୍କ ସାମାଜିକ ଭାବବିନିମୟର ଏକ ମାଧ୍ୟମ ଭାବରେ...

ବେକାରି ହ୍ରାସ କରିବ ପୋଷାକ ଶିଳ୍ପ

ନଟବର ଖୁଣ୍ଟିଆ   ଓଡ଼ିଶାରେ ଆଜି ଯେପରି ବେକାରି ବୃଦ୍ଧି ପାଇବାରେ ଲାଗିଛି ଆଉ ଲକ୍ଷ ଲକ୍ଷ ଯୁବତୀଯୁବକ ରାଜ୍ୟରେ କାମଧନ୍ଦା ନ ପାଇ ଅନ୍ୟ...

ସଙ୍କଟରେ ହାତୀ

ପୁରୀ ମହାରାଜାଙ୍କୁ ଗଜପତି ବୋଲି କୁହାଯାଏ; କାରଣ ଓଡ଼ିଶାରେ ଗଜ ଅର୍ଥାତ୍‌ ହସ୍ତୀଙ୍କ ସଂଖ୍ୟା ବହୁତ ଥିଲା। ବର୍ତ୍ତମାନ ଗଜପତିଙ୍କ ରାଜ୍ୟ ଓଡ଼ିଶା ଏବେ ଗଜଶୂନ୍ୟ...

ଅମୃତକାଳର ଜାତିବାଦ ବିଷ

ଗତ ଅଗଷ୍ଟ ପନ୍ଦର ଦିନ ଯେତେବେଳେ ସାରା ଦେଶ ସ୍ବାଧୀନତାର ୭୫ବର୍ଷ ଅବସରରେ ଅମୃତକାଳ ପାଳନ କରୁଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଲାଲକିଲ୍ଲାର...

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଡ. ଦେବାନନ୍ଦ ବେଉରା ୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ...

Advertisement
Archives

Model This Week