ଭୋକିଲାଙ୍କ ଜୀବନ ବ୍ୟଥିତ କରିଛି ବିହାରର ରବିଶଙ୍କର ଉପାଧ୍ୟାୟଙ୍କୁ, ଯେଉଁଥିତ୍ପାଇଁ ସେ ସେମାନଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ଛପରାରେ ସେ ରୋଟି ବ୍ୟାଙ୍କ ଜରିଆରେ ଏହି କାର୍ଯ୍ୟ କରୁଛନ୍ତି। ରବିଶଙ୍କର ପେସାରେ ଜଣେ ଶିକ୍ଷକ। ୨୦୧୮ ଅକ୍ଟୋବର ଦଶହରାରେ ସେ ଏହି ରୋଟି ବ୍ୟାଙ୍କ ଖୋଲିଥିଲେ। ଅଲ୍ ଇଣ୍ଡିଆ ରୋଟି ବ୍ୟାଙ୍କ ଟ୍ରଷ୍ଟର ସଂସ୍ଥାପକ କିଶୋରକାନ୍ତ ତିଓ୍ବାରୀ ଏବଂ ତାଙ୍କ ସହଯୋଗୀ ରୋଶନ ପଟେଲଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଏଭଳି କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି କହନ୍ତି ରବିଶଙ୍କର। ୪ ଜଣ ସାଙ୍ଗଙ୍କୁ ନେଇ ସେ ପ୍ରଥମ ଟିମ୍ ଗଠନ କରିଥିଲେ। ପ୍ରଥମ ଦିନ ରବିଶଙ୍କର ଓ ତାଙ୍କ ସାଥୀମାନେ ୭ ପ୍ୟାକେଟ୍ ଖାଦ୍ୟ ଭୋକିଲାଙ୍କୁ ଦେଇଥିଲେ। ଏବେ ତାଙ୍କ ଟିମ୍ରେ ୨୦ ଜଣ ସାମିଲ ହୋଇଛନ୍ତି ଓ ସେମାନେ ଦିନକୁ ୨୦୦ ପ୍ୟାକେଟ୍ ଖାଦ୍ୟ ଦେଉଛନ୍ତି। ସକାଳ ୯ଟା ସୁଦ୍ଧା ଖାଦ୍ୟ ପ୍ରସ୍ତୁତ କରି ତାଙ୍କ ଟିମ୍ ସହରକୁ ବାହାରି ଯାଉଛନ୍ତି । ଏବେ ରୋଟି ବ୍ୟାଙ୍କରେ ସ୍ଥାନୀୟ ଲୋକମାନ ଯୋଡ଼ି ହୋଇ ଜନ୍ମଦିନ, ବିବାହ, ପୂଜାପାଠ ଆଦି ଉତ୍ସବରେ ଗରିବଙ୍କୁ ଭୋଜନ ଦେବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ରୋଟି ବ୍ୟାଙ୍କର ‘ଅନ୍ନପୂର୍ଣ୍ଣା ସାମୁଦାୟିକ ରୋଷେଇ’ ନାମକ ରୋଷେଇ ଘର ରହିଛି। ରୋଷେଇ କରିବା ପାଇଁ ଦୁଇଜଣଙ୍କୁ ବି ନିଯୁକ୍ତ କରାଯାଇଛି। ରୋଟି ବ୍ୟାଙ୍କ ଆରମ୍ଭ ହେବା ପରଠାରୁ ଏଯାବତ୍ ୨ ଲକ୍ଷ ଲୋକଙ୍କ ପାଖରେ ଖାଦ୍ୟ ପ୍ୟାକେଟ୍ ପହଞ୍ଚା ଯାଇସାରିଲାଣି।
କଠିନ ପଥ
ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…
ଧର୍ମାନ୍ତରୀକରଣ
ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…
ପବିତ୍ର ବନ
ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍ ସିଟୁ’ ଏବଂ ୨ୟରେ ‘ଏକ୍ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…
ସ୍ବାଗତଯୋଗ୍ୟ ସମୀକ୍ଷା
ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…
ଏଇ ଭାରତରେ
ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍। ଏହି ଟିମ୍ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…
ସମାଜର ବିଫଳତା ନା ସମୟର ଆବଶ୍ୟକତା
ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…
ଚାଇନା ପାଇଁ ଆହ୍ବାନ
ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…
ଡିଜିଟାଲ ସାର୍ବଭୌମତ୍ୱ
ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…
Archives

