ଏଇ ଭାରତରେ

ଭୋକିଲାଙ୍କ ଜୀବନ ବ୍ୟଥିତ କରିଛି ବିହାରର ରବିଶଙ୍କର ଉପାଧ୍ୟାୟଙ୍କୁ, ଯେଉଁଥିତ୍ପାଇଁ ସେ ସେମାନଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ଛପରାରେ ସେ ରୋଟି ବ୍ୟାଙ୍କ ଜରିଆରେ ଏହି କାର୍ଯ୍ୟ କରୁଛନ୍ତି। ରବିଶଙ୍କର ପେସାରେ ଜଣେ ଶିକ୍ଷକ। ୨୦୧୮ ଅକ୍ଟୋବର ଦଶହରାରେ ସେ ଏହି ରୋଟି ବ୍ୟାଙ୍କ ଖୋଲିଥିଲେ। ଅଲ୍‌ ଇଣ୍ଡିଆ ରୋଟି ବ୍ୟାଙ୍କ ଟ୍ରଷ୍ଟର ସଂସ୍ଥାପକ କିଶୋରକାନ୍ତ ତିଓ୍ବାରୀ ଏବଂ ତାଙ୍କ ସହଯୋଗୀ ରୋଶନ ପଟେଲଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଏଭଳି କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି କହନ୍ତି ରବିଶଙ୍କର। ୪ ଜଣ ସାଙ୍ଗଙ୍କୁ ନେଇ ସେ ପ୍ରଥମ ଟିମ୍‌ ଗଠନ କରିଥିଲେ। ପ୍ରଥମ ଦିନ ରବିଶଙ୍କର ଓ ତାଙ୍କ ସାଥୀମାନେ ୭ ପ୍ୟାକେଟ୍‌ ଖାଦ୍ୟ ଭୋକିଲାଙ୍କୁ ଦେଇଥିଲେ। ଏବେ ତାଙ୍କ ଟିମ୍‌ରେ ୨୦ ଜଣ ସାମିଲ ହୋଇଛନ୍ତି ଓ ସେମାନେ ଦିନକୁ ୨୦୦ ପ୍ୟାକେଟ୍‌ ଖାଦ୍ୟ ଦେଉଛନ୍ତି। ସକାଳ ୯ଟା ସୁଦ୍ଧା ଖାଦ୍ୟ ପ୍ରସ୍ତୁତ କରି ତାଙ୍କ ଟିମ୍‌ ସହରକୁ ବାହାରି ଯାଉଛନ୍ତି । ଏବେ ରୋଟି ବ୍ୟାଙ୍କରେ ସ୍ଥାନୀୟ ଲୋକମାନ ଯୋଡ଼ି ହୋଇ ଜନ୍ମଦିନ, ବିବାହ, ପୂଜାପାଠ ଆଦି ଉତ୍ସବରେ ଗରିବଙ୍କୁ ଭୋଜନ ଦେବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ରୋଟି ବ୍ୟାଙ୍କର ‘ଅନ୍ନପୂର୍ଣ୍ଣା ସାମୁଦାୟିକ ରୋଷେଇ’ ନାମକ ରୋଷେଇ ଘର ରହିଛି। ରୋଷେଇ କରିବା ପାଇଁ ଦୁଇଜଣଙ୍କୁ ବି ନିଯୁକ୍ତ କରାଯାଇଛି। ରୋଟି ବ୍ୟାଙ୍କ ଆରମ୍ଭ ହେବା ପରଠାରୁ ଏଯାବତ୍‌ ୨ ଲକ୍ଷ ଲୋକଙ୍କ ପାଖରେ ଖାଦ୍ୟ ପ୍ୟାକେଟ୍‌ ପହଞ୍ଚା ଯାଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri