ଭୋକିଲାଙ୍କ ଜୀବନ ବ୍ୟଥିତ କରିଛି ବିହାରର ରବିଶଙ୍କର ଉପାଧ୍ୟାୟଙ୍କୁ, ଯେଉଁଥିତ୍ପାଇଁ ସେ ସେମାନଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ଛପରାରେ ସେ ରୋଟି ବ୍ୟାଙ୍କ ଜରିଆରେ ଏହି କାର୍ଯ୍ୟ କରୁଛନ୍ତି। ରବିଶଙ୍କର ପେସାରେ ଜଣେ ଶିକ୍ଷକ। ୨୦୧୮ ଅକ୍ଟୋବର ଦଶହରାରେ ସେ ଏହି ରୋଟି ବ୍ୟାଙ୍କ ଖୋଲିଥିଲେ। ଅଲ୍ ଇଣ୍ଡିଆ ରୋଟି ବ୍ୟାଙ୍କ ଟ୍ରଷ୍ଟର ସଂସ୍ଥାପକ କିଶୋରକାନ୍ତ ତିଓ୍ବାରୀ ଏବଂ ତାଙ୍କ ସହଯୋଗୀ ରୋଶନ ପଟେଲଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଏଭଳି କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି କହନ୍ତି ରବିଶଙ୍କର। ୪ ଜଣ ସାଙ୍ଗଙ୍କୁ ନେଇ ସେ ପ୍ରଥମ ଟିମ୍ ଗଠନ କରିଥିଲେ। ପ୍ରଥମ ଦିନ ରବିଶଙ୍କର ଓ ତାଙ୍କ ସାଥୀମାନେ ୭ ପ୍ୟାକେଟ୍ ଖାଦ୍ୟ ଭୋକିଲାଙ୍କୁ ଦେଇଥିଲେ। ଏବେ ତାଙ୍କ ଟିମ୍ରେ ୨୦ ଜଣ ସାମିଲ ହୋଇଛନ୍ତି ଓ ସେମାନେ ଦିନକୁ ୨୦୦ ପ୍ୟାକେଟ୍ ଖାଦ୍ୟ ଦେଉଛନ୍ତି। ସକାଳ ୯ଟା ସୁଦ୍ଧା ଖାଦ୍ୟ ପ୍ରସ୍ତୁତ କରି ତାଙ୍କ ଟିମ୍ ସହରକୁ ବାହାରି ଯାଉଛନ୍ତି । ଏବେ ରୋଟି ବ୍ୟାଙ୍କରେ ସ୍ଥାନୀୟ ଲୋକମାନ ଯୋଡ଼ି ହୋଇ ଜନ୍ମଦିନ, ବିବାହ, ପୂଜାପାଠ ଆଦି ଉତ୍ସବରେ ଗରିବଙ୍କୁ ଭୋଜନ ଦେବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ରୋଟି ବ୍ୟାଙ୍କର ‘ଅନ୍ନପୂର୍ଣ୍ଣା ସାମୁଦାୟିକ ରୋଷେଇ’ ନାମକ ରୋଷେଇ ଘର ରହିଛି। ରୋଷେଇ କରିବା ପାଇଁ ଦୁଇଜଣଙ୍କୁ ବି ନିଯୁକ୍ତ କରାଯାଇଛି। ରୋଟି ବ୍ୟାଙ୍କ ଆରମ୍ଭ ହେବା ପରଠାରୁ ଏଯାବତ୍ ୨ ଲକ୍ଷ ଲୋକଙ୍କ ପାଖରେ ଖାଦ୍ୟ ପ୍ୟାକେଟ୍ ପହଞ୍ଚା ଯାଇସାରିଲାଣି।
ସ୍ବାସ୍ଥ୍ୟ ଓ ଜୀବନଶୈଳୀ
ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...
୨୦୨୬ର ଚିନ୍ତା
୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...
କାର୍ଯ୍ୟରେ ବିଳମ୍ବ
ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...
ଏଇ ଭାରତରେ
ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍ବିଏ ପାସ୍ କରିବା...
ଜୀବନର ଧାଁ ଦଉଡ଼
ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...
ଟଙ୍କାଖିଆ ମଣିଷ
ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...
ଦୁଇ ଦେଶ ଲୁଟୁଛନ୍ତି
ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...
ଏଇ ଭାରତରେ
ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍ ନ ନେଇ ପଲିଥିନରେ ପରିବା...
Archives


