ଏଇ ଭାରତରେ

ଦିବ୍ୟାଙ୍ଗ ପିଲାଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦେଇଛନ୍ତି ଜବଲପୁରର ଶ୍ରଦ୍ଧା ସୋପରକାର। ସେ ମଧୁରମ ଚାରିଟେବୁଲ ଟ୍ରଷ୍ଟ ଗଠନ କରି ତା’ ମାଧ୍ୟମରେ ୮୦୦ ଦିବ୍ୟାଙ୍ଗ ପିଲାଙ୍କୁ ବିଭିନ୍ନ ଥେରାପି ମାଗଣାରେ ଯୋଗାଇ ଦେଉଛନ୍ତି। ବ୍ୟବସାୟିକ ପରିବାରରୁ ଆସିଥିବା ଶ୍ରଦ୍ଧାଙ୍କ ଝିଅ ସେରିବ୍ରାଲ ପ୍ଲାଜି (ଏକପ୍ରକାର ମାନସିକ ସମସ୍ୟା) ପୀଡ଼ିତ ହେବା ପରେ ସେ ତାହାର ଚିକିତ୍ସା କରିବା ସମୟରେ ଏଭଳି ପିଲାମାନଙ୍କ ସମ୍ପର୍କରେ ଚିନ୍ତା କରିଥିଲେ। ଏହି ରୋଗର ଚିକିତ୍ସା ବ୍ୟୟବହୁଳ। ଏଣୁ ସେ ନିଜ ଝିଅର ଚିକିତ୍ସା କରିବା ସମୟରେ ଯଦି ଏଭଳି ପିଲାଙ୍କୁ ଦେଖୁଥିଲେ ସେମାନଙ୍କ ମାତାପିତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଥିଲେ। ଧୀରେ ଧୀରେ ୧୦ ଜଣ ପିଲାଙ୍କୁ ଚିକିତ୍ସା ଖର୍ଚ୍ଚ ଯୋଗାଇ ପରେ ଆଉ ଅଧିକଙ୍କ ସେବା ଲାଗି ସେ ୨୦୧୮ରେ ମଧୁରମ ଖୋଲିଥିଲେ। ଏବେ ମଧୁରମ୍‌ରେ ପିଲାମାନଙ୍କୁ ଫିଜିଓଥେରାପି, ଅକୁପେଶନାଲ ଥେରାପି, ସ୍ପିଚ୍‌ ଥେରାପି ଆଦି ଯୋଗାଇ ଦିଆଯାଉଛି। ଯେଉଁ ପିଲା ପଢ଼ିବା ଯୋଗ୍ୟ ହେଉଛନ୍ତି ଶ୍ରଦ୍ଧା ସେମାନଙ୍କୁ ପଢ଼ାଉଛନ୍ତି। ସେ ମଧ୍ୟ ଷ୍ଟେପାଥନ ପ୍ରୋଜେକ୍ଟ ଆରମ୍ଭକରି ପ୍ରୋଥେଷ୍ଟିକ ଗୋଡ଼ ଯୋଗାଇଦେଉଛନ୍ତି। ଏହାକୁ ସେ ଜର୍ମାନୀରୁ ମଗାଉଛନ୍ତି। ଏବେ ସୁଦ୍ଧା ୧୦୦ ପ୍ରୋଥେଷ୍ଟିକ ଗୋଡ଼ ଯୋଗାଇ ଦେଇସାରିଲେଣି ଓ ୨୦୨୩ ସୁଦ୍ଧା ୪୦୦ରୁ ଅଧିକ ଯୋଗାଇ ଦେବାର ଯୋଜନା କରିଛନ୍ତି। ଏହା ବ୍ୟତୀତ ପ୍ରତିଦିନ ମଗଣାରେ ୧୦୦ ପିଲାଙ୍କୁ ଆକ୍ୱା ଥେରାପି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri