ପ୍ଲାଷ୍ଟିକ୍ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ଏବେ ଚିନ୍ତାର କାରଣ ହୋଇଥିବାବେଳେ ଏହାର ସମାଧାନ ପାଇଁ ପୁଣେର ଅମିତା ଦେଶପାଣ୍ଡେଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ଅମିତା ଜଣେ ସଫ୍ଟଓ୍ବେର ଇଞ୍ଜିନିୟର। ହେଲେ ସେ ଚାକିରି ପ୍ରତି ଆସକ୍ତ ନ ହୋଇ ପରିବେଶ ସହନୀୟ ଷ୍ଟାର୍ଟଅପ୍ ‘ରି ଚରଖା’ ଗଠନ କରି ପ୍ଲାଷ୍ଟିକ ବର୍ଜ୍ୟକୁ ଅପ୍ସାଇକିଲିଂ କରୁଛନ୍ତି। ସେଥିରୁ ଆକର୍ଷଣୀୟ ବ୍ୟାଗ, ଘରସଜା ଜିନିଷ ସହ ଅନ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ପ୍ଲାଷ୍ଟିକ ପ୍ୟାକେଟକୁ ଚରଖାରେ ସରୁ ସୂତା ଆକାର କରି ତାହାକୁ ତନ୍ତରେ ପ୍ଲାଷ୍ଟିକ୍ କପଡ଼ାର ରୂୂପ ଦେବା ପରେ ସେଥିରୁ ବିଭିନ୍ନ ଜିନିଷ ତିଆରି ହେଉଛି। ସେହି ଜିନିଷଗୁଡ଼ିକ ଉପରେ ଅମିତା ବିଭିନ୍ନ କଳାକୃତିର ଛାପ ରଖୁଛନ୍ତି ଓ ଏହି କାର୍ଯ୍ୟରେ କାରିଗରମାନଙ୍କୁ ନିଯୁକ୍ତ କରିଛନ୍ତି। ଅମିତା ଏବେସୁଦ୍ଧା ୭ ଲକ୍ଷ ପ୍ଲାଷ୍ଟିକ୍ ପ୍ୟାକେଟ ଅପ୍ସାଇକିଲିଂ କରିବା ସହ ସେଥିରୁ ପ୍ରସ୍ତୁତ ସାମଗ୍ରୀଗୁଡ଼ିକରୁ ୭୦ ଲକ୍ଷ ଟଙ୍କା ରୋଜଗାର କରି ସାରିଲେଣି। ସେ ସ୍ଥାନୀୟ ଅଞ୍ଚଳର ବର୍ଜ୍ୟ ଗୋଟାଳି ଓ ଦାଦ୍ରାନଗର ହାବେଳିର ଆଦିବାସୀମାନଙ୍କୁ ବର୍ଜ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଏମାନଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ମହିଳା। ଏହା ବ୍ୟତୀତ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଙ୍କଠାରୁ ମଧ୍ୟ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରାଯାଉଛି।
କୁଆଡ଼େ ଗଲା ପ୍ରତିଯୋଗିତା
ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…
ବିକାଶୋନ୍ମୁଖୀ ଭାରତର ଦୁଃଖ
ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…
ଇସ୍ତଫାର ରାଜନୈତିକ ରଙ୍ଗ
ଆଇଏଏସ୍ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…
ଏଇ ଭାରତରେ
ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…
ଋଣ ଅଧିକାର ନୁହେଁ
ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…
ସମ୍ଭବାମି ଯୁଗେ ଯୁଗେ
ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…
ସହଯୋଗ ଅଭାବ
ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…
Archives

