ଏଇ ଭାରତରେ

ବିହାରର ରାଜେଶ କୁମାର ସୁମନ ମାଗଣା କୋଚିଂ ଦେବା ସହ ଏକ ନିଆରା ପଦ୍ଧତିରେ ୯୦,୦୦୦ ଗଛ ଲଗାଇସାରିଲେଣି। ସମସ୍ତିପୁରରେ ଥିବା ରାଜେଶଙ୍କ କୋଚିଂ ସେଣ୍ଟର୍‌ର ନାମ ‘ଗ୍ରୀନ୍‌ ପାଠଶାଳା’। ସେଠାରେ ସେ ସରକାରୀ ଚାକିରି ଲାଗି କୋଚିଂ ଦେଉଛନ୍ତି। ଏହି ସେଣ୍ଟର ସେ ୨୦୦୮ରେ ଆରମ୍ଭ କରିଥିଲେ। ସେଠାରେ ପିଲାମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ୁନାହିଁ, ବରଂ ଏହା ବଦଳରେ ଜଣେ ପିଲା ୧୮ଟି ଚାରା ଦେଉଛି।
ସେଗୁଡ଼ିକୁ ରାଜେଶ ଓ ତାଙ୍କ ଛାତ୍ରମାନେ ବିଭିନ୍ନ ସ୍ଥାନରେ ଲଗାଉଛନ୍ତି। ଏବେ ସୁଦ୍ଧା ପିଲାମାନଙ୍କଠାରୁ ରାଜେଶ ୯୦,୦୦୦ ଚାରା ସଂଗ୍ରହ କରି ଲଗାଇସାରିଲେଣି। ଜଣେ ଲୋକ ତା’ ଜୀବନରେ ନେଉଥିବା ଅମ୍ଳଜାନ ୧୮ଟି ଗଛ ଛାଡୁଥିବା ଅମ୍ଳଜାନ ପରିମାଣ ସହ ସମାନ। ଏହି କାରଣରୁ ଜଣେ ପିଲାକୁ ୧୮ଟି ଗଛ ଦେବା ଲାଗି କୁହାଯାଇଛି ବୋଲି ପ୍ରକାଶ କରନ୍ତି ୩୩ ବର୍ଷୀୟ ରାଜେଶ। ସେ ପ୍ରତି ସପ୍ତାହରେ ୬ ଦିନ କ୍ଲାସ୍‌ କରୁଛନ୍ତି ଓ ରବିବାର ବୃକ୍ଷରୋପଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। କେବଳ ଏତିକି ନୁହେଁ ସେ ବିହାର, ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ବି ଗ୍ରୀନ୍‌ ଯାତ୍ରା କରି ପରିବେଶ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରୁଛନ୍ତି। ୨୦୦୮ରୁ ଏଯାବତ୍‌ ୫,୦୦୦ ଛାତ୍ରୀଛାତ୍ର ଗ୍ରୀନ୍‌ ପାଠଶାଳାରୁ କୋଚିଂ ନେଇ ସାରିଲେଣି। ସେମାନଙ୍କ ମଧ୍ୟରୁ ଅନେକ ସରକାରୀ ଚାକିରି ବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri