ଏଇ ଭାରତରେ

ଅହମଦାବାଦର ଶିଳ୍ପା ପଟେଲଙ୍କ ପରିବାର ପରିବେଶ ଉପଯୋଗୀ କପଡ଼ା ତିଆରି କରି ପରିବେଶ ସଚେତନତାର ବାର୍ତ୍ତା ଦେଇଆସୁଛନ୍ତି। ଉକ୍ତ ପରିବାର ‘ଛାପା’ ନାମକ ପରିବେଶ ସହନୀୟ ଷ୍ଟାର୍ଟଅପ୍‌ ବ୍ରାଣ୍ଡ୍‌ରେ ଏହାକୁ ପ୍ରସ୍ତୁତ କରୁଛନ୍ତି। ଏଥିରେ ସେମାନେ ବହୁ ପୁରୁଣା ହ୍ୟାଣ୍ଡ ବ୍ଲକ୍‌ ପ୍ରିଣ୍ଟିଂ ଟେକ୍‌ନିକ୍‌ ବ୍ୟବହାର କରୁଛନ୍ତି। କାଠ ତିଆରି ବ୍ଲକ୍‌ରେ ବିଭିନ୍ନ ପଶୁଙ୍କ ରୂପ କରାଯାଇ ଏହି ପ୍ରିଣ୍ଟିଂ କରାଯାଉଛି। ପଟେଲ ପରିବାର ଉକ୍ତ କାର୍ଯ୍ୟରେ ଆଖପାଖର ୨୫ ଜଣ କାରିଗରଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି। ଶିଳ୍ପା ୨୦୧୩ରେ ଛାପା ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରିଥିଲେ। ହ୍ୟାଣ୍ଡ୍‌ ବ୍ଲକ ପ୍ରିଣ୍ଟିଂର ପୁନରୁଦ୍ଧାର ସହ କାରିଗରମାନଙ୍କୁ ସହଯୋଗ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟ ଜାରି ରଖିଛନ୍ତି । ଖଦି ଓ କଟନ କପଡ଼ାରେ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଉଛି। ବଳି ପଡ଼ୁଥିବା ବର୍ଜ୍ୟ କପଡ଼ାର ଉପଯୋଗ କରି ପାଉଚ୍‌ ଓ ବ୍ୟାଗ୍‌ ତିଆରି କରାଯାଉଛି। ସେମାନେ ଅନ୍ୟ ବୁଣାକାରମାନଙ୍କ ସହ ଯୋଗାଯୋଗ କରି ପ୍ରିଣ୍ଟିଂ ଟେକ୍‌ନିକ୍‌କୁ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି। ଅହମଦାବାଦରେ ଏକ ଷ୍ଟୋର ଏବଂ ଅନ୍‌ଲାଇନରେ କପଡ଼ା ବ୍ୟବସାୟ କରାଯାଉଛି। ବର୍ଷକୁ ଏଥିରୁ ପଟେଲ ପରିବାର ୧.୫ କୋଟି ଟଙ୍କା ଆୟ କରୁଛନ୍ତି ଓ ଏଥିରୁ ୨୫% କାରିଗରଙ୍କୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri