ପେଟ୍ରୋଲ-ଡିଜେଲ ଦାମ୍ ଆକାଶଛୁଆଁ ହୋଇଛି। ଅପରପକ୍ଷେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଇଲେକ୍ଟ୍ରିକ୍ ଯାନ (ଇଭି) କିଣିବା ସଭିଙ୍କ ପାଇଁ ଏକ ଉତ୍ତମ ବିକଳ୍ପ। କିନ୍ତୁ ଏହାର ଦାମ୍ ଓ ଚାର୍ଜିଂ ସମସ୍ୟା ବାଧକ ସାଜୁଛି। ଏଭଳି ସ୍ଥିତିକୁ ଲକ୍ଷ୍ୟକରି ପଶ୍ଚିମବଙ୍ଗ ନଦିଆର ଚନ୍ଦନ ବିଶ୍ୱାସ ସୋଲାର ସାଇକେଲ ନିର୍ମାଣ କରିଛନ୍ତି। ଚନ୍ଦନଙ୍କ ବୟସ ୬୦। ସେ ରେଜେଷ୍ଟ୍ରି ଅଫିସ୍ରେ ରାଇଟର ଭାବେ କାର୍ଯ୍ୟ କରନ୍ତି। ସେ ମଧ୍ୟ ଜଣେ ରେଡିଓ ମେକାନିକ୍। ବିଜ୍ଞାନ ପ୍ରତି ରୁଚି ଥିବାରୁ ସେ ତାଙ୍କ ଝିଅର ପୁରୁଣା ସାଇକେଲକୁ ସୋଲାର ସାଇକେଲ୍ରେ ପରିଣତ କରି ସେଥିରେ ପ୍ରତିଦିନ ୨୪ କିଲୋମିଟର ଦୂର କରିମ୍ପୁରରେ ଥିବା ତାଙ୍କ ଅଫିସକୁ ଯାଉଛନ୍ତି। ଏହି ସାଇକେଲରେ ଏକ ଲିଥିୟମ ଆଇଅନ୍ ବ୍ୟାଟେରି ଓ ମୋଟର ଲଗାଇଛନ୍ତି। ସାଇକେଲରେ ୨୪/୧୬୫ ଓ୍ବାଟ୍ର ସୋଲାର ପ୍ୟାନେଲକୁ ସିଟ୍ ଉପରେ ୪ ଫୁଟ୍ ଉଚ୍ଚରେ ଲଗାଇଛନ୍ତି, ଯାହାଦ୍ୱାରା ଆରାମରେ ବସି ସାଇକେଲ ଚଳାଇହେଉଛି। ଅପରପକ୍ଷରେ ଏହା ମଧ୍ୟ ଖରାରୁ ରକ୍ଷା କରୁଛି। ସେ ଲେଡିଜ୍ ସାଇକେଲ୍ଟିକୁ ବିନା ପେଡାଲ୍ରେ ଯେତେବେଳେ ଚଲାଉଛନ୍ତି ସେତେବେଳେ ତାହା ସମସ୍ତଙ୍କୁ ବିସ୍ମିତ କରୁଛି। ଏହି ‘ଇଭି’ ସୋଲାର ସାଇକେଲ ନିର୍ମାଣ କରିବାରେ ସେ ୧୯ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି।
ଏଇ ଭାରତରେ
ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...
ଉତ୍ସବ ଓ ଭାଷଣ
ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...
ପେନ୍ସନ୍ଭୋଗୀଙ୍କ ଆଶଙ୍କା
ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍ସନଭୋଗୀଙ୍କ ପେନ୍ସନ୍ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...
ନୀରବ ଘାତକ
ବାୟୁ ପ୍ରଦୂଷଣ କୋଭିଡ୍ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...
ଏଇ ଭାରତରେ
ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...
ସତରେ ଆମେ କ’ଣ ମଣିଷ
ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...
ଭାରତର ସାଗରକେନ୍ଦ୍ର
ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...
ଓଟ ଉପରେ ବରଫ
ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...
Archives


