ଏଇ ଭାରତରେ

ବାଉଁଶକଳାର କରିସ୍ମା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ମୀନାକ୍ଷୀ ଓ୍ବାକେଙ୍କ ହସ୍ତକଳାରେ। ତାଙ୍କ ଦ୍ୱାରା ନିର୍ମିତ ବାଉଁଶ ରାଖୀର ଆଦର କାହିଁରେ କ’ଣ। ମୀନାକ୍ଷୀ ‘ବାମ୍ବୋ ଲେଡି’ ବା ‘ବାଉଁଶ ମହିଳା’ ଭାବେ ଜଣାଶୁଣା। ତାଙ୍କ ବୟସ ଏବେ ୨୯। ରହନ୍ତି ଚନ୍ଦ୍ରପୁରାରେ। ୪ ବର୍ଷ ପୂର୍ବେ ସେ ତାଙ୍କ ବିଜ୍‌ନେସ ‘ଅଭିସାର ଇନୋଭେଟିଭସ୍‌’ ଆରମ୍ଭକରି ତା’ ମାଧ୍ୟମରେ ବାଉଁଶର ପାଛିଆ, ଟ୍ରେ, ଗହଣା ଏବଂ ଲ୍ୟାମ୍ପ୍‌ ତିଆରି କରୁଛନ୍ତି। ଏଗୁଡ଼ିକ ୨୫ ଟଙ୍କାରୁ ଆରମ୍ଭକରି ୨,୫୦୦ ଟଙ୍କାରେ ବିକ୍ରି ହେଉଛି। ବାଉଁଶ ନିର୍ମିତ ଜିନିଷଗୁଡ଼ିକୁ ସେ ଦିଲ୍ଲୀ, ମୁମ୍ବାଇ ଏବଂ ପୁଣେରେ ବିକ୍ରି କରୁଛନ୍ତି। ମୀନାକ୍ଷୀ ବିବାହ ପରେ ବନ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ୭୦ ଦିନିଆ ପ୍ରଶିକ୍ଷଣ ନେବା ପରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୮ରେ ସେ ପ୍ରଥମେ ବାଉଁଶ ରାଖୀ ତିଆରି କରିଥିଲେ। କିନ୍ତୁ ସେଗୁଡ଼ିକ ବିକ୍ରିହୋଇ ନ ଥିଲା। ଗତ ବର୍ଷ ୧୦,୦୦୦ ବାଉଁଶ ରାଖୀ ବିକ୍ରିକରି ୩ ଲକ୍ଷ ଟଙ୍କା ଲାଭ ପାଇଥିଲେ। ଚଳିତ ବର୍ଷ ଏବେ ସୁଦ୍ଧା ସେ ୬,୦୦୦ ରାଖୀ ବିକ୍ରି କରିସାରିଲେଣି। ଏହି କାର୍ଯ୍ୟ ପାଇଁ ମୀନାକ୍ଷୀଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି। ସେ ମଧ୍ୟ ୨୦୦ ମହିଳାଙ୍କୁ ବାଉଁଶ କଳା ସମ୍ପର୍କରେ ପ୍ରଶିକ୍ଷଣ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri