ଆସାମର ହାତତିଆରି ବାଉଁଶ ସାମଗ୍ର୍ରୀର ଆଦର ସାରା ଦେଶରେ କାହିଁରେ କ’ଣ। ସେଠାକାର ଲୋକେ ଏହାକୁ ଜୀବିକାର ମାଧ୍ୟମ କରିଆସିଛନ୍ତି। କିନ୍ତୁ ସମୟକ୍ରମେ ଯୁବପିଢ଼ି ସ୍ଥାନୀୟ କଳାକୁ ଛାଡ଼ି ଚାକିରି ଅନ୍ବେଷଣରେ ବାହାରକୁ ଚାଲିଯାଉଥିବାବେଳେ ସୌରଭ ନାଥ ଏହାକୁ ଦେଶ ବିଦେଶରେ ବେଶ୍ ଆଦୃତ କରିପାରିଛନ୍ତି। ସୌରଭଙ୍କ ବୟସ ୧୯। ସେ ରହନ୍ତି ଶିବସାଗର ଜିଲା ବୋକଜନ ଗାଁରେ। ସୌରଭ ପଢ଼ିବା ସହ ଏବେ ପାରମ୍ପରିକ ବାଉଁଶକଳାକୁ ଆପଣାଇ ଆଧୁନିକ ରୂପ ଦେଇ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କ ହାତ ତିଆରି ବାଉଁଶ କଲମ, କପ୍ , ଚାମଚ, ଫୋନ୍ଷ୍ଟାଣ୍ଡ, ସୋଫା, ଲ୍ୟାମ୍ପ, ସାଇକେଲ ଆଦିର ଚାହିଦା ଖୁବ୍ ବେଶି। ଏବେ ତାଙ୍କୁ ଏହିସବୁ ଜିନିଷ ପାଇଁ ଅଧିକ ଅର୍ଡର ମିଳିବାରେ ଲାଗିଛି। ତାଙ୍କର ଏକ ‘ସୌରଭ ବାମ୍ବୋ ଆର୍ଟ’ ୟୁଟ୍ୟୁବ୍ ଚ୍ୟାନେଲ ଅଛି, ଯେଉଁଥିରେ ସେ ଅନ୍ୟମାନଙ୍କୁ ବାଉଁଶ ତିଆରି ଜିନିଷ ନିର୍ମାଣ କରିବା କୌଶଳ ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ମାଟ୍ରିକ ପାସ୍ କରିବା ପରେ ସୌରଭ ପ୍ରଶିକ୍ଷଣ ନେଇ ପ୍ରଥମେ ବାଉଁଶ ସୋଫା ନିର୍ମାଣ କରୁଥିଲେ। ପରେ ସେ ନିଜ ଚେଷ୍ଟାରେ ଅନ୍ୟ ସବୁ ଜିନିଷ ତିଆରିି କରିବା ଆରମ୍ଭ କରିଥିଲେ। ସୌରଭ ତାଙ୍କ ଗାଁର କେତେଜଣ ଯୁବକଙ୍କୁ ଏହି କଳା ଶିକ୍ଷା ଦେଇ ସେମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରୁଛନ୍ତି।
ପ୍ରଜାପତି ପ୍ରଭାବ
ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…
ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା
ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…
ସଂଜ୍ଞା ବଦଳିପାରେ
ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…
ସୁନା, କଳି ଓ ଅର୍ଥନୀତି
ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…
ସମୁଦ୍ରର ନୂଆ ଭୂଗୋଳ
ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…
ନିର୍ବାଚନ ପରେ
ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…
ଏଇ ଭାରତରେ
ଦିଲ୍ଲୀ-ଏନ୍ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…
ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ
ର୍ତ୍ତମାନ ସମୟର ସବୁଠାରୁ ଉଦ୍ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍ଆର୍ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…
Archives

