ଏଇ ଭାରତରେ

ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଏକ ପରିବେଶ ଉପଯୋଗୀ ଗାଁଁ ପ୍ରତିଷ୍ଠା କରି କଶ୍ମୀରର ଫୟାଜ ଅହମ୍ମଦ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କଶ୍ମୀରର ଗଣ୍ଡରବାଲ୍‌ ଜିଲାରେ ସେ ଏହି ଇକୋ ଭିଲେଜ କରି ଇକୋ ଟୁରିଜମ୍‌ ସହ କଶ୍ମୀରର କଳା ସ୍ଥାପତ୍ୟକୁ ଉତ୍ସାହିତ କରୁଛନ୍ତି। ଏହି ଭିଲେଜ୍‌ର ନାମ ରଖାଯାଇଛି ସାଗ୍‌। ଭିଲେଜ୍‌ରେ ଘର ତିଆରି ହୋଇଛି ମାଟିରେ। ଜୈବିକ ପଦ୍ଧତିରେ ଚାଷ କରାଯାଉଛି। ଏହା ଏକ ବର୍ଜ୍ୟଶୂନ୍ୟ ଗାଁ ଭାବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଏହା କଶ୍ମୀରର ପ୍ରଥମ ତଥା ପରିବେଶ ପରିସଂସ୍ଥା ଉପଯୋଗୀ ଗାଁ ଭାବେ ମାନ୍ୟତା ବି ପାଇଛି। ଦେଢ଼ ଏକରରୁ ଊର୍ଦ୍ଧ୍ୱ ଜମିରେ ମାଟିଘର ନିର୍ମାଣ କରାଯାଇଛି। ଏହି ଗାଁରେ ଏଜୁୁକେଶନାଲ କ୍ୟାମ୍ପର ସୁଯୋଗ ମଧ୍ୟ ଛାତ୍ରୀଛାତ୍ରମାନେ ପାଉଛନ୍ତି। ବିଭିନ୍ନ କର୍ମଶାଳା ଓ ପ୍ରଶିକ୍ଷଣର ସୁବିଧା ମଧ୍ୟ ରହିଛି। ଏହା ପୂର୍ବରୁ ଫୟାଜ ଦିଲ୍ଲୀସ୍ଥିତ ୟୁନାଇଟେଡ ଷ୍ଟେଟ୍‌ସ-ଇଣ୍ଡିଆ ଏଜୁକେଶନ ଫାଉଣ୍ଡେଶନରେ ଚାକିରି କରିଥିତ୍ଲେ। ୨୦୦୯ରେ ଚାକିରି ଛାଡ଼ି ସେ କଶ୍ମୀର ଫେରି ଇକୋ ଭିଲେଜ ନିର୍ମାଣ ଆରମ୍ଭ କରିଥିଲେ। ସେ ତାଙ୍କ ବନ୍ଧୁ ଓ ପରିବାର ଲୋକମାନଙ୍କଠାରୁ ୬୦ ଲକ୍ଷ ଟଙ୍କା ସଂଗ୍ରହ କରି ଏହି ଗାଁ ନିର୍ମାଣରେ ବ୍ୟୟ କରିଛନ୍ତି। ଉକ୍ତ ଗାଁରେ ପର୍ଯ୍ୟଟକମାନେ ରହିବାର ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ରେସିଡେନ୍‌ସିଆଲ କ୍ୟାମ୍ପସ୍‌ ପାଇଁ ଛାତ୍ରମାନେ ରହିବାର ବନ୍ଦୋବସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri