ଏଇ ଭାରତରେ

୭୦ ବର୍ଷ ବୟସର ଜଣେ ଚାଷୀ ଏବେ ସଭିଙ୍କ ପାଇଁ ପ୍ରେରଣା। ଗୁଜରାଟର ନବସାରିର ସରିଖୁର୍ଦ ଗାଁର କିରଣ ନାୟକ କୃଷିରେ ନିଜ ଦକ୍ଷତା ପ୍ରତିପାଦନ କରିବା ସହ ଜିଆଖତ ଉପତ୍ାଦନରେ ସଫଳତା ପାଇଛନ୍ତି। ପରିଣତ ବୟସରେ ଦିନକୁ ୧୨ ଘଣ୍ଟା କାମ କରି ବର୍ଷକୁ ୭,୦୦୦ ବ୍ୟାଗ୍‌ ଅର୍ଥାତ୍‌ ୩,୫୦୦ କୁଇଣ୍ଟାଲ୍‌ ଜିଆଖତ ବିକ୍ରି କରୁଛନ୍ତି। ପ୍ରତି ବ୍ୟାଗ୍‌ରେ ୫୦ କେ.ଜି. ଖତ ରହୁଛି। କିରଣଙ୍କ ଏହି କାର୍ଯ୍ୟରେ ତାଙ୍କ ପୁଅ ସହଯୋଗ କରୁଛନ୍ତି। ୧୫ ବର୍ଷ ବୟସରୁ ସେ କୃଷି ସହ ଜଡ଼ିତ ଅଛନ୍ତି। ୨୦୦୮ରେ ନବସାରି କୃଷି ବିଶ୍ୱବିଦ୍ୟାଳୟରୁ ଜିଆଖତ ସମ୍ପର୍କରେ ପ୍ରଶିକ୍ଷଣ ନେବା ପରେ ପ୍ରଥମେ ସେ ୧୦ କେ.ଜି. ଜିଆରୁ ଜୈବିକ ଖତ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ଦୁଇବର୍ଷ ପରେ ସେ ବର୍ଷକୁ ୨୦୦ରୁ ୩୦୦ ବ୍ୟାଗ୍‌ ଖତ ବିକ୍ରି କରିବାକୁ ସକ୍ଷମ ହୋଇଥିଲେ ଓ ରେକର୍ଡ ପରିମାଣର ଜିଆଖତ ପ୍ରସ୍ତୁତ କରି ଏ କ୍ଷେତ୍ରରେ ରାଜ୍ୟ କୃଷି ବିଭାଗ ତରଫରୁ ପୁରସ୍କୃତ ହୋଇଛନ୍ତି। ଏବେ ସେ ଜଣେ ପ୍ରଶିକ୍ଷକ ଭାବେ ୫୦୦୦ କୃଷକଙ୍କୁ ଜିଆଖତ ପ୍ରସ୍ତୁତି ନେଇ ପ୍ରଶିକ୍ଷଣ ଦେଇସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri