ଏଇ ଭାରତରେ

ବିନା ଡ୍ରାଇଭର୍‌ରେ ଚାଲିବ ଟ୍ରାକ୍ଟର। ରାଜସ୍ଥାନ ବାରନ ଜିଲାର ବମୋରିକଲା ଗାଁରେ ଯୋଗେଶ ନାଗରଙ୍କ ଦ୍ୱାରା ଆବିଷ୍କୃତି ରିମୋଟ୍‌ରେ ଏହା ସମ୍ଭବ ହୋଇଛି। ଏହି ରିମୋଟ୍‌ରେ ଦୂରରେ ରହି ଟ୍ରାକ୍ଟରକୁ ସହଜରେ ଚଲାଯାଉଛି। ଯୋଗେଶ ସପ୍ତମ ଶ୍ରେଣୀରେ ପଢ଼ିବା ବେଳୁ ତାଙ୍କ ଆବିଷ୍କାର ଯାତ୍ରା ଆରମ୍ଭ କରିଛନ୍ତି। ଏବେ ସେ ବି.ଏସ୍‌ସି. ପ୍ରଥମ ବର୍ଷ ଛାତ୍ର। ଯୋଗେଶଙ୍କ ପିତା ଜଣେ କୃଷକ । ଦିନରାତି ଟ୍ରାକ୍ଟର ଚଲାଇବା ଫଳରେ ତାଙ୍କ ପିତାଙ୍କ ଦେହ ଅସୁସ୍ଥ ହେବା ପରେ ତାଙ୍କୁ ଏଥିରୁ ନିବୃତ୍ତ କରିବା ପାଇଁ ଏଭଳି ରିମୋଟ୍‌ ତିଆରି କରିବାକୁ ଯୋଗେଶ ନିଷ୍ପତ୍ତି ନେଇଥିଲେ। ଟ୍ରାକ୍ଟରର ସବୁ ଭାଗକୁ ନିରୀକ୍ଷଣ କରି ପିତାଙ୍କଠାରୁ ୫୦,୦୦୦ ଟଙ୍କା ନେଇ ସେ କାମ ଆରମ୍ଭ କରିଥିଲେ । ରିମୋଟ୍‌ରେ ଟ୍ରାକ୍ଟରର ଷ୍ଟିଅରିଂ, କ୍ଲଜ୍‌, ବ୍ରେକ୍‌ ଏବଂ ଗିୟର ଭଳି ଷ୍ଟ୍ରକ୍‌ଚର ରହିଛି। ଏଣୁ ଏହାକୁ କୃଷକମାନେ ଚଲାଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହନ୍ତି ଯୋଗେଶ। ରିମୋଟ୍‌ର ପରୀକ୍ଷା କରାଯାଇଛି ଓ ସଫଳତା ବି ମିଳିଛି। ଏବେ ୫୦ରୁ ୬୦ କୃଷକ ଏଭଳି ରିମୋଟ୍‌ ପାଇଁ ଯୋଗେଶଙ୍କୁ ଅନୁରୋଧ କରିଛନ୍ତି। ଯୋଗେଶ କହନ୍ତି, ରିମୋଟ୍‌ ଉପରେ ଯଦି ଅଧିକ ଗବେଷଣା କରାଯାଏ, ତେବେ ଏହାକୁ ୩୦ ହଜାର ଟଙ୍କାରେ ବି ନିର୍ମାଣ କରାଯାଇପାରିବ। ଏବେ ସୁଦ୍ଧା ସେ ଏହାକୁ ନେଇ ଛୋଟ ବଡ଼ ବିଭିନ୍ନ ପ୍ରକାରର ୩୦ଟି ଆବିଷ୍କାର କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ହିଂସାରୁ ହିଂସା

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍‌ପି ତଥା ମମତା ବାନାର୍ଜୀଙ୍କ…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri